ଜ୍ୟୋତିଷ

ବାସ୍ତୁ ଟିପ୍ସ: ପିଲାର ପଢିବା ଏବଂ ଲେଖିବାରେ ମନ ଲାଗୁନାହିଁ କି ? ଷ୍ଟଡିରୁମ୍‌ରେ ଏହିସବୁ ଜିନିଷର ଧ୍ୟାନ ରଖନ୍ତୁ

ବାସ୍ତୁ ଶାସ୍ତ୍ର ଅନୁସାରେ ପାଠପଢ଼ାରେ ମନ ଲଗାଇବା ଏବଂ କ୍ୟାରିୟର ବନାଇବା ପାଇଁ ଧ୍ୟାନ କେନ୍ଦ୍ରିତ କରିବା ସବୁଠୁ ଅଧିକ ଜରୁରୀ। ପିଲାଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ପାଠପଢ଼ା ରୁମ୍ ଅର୍ଥାତ୍ ଷ୍ଟଡି ରୁମ୍ ଠିକ ଭାବେ ବ୍ୟବସ୍ଥିତ କରିବା ଉଚିତ୍।

ଘରେ ବାସ୍ତୁ ଦୋଷ ହେବା ଦ୍ବାରା ନକରାତ୍ମକତା ବଢ଼ିଥାଏ ଏବଂ ମନର ଏକାଗ୍ରତା ବଜାୟ ରହିପାରେ ନାହିଁ। ଯାହା ଦ୍ବାରା ମାନସିକ ଚିନ୍ତା ବଢ଼ିଥାଏ ଏବଂ ପାଠପଢ଼ାରେ ଆଗ୍ରହ ବଢ଼ିଥାଏ। ବାସ୍ତୁ ଅନୁସାରେ ଷ୍ଟଡି ରୁମରେ କିଛି କଥା ପ୍ରତି ଧ୍ୟାନ ରଖି ପାଠପଢ଼ାରେ ମନ ଲଗାଯାଇପାରିବ।

study

  • ବାସ୍ତୁ ଅନୁସାରେ ପିଲାଙ୍କ ଷ୍ଟଡି ରୁମ୍ ଉତ୍ତର, ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗରେ ହେବା ଉଚିତ୍।
  • ଷ୍ଟଡି ରୁମରେ ବହି ଆଲମାରି ପୂର୍ବ କିମ୍ବା ଉତ୍ତର ଦିଗରେ ହେବା ଉଚିତ୍। ଯଦି ଜାଗା ଅଭାବରେ ବେଡରୁମରେ ପାଠ ପଢ଼ିବାର ଅଛି ତେବେ ପଢ଼ିବା ସମୟରେ ପୂର୍ବ କିମ୍ବା ଉତ୍ତର ଦିଗରେ ମୁହଁ କରିବା ଉଚିତ୍।
  • ବାସ୍ତୁ ଅନୁସାରେ ପାଠପଢ଼ା ସମୟରେ ଦକ୍ଷିଣ ଆଡ଼କୁ ମୁହଁ କରନ୍ତୁ ନାହିଁ। କାରଣ ଏହା ଦ୍ବାରା ଅଗ୍ନି ତତ୍ତ୍ବର ପ୍ରାଧାନ୍ୟ ହେବା ଦ୍ବାରା ପିଲା ଅନୁଶାସନହୀନ ହୋଇପାରନ୍ତି।
  • ଷ୍ଟଡି ଟେବୁଲରେ ଗ୍ଲୋବ୍ କିମ୍ବା ତମ୍ବାର ପିରାମିଡ ରଖିବା ଦ୍ବାରା ଲାଭ ହୋଇଥାଏ। ଏହା ଦ୍ବାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ପାଠପଢ଼ା ପ୍ରତି ଧ୍ୟାନ କେନ୍ଦ୍ରିତ ହୋଇଥାଏ। ଷ୍ଟଡି ରୁମରେ ଟିଭି,ଭିଡିଓ ଗେମ୍ ଏବଂ ସିଡି ପ୍ଲେୟର ଭଳି ବସ୍ତୁ ନ ରଖିବା ଉଚିତ୍। ଏହି ଜିନିଷଗୁଡ଼ିକ ଦ୍ବାରା ପାଠପଢ଼ା ପ୍ରତି ଆଗ୍ରହ କମିଥାଏ।
  • ଷ୍ଟଡି ରୁମରେ ପାନୀୟ ଜଳ,ଘଣ୍ଟା ଉତ୍ତର କିମ୍ବା ପୂର୍ବ ଦିଗରେ ରଖିବା ଉଚିତ୍। ଷ୍ଟଡି ରୁମରେ ଗଣେଶ ଏବଂ ମାତା ସରସ୍ବତୀଙ୍କ ଫଟୋ ମଧ୍ୟ ଲଗାଇବା ଉଚିତ୍। ଯେଉଁ ପିଲାଙ୍କ ପାଠପଢ଼ାରେ ମନ ଲାଗିନଥାଏ ସେମାନଙ୍କ ରୁମରେ ମୟୂର ପଙ୍ଖ ରଖନ୍ତୁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button