ଜ୍ୟୋତିଷ

ସକାଳୁ କଣ କଲେ ଧନ ସମ୍ପତି ବଢେ ?

ବନ୍ଧୁଗଣ ଆପଣ ମାନେ ତ ଏହି କଥା ନିଶ୍ଚୟ ଜାଣିଥିବେ ଯେ ସକାଳ ସମୟରେ ଶୀଘ୍ର ଉଠିବା ସମସ୍ତ ମଣିଷଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ । ସାଧାରଣତଃ ସକାଳ ସମୟରେ ଉଠିବା ଦ୍ଵାରା ମଣିଷ ସୁସ୍ଥ ରହିବା ଦ୍ଵାରା ସେ ସମସ୍ତ କାର୍ଯ୍ୟରେ ସଫଳ ହୋଇଥାଏ ।

ଆଜିଆମେ ଆପଣ ମାନଙ୍କୁ ସକାଳ ସମୟରେ ଶୀଘ୍ର ଉଠିବାର କିଛି ଫାଇଦା ବିଷୟରେ କହିବୁ ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତ ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ସକାଳୁ ଉଠିବା ଦ୍ଵାରା ଶରୀର ସତେଜ ରହିଥାଏ, ଯେକୌଣସି କାମରେ ମନଲାଗିଥାଏ ଏବଂ ବ୍ଲଡ଼ ସୁଗାର ଓ କୋଲେଷ୍ଟ୍ରୋଲ ନିୟନ୍ତ୍ରିତ ହୋଇଥାଏ ।

୨. ସକାଳୁ ଉଠି ଜଳଖିଆ ଶୀଘ୍ର କାଲେ ଶରୀର ଫୁର୍ତ୍ତି ରହିବା ସହିତ ଶରୀର ସୁସ୍ଥ ଏବଂ ନିରୋଗ ରହିଥାଏ ।

୩. ସକାଳୁ ଉଠିବା ଦ୍ଵାରା ପୁରାଦିନ ମନ ପ୍ରଫୁଲିତ ରହିଥାଏ ଏବଂ ଚିନ୍ତାଧାରା ସକାରାତ୍ମକ ହୋଇଥାଏ ।

୪. ସକାଳୁ ଉଠିବାଦ୍ବାରା ଯେକୌଣସି କାର୍ଯ୍ୟ କରିବା ପାଇଁ ଅଧିକ ସମୟ ମିଳିଥାଏ ଏବଂ ନିଜ ପାଇଁ ମଧ୍ୟ ଅଧିକ ସମୟ ମିଳିଥାଏ ।

୫. ସକାଳୁ ଉଠିବା ଦ୍ଵାରା ମସ୍ତିସ୍କ ସୁସ୍ଥ ରହିଥାଏ ଏବଂ ଏକାଗ୍ରତା ବୃଦ୍ଧି ହୋଇଥାଏ ଯାହା ଫଳରେ ପ୍ରତ୍ୟକ କାର୍ଯ୍ୟ ଉତ୍ତମ ରୂପେ କରିହୁଏ ।

୬. ସକାଳ ସମୟ ଶରୀର ପାଇଁ ଉତ୍ତମ ହୋଇଥାଏ ସକାଳୁ କିଛି ସମୟ ବାୟାମ କିମ୍ବା ଯୋଗ ଅଭ୍ଯାସ କରିବା ଦ୍ଵାରା ଶରୀର ଓ ମନ ସୁସ୍ଥ ରହେ ।

୭. ସକାଳୁ ଉଠି ସୂର୍ଯ୍ୟଙ୍କ କଅଁଳିଆ କିରଣରେ କିଛି ସମୟ ବସିବା ଦ୍ଵାରା ହାତ ଏବଂ ଗଣ୍ଠି ଜନିତ ସମସ୍ଯା ଦୂର ହୋଇଥାଏ ।

୮. ସକାଳୁ ବାୟୁ ମଣ୍ଡଳରେ ଅମ୍ଳଜାନ ପରିମାଣ ଅଧିକଥାଏ ତେଣୁ ସକାଳୁ ଉଠି କିଛି ସମୟ ବାହାରେ କଟାଇଲେ ମସ୍ତିସ୍କ ଉପରେ ଭଲ ପ୍ରଭାବ ପଡିଥାଏ ।

୯. ସକାଳୁ ଉଠିବା ଦ୍ଵାରା ପେଟ ଜନିତ ରୋଗ ଦୂର ହୋଇଥାଏ ଏବଂ ହଜମ ଶକ୍ତି ବୃଦ୍ଧି ହୋଇଥାଏ ।

୧୦. ସକାଳୁ ଉଠି ବାହାର ତାଜା ପବନରେ ନିଶ୍ଵାସ ନେବାଦ୍ବାରା ଏବଂ କିଛି ସମୟ ବାୟାମ କରିବା ଦ୍ଵାରା ଶରୀରରେ ସୌନ୍ଦର୍ଜ୍ୟ ବୃଦ୍ଧି ହୋଇଥାଏ ।

୧୧. ଆୟୁର୍ବେଦ ଅନୁସାରେ ଚନ୍ଦ୍ରଙ୍କ ଅମୃତ କିରଣ ଦ୍ଵାରା ସକାଳର ପବନ ଅମୃତ ତୁଲ୍ୟ ହୋଇଥାଏ ଏବଂ ଏହାକୁ ବୀରବାୟୁ କୁହାଯାଏ ଯାହା ଫଳରେ ଶରୀରରେ ଶକ୍ତିର ସଞ୍ଚାର ହୋଇଥାଏ ।

୧୨. ସକାଳର ବାୟୁ ଶରୀରରେ ବାଜିବା ଦ୍ଵାରା ଶରୀରରେ ବଳ, ତେଜ, ଫୁର୍ତ୍ତି ଏବଂ କାନ୍ତିର ବୃଦ୍ଧି ହୋଇଥାଏ ଏହା ସହିତ ମନ ଶାନ୍ତ ରହିଥାଏ ।

୧୩. ସକାଳର ପବନରେ ନିଶ୍ଵାସ ନେବା ଦ୍ଵାରା ଫୁସଫୁସ ସୁସ୍ଥ ଓ ମଝବୁତ ହୁଏ ଯାହାଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ ।

୧୪. ଯେଉଁ ଲୋକ ପ୍ରତ୍ୟକ ଦିନ ବ୍ରହ୍ମ ମୂହୁର୍ତ୍ତରେ ଉଠେ ସେ ଜୀବନରେ ଖୁସି ରହିବା ସହିତ ସମୃଦ୍ଧି ମଧ୍ୟ କରିଥାଏ ।

୧୫. ସକାଳୁ ଉଠି ତୁଳସୀ ଗଛ ରେ ପାଣି ଦେଲେ ଧନ ସମୃଦ୍ଧି ବୃଦ୍ଧି ହୋଇଥାଏ ଏବଂ ବହୁତ ସକାରତ୍ମକ ପ୍ରଭାବ ଘର ଉପରେ ପଡ଼ିଥାଏ ।

୧୬. ସକାଳୁ ଉଠିବା ପରେ କେବେ ବି ଆଇନା ଦେଖିବା ଉଚିତ ନୁହେଁ ଏହାଦ୍ବାରା ନକରାତ୍ମକ ଶକ୍ତିର ବୃଦ୍ଧି ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button