ମନୋରଞ୍ଜନ

ବଳକା ଡାଲିରେ ବନାନ୍ତୁ ଟେଷ୍ଟୀ ‘ସାମ୍ଭର ପରାଟା’, ମିନିଟରେ ହେବ ପ୍ରସ୍ତୁତ

ସକାଳର ବ୍ରେକଫାଷ୍ଟ ହେଉ କିମ୍ବା ସଂଧ୍ୟାର ଟିଫିନ ପୂରା ଦିନକୁ ସୁନ୍ଦର କରିବା ପାଇଁ ଏହା ଯଥେଷ୍ଟ ହୋଇଥାଏ। ଆଜି ଆମେ ଆପଣଙ୍କ ପାଇଁ ‘ସାମ୍ଭର ପରାଟା’ ବନାଇବା ରେସିପି ନେଇ ଆସିଛୁ। ଯାହା ସ୍ୱାଦରେ ଏକଦମ ଜବରଦସ୍ତ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ହେଲଦି ହୋଇଥାଏ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ସାମ୍ବର ପରାଟା ବନାଇବା ପାଇଁ ବହୁତ କମ୍‌ ଜିନିଷର ଆବଶ୍ୟକ ପଡିଥାଏ। ଆପଣ ଆବଶ୍ୟକ ଅନୁସାରେ ପରିବା ବଢ଼ାଇପାରିବେ ନଚେତ ସ୍କିପ ବି କରିପାରିବେ। ଏଥିପାଇଁ ଆବଶ୍ୟକ ହେବ ସମ୍ବର ଡାଲ ପ୍ୟୁରି କରାଯାଇଥିବା, ଅଟା-ଦୁଇ କପ୍‌, ଲୁଣ- ସ୍ୱାଦାନୁସାରେ, ଘିଅ, ଗାଜର ଏବଂ ପାଳଙ୍ଗ

ପ୍ରସ୍ତୁତି ପ୍ରଣାଳୀ

parataସାମ୍ବର ପରାଟା ବନାଇବା ପାଇଁ ସର୍ବପ୍ରଥମେ ଏକ ପାତ୍ରରେ ଅଟା ନିଅନ୍ତୁ। ଏବେ ଏଥିରେ ପ୍ୟୁରି କରି ରଖିଥିବା ସାମ୍ବର ଡାଲ କିମ୍ବା ବଳକା ଡାଲିକୁ ପକାଇ ଦିଅନ୍ତୁ। ଏହାପରେ ଏଥିରେ ସ୍ୱାଦ ଅନୁସାରେ ଲୁଣପକାଇ ଦିଅନ୍ତୁ। ଏବେ ପ୍ୟୁରି ଅଟାକୁ ହାଲକା ଚକଟି ଦିଅନ୍ତୁ। ଚକଟିବା ପରେ କିଛି ସମୟ ପାଇଁ ଛାଡି ଦିଅନ୍ତୁ।

ଏବେ ଏହାର ଗୋଲା ବନାଇ ପରାଟା ଆକାର ଦେଇ ବେଲି ଦିଅନ୍ତୁ। ଏହାପରେ ଘିଅ ଲଗାଇ ମୋଡି ଦିଅନ୍ତୁ। ଏବେ ପୁଣି ଥରେ ଏଥିରେ ଘିଅ ଲଗାଇ ସୁଖିଲା ଅଟା ପକାଇ ବେଲି ଦିଅନ୍ତୁ। ଏବେ ଏକ ଗରମ ତାଓ୍ଵାରେ ଘିଅ ପକାଇ ସୁନେଲୀ ରଙ୍ଗ ହେବା ପଯ୍ୟର୍ନ୍ତ ଫ୍ରାଏ କରିଦିଅନ୍ତୁ।

ଆପଣ ଚାହିଁଲେ ପରାଟାକୁ ଲଚ୍ଛା ଆକାରରେ ମଧ୍ୟ ବେଲି ପାରିବେ। ଏହା ଖାଇବାକୁ ଆହୁରି ବି ସ୍ୱାଦିଷ୍ଟ ଲାଗିବ। ସେହିପରି ଆପଣ ଚାହିଁଲେ ପିଲାଙ୍କୁ ଟିଫିନରେ ମଧ୍ୟ ଦେଇପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button