ଜ୍ୟୋତିଷ

ବୁଧ ଗ୍ରହ ଆପଣଙ୍କ ଜୀବନରେ କ’ଣ ପ୍ରଭାବ ପକାଇଥାଏ ? ଜାଣନ୍ତୁ ଏହାକୁ ମଜବୁତ କରିବାର ସରଳ ଉପାୟ

ବୁଧଗ୍ରହକୁ ଯୁବରାଜ ବୋଲି କୁହାଯାଏ। ବୁଧ ଗ୍ରହକୁ ଅଦ୍ୱୈତ ବୁଦ୍ଧିମାନ ଏବଂ ସୁକୁମର ବୋଲି ମଧ୍ୟ କୁହାଯାଏ। କୁହାଯାଏ କି, ବୁଧ ବ୍ୟକ୍ତିର ବୁଦ୍ଧି, କଥା ଏବଂ ହରମୋନକୁ ପ୍ରଭାବିତ କରିଥାଏ। ବୁଧ ଗ୍ରହ ବ୍ୟକ୍ତିର ଧନ ଏବଂ ଗଣିତୀୟ ମାମଲାରେ ମଧ୍ୟ ସଫଳତା ଆଣିଥାଏ। ଯଦି ଆପଣଙ୍କର ବୁଧ ଦୁର୍ବଳ ରହିଛି, ତେବେ ବୁଦ୍ଧି ଦୁର୍ବଳ ଏବଂ ଶିକ୍ଷା ପ୍ରାପ୍ତରେ କଠିନତା ଆସିଥାଏ। ବୁଧ ଦୁର୍ବଳ ହେଲେ ବ୍ୟକ୍ତିର ବାଣୀ ଏବଂ ତ୍ୱଚା ସମସ୍ୟା ମଧ୍ୟ ଦେଖାଦିଏ।

ଏମିତି କରନ୍ତୁ ବୁଧଙ୍କୁ ଶାନ୍ତି : ଆପଣଙ୍କ ଭାଗ୍ୟରେ ବୁଧ ଦୁର୍ବଳ ଥିଲେ ପ୍ରତିଦିନ ଭୋଜନରେ ସବୁଜ ପନିପରିବା ଖାଆନ୍ତୁ। ପ୍ରତିଦିନ ମନ ପ୍ରସନ୍ନ ରଖନ୍ତୁ। ବେଳେ ବେଳେ ଚଟପଟା ଭୋଜନ ମଧ୍ୟ କରନ୍ତୁ। ଡାଲିରେ ହେଙ୍ଗୁ ପକାଇ ଖାଇପାରିବେ।

budha

ବ୍ୟବହାର : ସବୁବେଳେ ସମସ୍ତଙ୍କୁ ମିଠା କଥା କହନ୍ତୁ। ସର୍ବଦା ଜୋରରେ ଚିତ୍କାର କରିବାରୁ ନିଜକୁ ଦୂରେଇ ରଖନ୍ତୁ। ସବୁବେଳେ ସଂଗୀତ ଏବଂ ମନ୍ତ୍ର ଜାପ କରନ୍ତୁ।

ପୌରାଣିକ ମାନ୍ୟତା : ପୌରାଣିକ ମାନ୍ୟତା ଅନୁସାରେ ବୁଧଙ୍କ ମାତା ତାରା ଏବଂ ପିତା ଚନ୍ଦ୍ର ଅଟନ୍ତି। ତେଣୁ ବୁଧଙ୍କ ନାମ ବ୍ରହ୍ମା ରଖିଥିଲେ। ବୁଧ ଗ୍ରହ ଭଗବାନ ନାରାୟଣଙ୍କ ମଧ୍ୟ ପ୍ରତିନିଧିତ୍ୱ କରିଥାନ୍ତି। ହିନ୍ଦୁ ଧର୍ମରେ ବୁଧଙ୍କୁ ଦେବ ଉପାଧି ମିଳିଛି। ଆଉ ସପ୍ତାହର ବୁଧବାର ବୁଧଦେବଙ୍କ ପାଇଁ ସମର୍ପିତ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button