ରାଜ୍ୟ

ମଶା ଏବଂ ଦୂଷିତ ବାୟୁରୁ ରକ୍ଷା କରିବ ଏହିସବୁ ଗଛ, ଘରେ ଲଗାନ୍ତୁ ଏବଂ ସମସ୍ୟାରୁ ମୁକ୍ତି ପାଆନ୍ତୁ

ମଶା ଓ ଦୂଷିତ ବାୟୁ ଏବେ ସବୁ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ଯେତେ ଯାହା କଲେ ମଧ୍ୟ ମଶା ଦାଉରୁ ରକ୍ଷା ମିଳିବା କଷ୍ଟକର ହୋଇପଡୁଛି । ସେହିଭଳି ସହରାଂଚଳରେ ଦୂଷିତ ବାୟୁ ମୁଖ୍ୟ ସମସ୍ୟା ହେଲାଣି । ମଶା ଓ ଦୂଷିତ ବାୟୁରୁ ରକ୍ଷା ପାଇବା ପାଇଁ ଅନେକ ସହଜ ଉପାୟ ରହିଛି ଯାହାକୁ ଆପଣାଇ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

ସେହିପରି ଘର ଭିତରେ ବି ଗଛଲତାର ଆବଶ୍ୟକତା ରହିଛି । ଅଧିକାଂଶ ଲୋକ ଗଛଲତା ଲଗାଇଲେ ଏହାର ଯତ୍ନ ନେଇପାରିବେ ନାହିଁ, ସ୍ଥାନ ଅଭାବ ଏବଂ ସମୟ ନାହିଁ ବୋଲି କହି ଗଛଲତା ଲଗାନ୍ତି ନାହିଁ। କିନ୍ତୁ ଏପରି କେତେକ ଗଛ ରହିଛି ଯାହାର ଯତ୍ନ ନେବାର ଆବଶ୍ୟକତା ପଡ଼େ ନାହିଁ ଏବଂ ଏହା କମ୍ ସ୍ଥାନରେ ମଧ୍ୟ ବଢିପାରନ୍ତି । ଅପରପକ୍ଷରେ ଏହା ଆମର ଅନେକ କାମରେ ଆସିଥାଏ। ବିଶେଷ କରି ଘରେ ମଶା ଦାଉରୁ ଏହି ସବୁ ଗଛ ରକ୍ଷା କରିବା ସହ ଦୂଷିତ ପବନକୁ ମଧ୍ୟ ଶୁଦ୍ଧ କରିଦେଇଥାନ୍ତି।

lemon

ସିଟ୍ରୋନେଲା ଗ୍ରାସ୍ /ଲେମନ ଗ୍ରାସ୍: ଏହି ଘାସର ସୁଗନ୍ଧ ଯୋଗୁଁ ଏହା ବେଶ ଆଦୃତ । ଏହି ଗଛ ଆରାମରେ ୩ଫୁଟ ପର୍ଯ୍ୟନ୍ତ ବଢ଼ିଥାଏ। ଏହା ଲେମ୍ବୁଭଳି ବାସିଥାଏ ଏବଂ ଏହା ଏତେ ଲାଭଦାୟକ ହୋଇଥାଏ ଯେ ମଶା,ମାଛି ଏବଂ ଅନ୍ୟ ପୋକମାନେ ମଧ୍ୟ ଘରକୁ ଆସିନଥାନ୍ତି। ଏହାର ଏସେନ୍ସକୁ ମଧ୍ୟ ମଶାପ୍ରତିରୋଧକାରୀ କଏଲରେ ଦିଆଯାଇଥାଏ।

ଗେଣ୍ଡୁ: ଗେଣ୍ଡୁ ଫୁଲର ବାସ୍ନାରେ ମଶା ଘରେ ପଶିପାରନ୍ତି ନାହିଁ ଏବଂ ଅନ୍ୟ ପୋକମାନେ ମଧ୍ୟ ଆସିନଥାନ୍ତି। ଏହାକୁ ଘର ଭିତରେ ଛୋଟ କୁଣ୍ଡରେ ମଧ୍ୟ ଲଗାଯାଇପାରିବ।

tulsi

ତୁଳସୀ: ତୁଳସୀ ଗଛ ତ ସମସ୍ତଙ୍କ ଅଗଣାରେ ଦେଖିବାକୁ ମିଳେ କିନ୍ତୁ ତୁଳସୀ ଗଛକୁ ବାହାରେ ଲଗାଇବା ସହ ଘରେ ଲଗାଇଲେ ମଧ୍ୟ ସୁଫଳ ମିଳିଥାଏ। ଏହାକୁ ଯେକୈାଣସି ଘରର ଝରକା ପାଖରେ କୁଣ୍ଡରେ ଲଗାଇପାରିବେ। ଫଳରେ ଘର ଭିତରେ ମଶା ଆସିନଥାଏ ।

ଘିଁକୁଆରୀ: ଘିଁକୁଆରୀ ଗଛ ସମସ୍ତଙ୍କ ଘର ବଗିଚାରେ ଦେଖିବାକୁ ମିଳିଥାଏ। ଏହାର ଉପସ୍ଥିତିରେ ଦୂଷିତ ବାୟୁ ବେନୋଜିନ ଏବଂ ଫର୍ମାଲଡିହାଇଡ ସଫା ହୋଇଥାଏ। ଏହାକୁ ଘରେ ଝରକା ପାଖରେ ଲଗାନ୍ତୁ କାରଣ ଏହା ସୂର୍ଯ୍ୟକିରଣ ଆବଶ୍ୟକ କରିଥାଏ।

ALOVERA

ବାଉଁଶ ଗଛ: ସମସ୍ତେ ପ୍ରାୟ ଏହାକୁ ଘର ସଜାଇବା ପାଇଁ ରଖିଥାନ୍ତି କିନ୍ତୁ ଏହା ଅତ୍ୟନ୍ତ କାମ ଦେଇଥାଏ। ଏହା ମଧ୍ୟ ବେନୋଜିନ୍ ଏବଂ ଫର୍ମାଲଡିହାଇଡ ଭଳି ପ୍ରଦୂଷଣକୁ ଘରୁ ହଟାଇଥାଏ।

ନାଗଫେଣୀ ଗଛ: ଏହି ଗଛର ନାଁ ଏହାର ପତ୍ର ପାଇଁ ଏଭଳି ହୋଇଛି। ଏହା ଅନେକ ପ୍ରକାରର ହୋଇଥାଏ। ଏହା ମଧ୍ୟ ଦୂଷିତ ବାୟୁକୁ ରୋକିଥାଏ।

plant

ସ୍ପାଇଡର ପ୍ଲାଣ୍ଟ: ଏହା ସବୁ ନର୍ସରୀରେ ମିଳିନଥାଏ କିନ୍ତୁ ଏହା ସବୁଠୁ ବେଶୀ ଲାଭଦାୟକ। ଏହା ବାୟୁକୁ ଶୁଦ୍ଧ କରିବା ସହ ଖୁବ୍ ଶୀଘ୍ର ବଢ଼ିଥାଏ। ଏହାକୁ ଲଗାଇବା ପାଇଁ ବେଶୀ କଷ୍ଟ କରିବାକୁ ପଡ଼େନାହିଁ ।

ମନି ପ୍ଲାଣ୍ଟ: ସବୁଠୁ ସହଜରେ ମିଳୁଥିବା ମନିପ୍ଲାଣ୍ଟ କୁଣ୍ଡରେ ଲଗାଇଲେ ମଧ୍ୟ ଆରାମରେ ବଢ଼ିଥାଏ। ଏହା ମଧ୍ୟ ବାୟୁକୁ ଶୁଦ୍ଧ କରିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button