ଜ୍ୟୋତିଷ

ଆଖି ବନ୍ଦ କରି ଭରସା କରିପାରିବେ ଏହି ୫ଟି ରାଶିର ପ୍ରେମିକାଙ୍କ ଉପରେ, ଏମାନେ ହୋଇଥାନ୍ତି ସବୁଠୁ ଅଧିକ ଭରସାର ପାତ୍ର

ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଅଛି। ପ୍ରତ୍ୟେକ ରାଶିର କିଛି ନା କିଛି ସ୍ୱତନ୍ତ୍ରତା ରହିଛି। ବ୍ୟକ୍ତିର ସ୍ଵଭାଵ ଉପରେ ରାଶିର ବହୁତ ପ୍ରଭାବ ପଡ଼ିଥାଏ। କିଛି ରାଶିର ଲୋକ ବହୁତ ରୋମାଣ୍ଟିକ ହୋଇଥିବା ବେଳେ ଆଉ କିଛି ରାଶିର ବ୍ୟକ୍ତି ରାଗି ସ୍ୱଭାବର ହୋଇଥାନ୍ତି। ସେଥିମଧ୍ୟରୁ ଏମିତି ବି କିଛି ରାଶି ଅଛି, ଯାହାଙ୍କ ଉପରେ ଆପଣ ଆଖି ବନ୍ଦ କରି ଭରସା କରିପାରିବେ। ଆଜି ଆମେ ଆପଣଙ୍କୁ ସେହି ୫ଟି ରାଶିର ମହିଳାଙ୍କ ବିଷୟରେ କହିବୁ, ଯେଉଁମାନେ ସବୁଠାରୁ ଅଧିକ ଭରସାଯୋଗ୍ୟ ହୋଇଥାନ୍ତି।

kk

୧. ବୃଷ ରାଶି: ଏହି ଲିଷ୍ଟରେ ସବୁଠାରୁ ଆଗରେ ଅଛି ବୃଷ ରାଶି। ଏହି ରାଶିର ପ୍ରେମିକାମାନେ ଅଧିକ ଭରସାଯୋଗ୍ୟ ଏବଂ ସତ୍ୟପ୍ରିୟ ହୋଇଥାନ୍ତି। ଏମାନେ ନିଜ ସମ୍ପର୍କକୁ ନେଇ ଅଧିକ ସିରିୟସ ଥାନ୍ତି ଏବଂ କେବେ ବି ନିଜ ସାଥୀଙ୍କୁ ଧୋକା ଦେବା ବିଷୟରେ ଚିନ୍ତା କରନ୍ତିନି।

୨. କର୍କଟ ରାଶି: ଏହି ରାଶିର ଯୁବତୀ ଓ ମହିଳାଙ୍କ ସହ ସମ୍ପର୍କରେ ରହିବା ଏକପ୍ରକାର ସୌଭାଗ୍ୟର କଥା ହୋଇଥାଏ। ଏମାନେ କାହାକୁ ବି ଦୁଃଖ ଦେଇ ନ ଥାନ୍ତି।

jjk

୩. କନ୍ୟା ରାଶି: ଏହି ଯୁବତୀମାନେ ଆଦର୍ଶବାଦୀ ହୋଇଥାନ୍ତି। ଏମାନଙ୍କୁ ନା ଧୋକା ଦେବା ପସନ୍ଦ ଥାଏ ନା ଧୋକା ସହିବା। ଏମାନେ ନିଜ ସମ୍ପର୍କକୁ ନେଇ ବହୁତ ପଜିଟିଭ ଥାନ୍ତି। ସବୁ ଖରାପ ଭିତରେ ବି ଏମାନଙ୍କୁ ଭଲ ମିଳିଯାଇଥାଏ। ଏହା ଏମାନଙ୍କର ଖାସିୟତ।

୪. ବିଛା ରାଶି: ଏହି ରାଶିର ଝିଅମାନେ ବହୁତ ଭାବପ୍ରବଣ। ଥରେ ଯାହା ପ୍ରେମରେ ପଡିଯାନ୍ତି, ଜୀବନ ସାରା ଛାଡ଼ନ୍ତି ନାହିଁ। ଏମାନଙ୍କୁ ସତ କହିବା ଏବଂ ଶୁଣିବାକୁ ପସନ୍ଦ ଥାଏ। ସେଥିପାଇଁ ଏମାନେ ନିଜ ସାଥୀଙ୍କ ସହ ବେଇମାନି କରନ୍ତି ନାହିଁ।

Happy couple

୫. ମକର ରାଶି: ଏମାନେ ପ୍ରେମ ମାମଲାରେ ବହୁତ ଭୋଲି ହୋଇଥାନ୍ତି। ଏହି ରାଶିର ଝିଅମାନେ ଜଣେ ହିଁ ସାଥୀ ସହିତ ପୂରା ଜୀବନ ବିତାଇବାକୁ ପ୍ରସ୍ତୁତ ଥାନ୍ତି। ଭରସାଯୋଗ୍ୟ ହେବା ସହିତ ନିଜ ସମ୍ପର୍କକୁ ନେଇ ବହୁତ ଗମ୍ଭୀର ହୋଇଥାନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button