ଦେଶ- ବିଦେଶ

ପାଦ କଳାପଣ ଦୂର କରିବ ଏହି ପ୍ୟାକ୍‌, ଜାଣନ୍ତୁ କେମିତି କରିବେ ବ୍ୟବହାର

ଯେକୌଣସି ଋତୁରେ ହେଉ ନା କାହିଁକି ଟ୍ୟାନିଂର ସମସ୍ୟା ଦେଖିବାକୁ ମିଳିଥାଏ। ଟ୍ୟାନିଂ ହାତ, ଗୋଡରେ ବେଶୀ ଦେଖାଯାଏ। ଖରାରେ ଚପଲ ପିନ୍ଧି ଗଲେ ଏପରି ସମସ୍ୟା ବେଶି ଦେଖିବାକୁ ମିଳିଥାଏ। ଅଧିକାଂଶ ଯୁବତୀ ଏହି ସମସ୍ୟା ଦୂର କରିବା ପାଇଁ ପେଡିକିଓର କରନ୍ତି। କିନ୍ତୁ ଏହା ଭଲ ଭାବେ ଦୂର ହୋଇନଥାଏ। ଏପରି ଘରୋଇ ଉପାୟ ରହିଛି, ଯାହାକୁ ବ୍ୟବହାର କଲେ ମଧ୍ୟ କୌଣସି ଅସୁବିଧା ହୋଇନଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ୟାକ୍‌ ବିଷୟରେ ଜଣାଇବୁ, ଯାହା ଆପଣଙ୍କର ଏହି ସମସ୍ୟା ଦୂର କରିବ। ତେବେ ଆସନ୍ତୁ ଜାଣିବା କ’ଣ ସବୁ ଏହି ଉପାୟ:

କମଳା ପ୍ୟାକ: କମଳା ପ୍ୟାକ୍‌ ବହୁତ ଉପକାରୀ। ପାଦର ଟ୍ୟାନିଂ ଦୂର କରିବା ପାଇଁ କମଳା ଚୋପାକୁ ଶୁଖାଇ ଏହାକୁ ଗୁଣ୍ଡ କରି ସେଥିରେ ଲେମ୍ବୁ ରସ ଏବଂ ଗୋଲାପ ଜଳ ମିଶାଇ ୧୫ ମିନିଟ ପର୍ଯ୍ୟନ୍ତ ଲଗାଇ ଶୁଖିବା ପାଇଁ ଛାଡିଦିଅନ୍ତୁ। ଏହା ଟିକେ ଶୁଖିଗଲା ପରେ ଧୀରେ ଧୀରେ ଏହାକୁ ସ୍କ୍ରବ କରନ୍ତୁ।

feet

କ୍ଷୀର ଏବଂ ମହୁ ପ୍ୟାକ୍‌: କ୍ଷୀର ଏବଂ ମହୁ ବ୍ୟବହାର କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଏଥିପାଇଁ କଞ୍ଚାକ୍ଷୀରରେ ଅଳ୍ପ ମହୁ ମିଶାଇ କିଛି ସମୟ ପାଇଁ ପାଦରେ ଘଷନ୍ତୁ। ୧୦ ମିନିଟ୍‌ ଭଲ ଭାବେ ଘଷିବା ପରେ ଏହି ସମସ୍ୟା ଦୂର ହେବ।

ଦହି ଏବଂ ହଳଦୀ ପାଉଡର ପ୍ୟାକ: ୧ ଗାଜାରେ ଦହି ଏବଂ ଅଳ୍ପ ହଳଦୀ ନେଇ ଏକ ପେଷ୍ଟ ତିଆରି କରନ୍ତି। ପେଷ୍ଟ ତିଆରି କରିବା ପରେ ଏହି ପେଷ୍ଟକୁ ପାଦରେ ଲଗାଇ ଦିଅନ୍ତୁ। ୨୦ ମିନିଟ୍‌ ପରେ ଏହାକୁ ଥଣ୍ଡା ପାଣିରେ ଭଲ ଭାବେ ଧୋଇଦିଅନ୍ତୁ। ଏମିତି କଲେ ମଧ୍ୟ ପାଦର ଟ୍ୟାନିଂ ଦୂର ହେବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button