ଦେଶ- ବିଦେଶ

ଓଜନ କମ୍‌ କରିବାକୁ ନେଇ ଚିନ୍ତିତ କି ? ଜାଣନ୍ତୁ ଏହାର ସହଜ ଉପାୟ

ଜନ କମ୍‌ କରିବାକୁ ଅନେକ ଲୋକ ଚାହାନ୍ତି କିନ୍ତୁ ଓଜନ କମ୍‌ ହେବା ବଦଳରେ ବଢ଼ିଯାଇଥାଏ । ଏହି ଭଳି ସମସ୍ୟା ଲୋକଙ୍କ ପାଖରେ ଦେଖାଦେଇ ଥାଏ । କିନ୍ତୁ ଆପଣ ଜାଣିଛନ୍ତି କି? କେଉଁ ଜିନିଷ ଖାଇବା ଫଳରେ ଓଜନ କମ୍‌ ହେବାକୁ ଲାଗିଥାଏ । ଆସନ୍ତୁ ଜାଣିବା ସେହି ସବୁ ଖାଦ୍ୟ ବିଷୟରେ ।

ଓଜନ କମ୍‌ କରିବାକୁ ହେଲେ ଖାଦ୍ୟରେ ଗଜା ମୁଗ ଅନ୍ତଭୁର୍କ୍ତ କରନ୍ତୁ ।

ପ୍ରତିଦିନ ସକାଳେ ଗଜା ମୁଗକୁ ଖାଇବା ଦ୍ୱାରା ଓଜନ କମ୍‌ ହେବା ସହ ଆପଣଙ୍କ ଚିନ୍ତା ଦୂର ହୋଇଥାଏ । ଗଜା ମୁଗ ଖାଇବା ଦ୍ୱାରା ପେଟ ଫୁଲ ହୋଇଯାଏ ଏବଂ ବହୁ ସମୟ ପର୍ଯ୍ୟନ୍ତ ଭୋକ ଲାଗି ନଥାଏ । ରାତିରେ ଶୋଇବା ସମୟରେ ଗୋଟିଏ ପାତ୍ରରେ କିଛି ଗଜା ମୁଗକୁ ଭିଜାଇ ରଖନ୍ତୁ ଏବଂ ସେହି ଭିଜା ଜାଇଥିବା ଗଜା ମୁଗକୁ ସକାଳୁ ଉଠି ଖାଇନିଅନ୍ତୁ । ଏହାକୁ ଖାଇବା ଫଳରେ ଅନେକ ରୋଗ ମଧ୍ୟ ଭଲ ହୋଇଯାଇଥାଏ । ଯେଉଁ ମାନଙ୍କର ହଜମ ଏବଂ ପେଟ ସମ୍ବନ୍ଧୀୟ ସମସ୍ୟା ରହୁଛି ସେମାନେ ବିଶେଷ ଭାବରେ ଏହାକୁ ଖାଆନ୍ତୁ । ଏହାକୁ ଖାଇବା ଦ୍ୱାରା ଆମ ଶରୀରରେ କ’ଣ ଲାଭ ହୁଏ ଆସନ୍ତୁ ଜାଣିବା ।

ଗଜା ମୁଗ ଖାଇବାର ଫାଇଦା :

ଓଜନ କମ୍‌ କରନ୍ତୁ : ଯଦି ଆପଣ ଓଜନ ବୃଦ୍ଧିକୁ ନେଇ ଚିନ୍ତିତ ଅଛନ୍ତି, ତେବେ ପ୍ରତିଦିନ ସକାଳେ ଗଜା ମୁଗ ଖାଆନ୍ତୁ । ଗଜା ମୁଗକୁ ପ୍ରୋଟିନର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଇଛି। ଏହା ବ୍ୟତୀତ, ଗଜା ହୋଇଥିବା ମୁଗରେ ଫାଇବର ଭରପୂର ଥାଏ ଯାହା ମେଟୋବୋଲିଜିମକୁ ବଢ଼ାଇଥାଏ । ଗଜା ମୁଗ କମ୍‌ କ୍ୟାଲୋରି ଯୁକ୍ତ ଖାଦ୍ୟ ହୋଇଥିଲେ ମଧ୍ୟ ଏହା ଶୀଘ୍ର ଓଜନ କମ୍‌ କରିବାରେ ସାହାଯ୍ୟ କରେ ।

ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ : ପ୍ରତିଦିନ ଭିଜାଯାଇଥିବା ଗଜା ମୁଗକୁ ଖାଇବା ଦ୍ୱାରା ଆମ ଶରୀରକୁ ଫାଇବର ଯୋଗାଇଥାଏ, ଯାହା ପେଟକୁ ସୁସ୍ଥ ରଖେ ଏବଂ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ । ଗଜା ମୁଗକୁ ଖାଇଲେ ଆମକୁ ଭୋକ କମ୍‌ ଲାଗିଥାଏ ଏବଂ ଗ୍ୟାସ୍‌, ଏସିଡିଟି ଏବଂ କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିଥାଏ । ଏହାକୁ ହଜମ କରିବାରେ ସହଜ ହୋଇଥାଏ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ : ଗଜା ମୁଗ ଖାଇବା ଦ୍ୱାରା ଶରୀରକୁ ଭିଟାମିନ୍‌ ମିଳିଥାଏ । ଏଥିରେ ‘ଭିଟାମିନ୍‌ C ‘ ରହିଥାଏ । ଗଜା ମୁଗ ଖାଇବା ଦ୍ୱାରା ଧଳା ରକ୍ତ କଣିକା ବଢ଼ିଥାଏ ଯାହା ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀକୁ ମଜ୍ଜବୁତ୍‌ ରଖିବାରେ କାମ କରିଥାଏ ।

ଆଖିର ଦୃଷ୍ଟି ଶକ୍ତି ବଢ଼ାଇଥାଏ : ଯଦି ଆପଣ ସବୁଦିନ ସକାଳୁ ଗଜା ମୁଗ ଖାଉଛନ୍ତି ତେବେ ଶରୀରକୁ ‘ଭିଟାମିନ୍‌ A’ ମିଳିଥାଏ । ଏହାକୁ ଖାଇବା ଦ୍ୱାରା ଆଖିର ଦୃଷ୍ଟି ଶକ୍ତି ମଧ୍ୟ ପ୍ରଖର ହୋଇଥାଏ । ଗଜା ମୁଗରେ ଜିଙ୍କ ଏବଂ ଭିଟାମିନ୍‌ A’ ରହିଥିବାରୁ ଅନ୍ଧାରକଣା ଭଳି ରୋଗର ଆଶଙ୍କା ହ୍ରାସ କରିଥାଏ ।

ଗଜା ମୁଗରେ ପୃଷ୍ଟିକର ଖାଦ୍ୟ : ଯଦି ଗଜା ମୁଗକୁ ଖାଉଛନ୍ତି ତାହା ଆପଣଙ୍କ ଶରୀରକୁ ଫାଇବର, ପ୍ରୋଟିନ୍‌, ପୋଟାସିୟମ୍‌, ଆଇରନ୍‌ ଏବଂ ଭିଟାମିନ୍‌ B6 ପରି ପୃଷ୍ଟିକର ଖାଦ୍ୟ ଯୋଗାଇଥାଏ । ଏହାକୁ ଖାଇବା ଦ୍ୱାରା ହାଇ ବିପି, ଅନିୟମିତ ହୃଦସ୍ପନ୍ଦନ ଏବଂ ମାଂସପେଶୀ ଭଳି କଷ୍ଟକର ସମସ୍ୟାରୁ ମୁକ୍ତି ମିଳିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button