ସ୍ୱାସ୍ଥ୍ୟ

ଚନ୍ଦା ମୁଣ୍ଡରେ ବି ବାଳ ଉଠିବ, ସବୁଦିନ ପାଇଁ ଦୂର ହୋଇଯିବ କେଶ ଝଡିବା ସମସ୍ଯା କରନ୍ତୁ ଏହି ସହଜ ଘରୋଇ ଉପଚାର

ଆଜିର ସମୟରେ ଅନେକ ଲୋକ ଚନ୍ଦାପଣ ବା ଏଲୋପେସିଆ ଭଳି ସମସ୍ୟାର ସମୁଖୀନ ହେଉଛନ୍ତି । ସମୟ ପୂର୍ବରୁ ଚନ୍ଦା ହୋଇଗଲେ ବା କେଶ ଅତ୍ୟଧିକ ଝଡିଲେ ବହୁତ ଆତ୍ମଗ୍ଳାନି ଅନୁଭବ ହୋଇଥାଏ, ଯାହା ଆମ ବ୍ୟକ୍ତିଗତ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ । ବଂଶଗତ କାରଣରୁ କିମ୍ବା ଭୁଲ ଜୀବନଶୈଳୀ ଓ ଦୂଷିତ ପରିବେଶ ଯୋଗୁଁ ଏହିସବୁ ସମସ୍ଯା ଦେଖା ଦେଇଥାଏ । ଆଜି ଆମେ ଆପଣଙ୍କ ଏହି ସମସ୍ଯାକୁ ଦୂର କରିବା ପାଇଁ ଏକ ଚମତ୍କାର ଘରୋଇ ଉପଚାର ନେଇ ଆସିଛୁ ।

ରହି ଘରୋଇ ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକ ହେବ କିଛି ନଡିଆ ତେଲ । ଦ୍ଵିତୀୟ ସାମଗ୍ରୀ ଯାହା ଆପଣଙ୍କୁ ଆବଶ୍ୟକ ହେବ ତାହା ହେଉଛି ମନ୍ଦାର ପତ୍ର । ଏଥିପାଇଁ ଆପଣଙ୍କୁ ୧୦ରୁ ୨୦ଟି ମନ୍ଦାର ଫୁଲ ନେବାକୁ ହେବ । ଆପଣ ପ୍ରଥମେ ଏହି ମନ୍ଦାର ଫୁଲକୁ ଛେଚି କିମ୍ବା ଗ୍ରାଇଣ୍ଡିଂ କରି ଏକ ଛାଣି ଦ୍ଵାରା ଛାଣି ଦିଅନ୍ତୁ ଓ ଏହାର ରସ ବାହାର କରି ଦିଅନ୍ତୁ । ମନ୍ଦାର ପତ୍ର ଆମ କେଶକୁ କଳା କରିବା ସହ କେଶ ଝଡିବା ବନ୍ଦ କରିବାରେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ଆପଣ ଏହି ଉପଚାରକୁ ଅଧିକ ମାତ୍ରାରେ ବନେଇ ମଧ୍ୟ ରଖିପାରିବେ । ତୃତୀୟ ସାମଗ୍ରୀ ଏଥିପାଇଁ ଆପଣଙ୍କୁ ଆବଶ୍ୟକ ହେବ ତାହା ହେଉଛି ବିରୁଡି ବସା । ଯଦି ଆପଣଙ୍କୁ ଏହି ବିରୁଡି ବସା ମିଳୁଛି ତେବେ ତାକୁ ଆଣି ପ୍ରୟୋଗ କରନ୍ତୁ । ଏହା ଆପଣଙ୍କ କେଶ ପାଇଁ ଖୁବ ଲାଭଦାୟକ ହୋଇଥାଏ ।

କିନ୍ତୁ ଯଦି ଆପଣଙ୍କୁ ବିରୁଡି ବସା ନ ମିଳୁଛି ତେବେ ଆପଣ ହାତରେ ଏହାକୁ ପ୍ରୟୋଗ କରିପାରିବେ । ଏବେ ଆପଣ ମନ୍ଦାର ରସ ଓ ନଡିଆ ତେଲକୁ ଏକାଠି ମିଶାଇ ଦିଅନ୍ତୁ ଓ ଏକ ପାତ୍ରରେ ନେଇ ଗରମ କରି ଦିଅନ୍ତୁ । ୫ ମିନିଟ ଗରମ ହେବା ପରେ ଆପଣ ଏହାକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ ଓ ଥଣ୍ଡା ହେବା ପରେ କୌଣସି ପାତ୍ରକୁ ଛାଣି ନିଅନ୍ତୁ ।

ଏହାପରେ ଆପଣ ଗୋଟିଏ ପିଆଜକୁ ଛେଚି କିମ୍ବା ଗ୍ରାଇଣ୍ଡିଂ କରି ଏହାର ମଧ୍ୟ ରସ ବାହାର କରିଦିଅନ୍ତୁ । ପିଆଜ ରସ ମଧ୍ୟ ଆପଣଙ୍କ ଚନ୍ଦାପଣକୁ ଭଲ କରିବାରେ ଅତ୍ୟନ୍ତ ଲାଭକାରୀ ଅଟେ । ନଡିଆ ତେଲ ଓ ମନ୍ଦର ରସର ତେଲକୁ ଆପଣ ପ୍ରତିଦିନ ନିଜ ମୁଣ୍ଡରେ ମାଲିସ କରନ୍ତୁ ।

ଦିନରେ କେବଳ ଏହି ତେଲକୁ ମାଲିସ କରନ୍ତୁ ଓ ରାତିରେ ପ୍ରଥମେ ହାତରେ ପିଆଜ ରସ ଚାମୁଚେ ନିଅନ୍ତୁ ଏବଂ ପରେ ମନ୍ଦାର ରସ ନଡିଆ ତେଲ ଚାମୁଚେ ନିଅନ୍ତୁ । ଏହି ଦୁଇ ସାମଗ୍ରୀକୁ ଭଲ ଭାବେ ହାତରେ ମିଶାଇ ନେଇ ଚନ୍ଦାପଣ ଜାଗାରେ ଲଗାନ୍ତୁ । ଦେଖିବେ କିଛିଦିନ ପରେ ଆପଣଙ୍କ ଝଡି ଯାଇଥିବା କେଶ ପୁନଃ ଉଠିବାକୁ ଲାଗିବ । ସକାଳୁ ଉଠିବା ପରେ ପାଣିରେ ମୁଣ୍ଡ ଧୋଇ ଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button