ମନୋରଞ୍ଜନ

ବର୍ଷା ପାଗର ଉଠାନ୍ତୁ ମଜା, ଥଣ୍ଡା ଥଣ୍ଡା ଘରେ ବନାନ୍ତୁ ଏକଦମ୍‌ ବଜାର ଭଳି ମୁସମୁସିଆ ପିଆଜି

ବାହାରେ ଖୁବ୍‌ ବର୍ଷା। ପାଗ ଏକଦମ୍‌ ଶୀତୁଆ ହୋଇଛି। ଆଉ ଏହି ବର୍ଷାର ଶୀତୁଆ ପାଗରେ ମନ ହୁଏ ଟିକେ କିଛି ଗରମା ଗରମ ଡିସ୍‌ ଖାଇବାକୁ। ଏହି କରୋନା ସମୟରେ ଆପଣଙ୍କ ପାଇଁ ବହୁତ ଭଲ ହେବ ଯଦି ଆପଣ ବାହାର ଛଣାଛଣି ଠାରୁ ଦୂରେଇ ରହିବେ। ତେଣୁ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକଦମ୍‌ ବଜାର ଭଳି ସ୍ୱାଦର ପିଆଜି। ଏହି ବର୍ଷା ସାଙ୍ଗକୁ ପିଆଜିର ସ୍ୱାଦ ଆପଣଙ୍କ ମଜାକୁ ଦ୍ୱିଗୁଣିତ କରିଦେବ। ଏହାକୁ ବନାଇବା ପାଇଁ ବେଶି କିଛି ସାମଗ୍ରୀର ଆବଶ୍ୟକତା ନାହିଁ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

piajiଆବଶ୍ୟକ ସାମଗ୍ରୀ

ଚଣା ଡାଲି, ବେସନ, ପିଆଜ, ଧନିଆ ପତ୍ର, ଅଦା, କଞ୍ଚା ଲଙ୍କା, ଲୁଣ, ହେଙ୍ଗୁ, ତେଲ ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ୧ କପ୍‌ ଚଣା ଡାଲି ନେଇ ସେଥିରେ ଦେଢ଼ କପ୍‌ ପାଣି ଦେଇ ୨-୩ ଘଣ୍ଟା ଭିଜାଇ ରଖିଦିଅନ୍ତୁ। ଏହାପରେ ଏହାକୁ ପାଣିରୁ ଛାଣି ଅଳ୍ପ ପାଣି ଦେଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଦେଖିବେ ଘୋଳଟି ଯେପରି ଭଲ ଭାବେ ପେଷ୍ଟ ହୋଇଯାଇଥିବ। ଏହାକୁ ଏକ ପାତ୍ରକୁ କାଢ଼ି ସେଥିରେ କାଟି ରଖିଥିବା ପିଆଜ, ଅଦା, ଧନିଆ ପତ୍ର, କଞ୍ଚା ଲଙ୍କା, ଲୁଣ ଏବଂ ଚିମୁଟାଏ ହେଙ୍ଗୁ ପକାଇ ପକାଇ ଭଲଭାବେ ହାତରେ ଗୋଳାଇ ଦିଅନ୍ତୁ। ଯଦି ମିଶ୍ରଣ ପାଣିଆ ଲାଗୁଥାଏ ତାହେଲେ ଆପଣ ସେଥିରେ ବେସନ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ।

piajiଗ୍ୟାସରେ ପ୍ୟାନ ବସାଇ ତେଲ ଗରମ କରନ୍ତୁ। ଏବେ ପାପୁଲିରେ ସାମାନ୍ୟ ତେଲ ଲଗାଇ ମିଶ୍ରଣକୁ ଅଳ୍ପ ଆଣି ହାତରେ ଗୋଲ କରି ସାମାନ୍ୟ ଚାପି ଦିଅନ୍ତୁ। ଏଭଳି ସବୁ ପ୍ରକାର ବନାଇ ଗରମ ତେଲରେ ଛାଣନ୍ତୁ। ଗ୍ୟାସକୁ ଲୋ ମିଡିୟମ ଫ୍ଲେମ କରିଦିଅନ୍ତୁ। ଏହା ସୁନେଲୀ ରଙ୍ଗ ହୋଇଗଲା ପରେ ସର୍ଭିଂ ପ୍ଲେଟକୁ କାଢ଼ି ସର୍ଭ କରନ୍ତୁ। ଏକଦମ୍‌ ବଜାର ଭଳି ପିଆଜି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button