ସ୍ୱାସ୍ଥ୍ୟ

ପ୍ରତିଦିନ ଖାଲିପେଟରେ ପିଅନ୍ତୁ ଏହି ଚା’, ମୋଟାପଣରୁ ମିଳିବ ମୁକ୍ତି

ଅଧିକାଂଶ ଲୋକ ମୋଟାପଣ ଯୋଗୁଁ ଚିନ୍ତାରେ ରହିଥାନ୍ତି। ଏହି ମୋଟାପଣ ଯୋଗୁଁ ପେଟ ବଢିଥାଏ। ଯାହା ଯୋଗୁଁ ଶରୀରର ବହୁତ ଖରାପ ଦେଖାଯାଏ। ମୋଟାପଣ କମାଇବା ପାଇଁ ଆପଣ ସବୁପ୍ରକାର ଉପାୟ ଆପଣାଇ ସାରିଲେଣି କିନ୍ତୁ ପେଟ କମୁନି। ଯଦି ଆପଣ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି, ପେଟ କମ୍‌ କରିବାକୁ ଚାହୁଁଚନ୍ତି କି ? ତେବେ ଆପଣଙ୍କ ପାଇଁ ଆମେ ଏକ ସ୍ୱତନ୍ତ୍ର ଚା’ ଆଣିଛୁ, ଯାହାକୁ ଆପଣ ପିଇବା ଦ୍ୱାରା ପେଟ ଚର୍ବିକୁ ଖୁବ କମଦିନରେ ହଟାଇପାରିବେ। ଏହି ଚା’କୁ ଆପଣ ଘରେ ପ୍ରସ୍ତୁତ କରିପାରିବେ। ଏହାକୁ ପ୍ରସ୍ତୁତ କରିବା ପାଇଁ ମହୁ, ଲେମ୍ବୁ, ଗ୍ରୀନ ଟି ବ୍ୟାଗ ଏବଂ ଆପଲ୍‌ ସାଇଡର ଭିନେଗାର ଦରକାର।

– ଅର୍ଗାନିକ ଗ୍ରୀନ ଟି କିମ୍ବା ଟି ବ୍ୟାଗ ନିଅନ୍ତୁ। ଏହାକୁ ଗରମ ପାଣିରେ ରଖନ୍ତୁ। ଏବେ ସେଥିରେ ଏକ ଚାମଚ ଆପଲ ସାଇଡର ଭିନେଗାର, ଅଧା ଲେମ୍ବୁ ରସ ଏବଂ ସ୍ୱାଦ ବଢାଇବା ପାଇଁ ମହୁ ପକାନ୍ତୁ। ଏହା ଆପଣଙ୍କ ପେଟ ଚର୍ବିକୁ କମ୍‌ କରିବାରେ ସହାୟକ ହେବ।

drink

– ଏକ କପ୍‌ ଗରମ ପାଣିରେ ଏକ ଗ୍ରୀନ ଟି ବ୍ୟାଗ କିମ୍ବା ହାଫ ଟେବୁଲ ସ୍ପୁନ ଅର୍ଗାନିକ ଗ୍ରୀନ ଟି ପକାନ୍ତୁ। କିଛି ସମୟ ଏହାକୁ ରହିବାକୁ ଦିଅନ୍ତୁ। ଏଥିରେ ଏକ ଟେବୁଲସ୍ପୁନ ଆପଲ ସାଇଡର ଭିନେଗାର ପକାନ୍ତୁ। ଏଥିରେ ଅଧା ଲେମ୍ବୁ ଚିପୁଡି ଦିଅନ୍ତୁ। ଏଥିରେ ଅଧା ଚାମଚ ମହୁ ମିଶାଇ ଦିଅନ୍ତୁ। ଏହି ଚା’କୁ ସକାଳୁ ଖାଲି ପେଟରେ ପିଇବା ଦ୍ୱାରା ସୁଫଳ ମିଳିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button