ସ୍ୱାସ୍ଥ୍ୟ

ସ୍ଵାମୀ ଓ ସ୍ତ୍ରୀଙ୍କ ର ବ୍ଲଡ଼ଗୃପ ସମାନ ହେଲେ କ’ ଣ ହୋଇଥାଏ ?

ବନ୍ଧୁଗଣ ସ୍ଵାମୀ ଓ ସ୍ତ୍ରୀଙ୍କ ବ୍ଲଡ଼ଗୃପ ସମାନ ହେବା କଥା ନୁହେଁ । କାରଣ ବ୍ଲଡ଼ଗୃପ ଉଭୟଙ୍କର ସମାନ ରହିବା ଦ୍ଵାରା କଂସିବ କରିବାରେ ମହିଳାଙ୍କର ଅସୁବିଧା ହୋଇଥାଏ । ବାରମ୍ବାର ଗର୍ଭପାତ ହେବାରେ ମଧ୍ୟ ଚାନ୍ସ ରହିଥାଏ । କିମ୍ବା ଜନ୍ମସ୍ଥ ସନ୍ତାନରେ କିଛି ପ୍ରୋବ୍ଲେମ ଦେଖାଯାଇପାରେ । ଏହି ବିଷୟରେ ଅନେକ ସମୟରେ ଆମେ ଶୁଣିବାକୁ ପାଇଥାଉ । ତେବେ ସ୍ଵାମୀ ଓ ସ୍ତ୍ରୀଙ୍କର ବ୍ଲଡ଼ଗୃପ ସମାନ ହେବା ଦ୍ଵାରା ବିବାହ ପରେ କିଛି ଅସୁବିଧା ହୁଏ କି ନାହିଁ । ଏହି ବିଷୟରେ ଡାକ୍ତର ସୁପ୍ରିୟା ପୁରାନିକ କ’ଣ କହୁଛନ୍ତି ଜାଣନ୍ତୁ ।

ବ୍ଲଡ଼ଗୃପରେ 2 ପ୍ରକାର କମ୍ପୋନେଣ୍ଟ ରହିଥାଏ । a, b, o, ab ପଜିଟିଭ ବା ସେହି ସବୁ ବ୍ଲଡ଼ଗୃପର ନେଗେଟିଭ ରହିଥାଇପାରେ । ଯେତେବେଳେ ସ୍ଵାମୀ ଓ ସ୍ତ୍ରୀଙ୍କର ବ୍ଲଡ଼ଗୃପ ଅସମାନ ରହିଥାଏ । ସେତେବେଳେ ଅନେକ ସମୟରେ ସେହି ଦମ୍ପତ୍ତିର ପିଲା ଜନ୍ମ ହେବା ପରେ ପିଲାକୁ ଜଣ୍ଡିସ ହେବାର ସମ୍ଭାବନା ରହିଥାଏ ।

ନଚେତ ଯେତେବେଳେ ମହିଳାର ବ୍ଲଡ଼ଗୃପ ନେଗେଟିଭ ରହିଥାଏ । ପୁରୁଷର ବ୍ଲଡ଼ଗୃପ ପଜିଟିଭ ରହିଥାଏ । ଏପରି କ୍ଷେତ୍ରରେ ବି ସେହି ଦମ୍ପତ୍ତିଙ୍କ ସନ୍ତାନ ଜନ୍ମ ହେବାପରେ ସିଭିୟର ଜଣ୍ଡିସ ହୋଇଥାଏ । ହେଲେ ଯେଉଁ ଦମ୍ପତ୍ତିଙ୍କର ବ୍ଲଡ଼ଗୃପ ସମାନ ରହିଥାଏ । ତାଙ୍କର ସନ୍ତାନ ଜନ୍ମ ପରେ ସନ୍ତାନ ଠାରେ abo ବା rh ଏହିସବୁରେ ଇନକମ୍ପାଲିଟି ଦେଖାଯାଇନଥାଏ ।

ଅର୍ଥାତ ଶିଶୁ ଜନ୍ମ ହେବା ପରେ ତାଙ୍କ ସ୍ଵାସ୍ଥବସ୍ତା ଭଲ ରହିଥାଏ । ତେଣୁ ଯଦି ସ୍ଵାମୀ ଓ ସ୍ତ୍ରୀଙ୍କର ବ୍ଲଡ଼ଗୃପ ସମାନ ରହିଥାଏ । ତେବେ ସେମାନଙ୍କୁ ଭୟ କରିବାର କୌଣସି ବି କାରଣ ନାହିଁ । ତେଣୁ ଯେଉଁ ଲୋକମାନେ ଭାବନ୍ତି । ଯେ ସ୍ଵାମୀ ଓ ସ୍ତ୍ରୀର ବ୍ଲଡ଼ଗୃପ ସମାନ ରହିବା ଦ୍ଵାରା ତାଙ୍କର ପ୍ରେଗନେନ୍ସିରେ ପ୍ରୋବ୍ଲେମ ଦେଖାଯାଇଥାଏ । ତେବେ ସେମାନଙ୍କର ଏହା ଭୁଲ ଧାରଣା ଅଟେ ।

ବ୍ଲଡ଼ଗୃପ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କର ସମାନ ରହିଲେ ତାଙ୍କର ହେବାକୁ ଥିବା ସନ୍ତାନ ଉପରେ କିଛି ବି ଖରାପ ପ୍ରଭାବ ପଡିନଥାଏ । ମହିଳା କଂସିବ କରିବ କି ନାହିଁ ତାହା ବ୍ଲଡ଼ଗୃପ ସହିତ କିଛି ସମ୍ବଦ୍ଧ ନଥାଏ ।  ତେଣୁ ବାହାଘର ହେବା ପୂର୍ବରୁ ପୁରୁଷ ଓ ମହିଳାଙ୍କ ବ୍ଲଡ଼ଗୃପ ମିଶାଇବାର କୌଣସି ଆବଶ୍ୟକତା ନଥାଏ ।

କାରଣ ବ୍ଲଡ଼ଗୃପ ସମାନ ରହିଲେ ବିବାହ ପରେ କୌଣସି ଅସୁବିଧାର ସାମ୍ନା କରିବାକୁ ପଡିନଥାଏ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button