ଦେଶ- ବିଦେଶ

ଡେରିରେ ଶୋଉଥିବା ଲୋକମାନେ ଶୀଘ୍ର ଶୋଉଥିବା ଲୋକଙ୍କ ଠାରୁ ଏସବୁ ଗୁଣରେ ଭଲ, ରିସର୍ଚ୍ଚରେ ହେଲା ଖୁଲାସା

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ଶୋଇବାକୁ ସମୟ ପାଉନାହାନ୍ତି। ଦିନଯାକର କାମ ସାରି ଖଟକୁ ଯାଉ ଯାଉ ରାତି ୧୨ଟା ବାଜୁଛି। ପ୍ରାୟ ୯୦ ପ୍ରତିଶତ ଲୋକ ରାତିରେ ୧୨ଟା ପରେ ଶୋଇବାକୁ ଯାଇଥାନ୍ତି। ମାତ୍ର ଡାକ୍ତରଙ୍କ କହିବାନୁସାରେ ରାତିରେ ଡେରିରେ ଶୋଉଥିବା ଲୋକଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିଥାଏ। ଏମାନେ ଶୀଘ୍ର ରୋଗାଗ୍ରସ୍ତ ହୋଇଥାନ୍ତି। କେବଳ ଏତିକି ନୁହେଁ ଡେରିରେ ଶୋଉଥିବା ଲୋକଙ୍କ ଠାରେ ରକ୍ତଚାପ, ମୋଟାପଣ, ଆଳସ୍ୟ, ବଦହଜମି ଆଦି ସମସ୍ୟା ମଧ୍ୟ ଦେଖାଯାଏ। ଏଣୁ ଲୋକଙ୍କୁ ଶୀଘ୍ର ଶୋଇ ଶୀଘ୍ର ଉଠିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି।

17 Proven Tips to Sleep Better at Night

ମାତ୍ର ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାଯାଇଛି ଯେ ଶୀଘ୍ର ଶୋଇ ଶୀଘ୍ର ଉଠୁଥିବା ଲୋକଙ୍କ ତୁଳନାରେ ଡେରିରେ ଶୋଉଥିବା ଲୋକଙ୍କର ବୁଦ୍ଧିମତା ବା ସାଧାରଣ ଜ୍ଞାନ ଅଧିକ। ଖାସ୍‌ କରି ରାତି ୧୨ଟା ପରେ ଶୋଉଥିବା ଲୋକମାନେ ଶୀଘ୍ର ଶୋଉଥିବା ଲୋକଙ୍କ ଠାରୁ ଅଧିକ ଇଣ୍ଟେଲିଜେଣ୍ଟ ବା ଜ୍ଞାନୀ ହୋଇଥାନ୍ତି। ଡେରି ରାତି ଯାଏଁ ଚେଉଁଥିବା ଲୋକଙ୍କର ବୌଦ୍ଧିକ ଜ୍ଞାନ ଶୀଘ୍ର ଶୋଇପଡ଼ୁଥିବା ଲୋକଙ୍କ ଠାରୁ ଅଧିକ।

Neuroscientist discovers hidden region in the human brain

କିନ୍ତୁ ଡେରିରେ ଶୋଇବା ଦ୍ୱାରା ଶରୀରର ଅନେକ କ୍ଷତି ମଧ୍ୟ ହୋଇଥାଏ। ଡେରିରେ ଶୋଇ ଡେରିରେ ଉଠୁଥିବା ଲୋକମାନେ ସବୁ କାମରେ ବିଳମ୍ବ କରିଥାନ୍ତି। ଏମାନେ ଜୀବନକାଳ ଭିତରେ କେବେ ବି ସୂର୍ଯ୍ୟକିରଣ ଦେଖିପାରିନଥାନ୍ତି। ଫଳରେ ଶରୀରରେ ଭିଟାମିନ୍‌ ଡିର ଅଭାବ ଦେଖାଯାଏ। ଏହା ଦ୍ୱାରା ହାଡ଼ ଦୁର୍ବଳ ହେବା ସହ ବ୍ୟକ୍ତି କୁପୋଷଣର ମଧ୍ୟ ଶିକାର ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button