ଦେଶ- ବିଦେଶ

ଏବେ ଘରେ ହିଁ କରନ୍ତୁ ପାର୍ଲର ଭଳି ହେୟାର ସ୍ପା, କେଶରେ ଆସିବ ଚମକ

ସାଧାରଣତଃ ମହିଳାମାନେ କେଶକୁ ସାଇନ୍ ଏବଂ ସିଲକ୍ କରିବା ପାଇଁ ମାସରେ ଥରେ ସ୍ପା କରିଥାନ୍ତି। ଏଥିପାଇଁ ମହିଳାମାନଙ୍କୁ ଅଧିକ ଟଙ୍କା ମଧ୍ଯ ଖର୍ଚ୍ଚ କରିବାକୁ ପଡିଥାଏ। ଏଥିପାଇଁ ଆପଣ ଚାହିଁଲେ ଘରେ ମଧ୍ଯ ସ୍ପା କରି କେଶରେ ଚମକ ଆଣିପାରିବେ। ଏହାଦ୍ବାରା ଆପଣଙ୍କର ଅଧିକ ଟଙ୍କା ଖର୍ଚ୍ଚ ହେବ ନାହିଁ କି କେମିକାଲ ଯୁକ୍ତ ପ୍ରଡକ୍ଟ ବ୍ଯବହାର କରି ସମସ୍ଯାରୁ ରକ୍ଷା ପାଇପାରିବେ। ତେବେ ଆସନ୍ତୁ ଜାଣିବା ଘରେ ହେୟାର ସ୍ପାର କରିବାର ସହଜ ଉପାୟ।

spa2କାହିଁକି ଆବଶ୍ଯକ ହେୟାର ସ୍ପା?

ଏହାଦ୍ବାରା କେଶର ମୂଳ ସଫା ହୋଇଥାଏ ଏବଂ କେଶକୁ ପୋଷଣ ମିଳିଥାଏ। ଏହାଦ୍ବାରା କେଶ ଝଡିବା ସମସ୍ଯା ବନ୍ଦ ହୋଇଥାଏ।

ପ୍ରଥମ ଷ୍ଟେପ୍:

ସର୍ବପ୍ରଥମେ ହାଲୁକା ଉଷୁମ ତେଲରେ କେଶକୁ ମସାଜ୍ କରନ୍ତୁ। ଏହାଦ୍ବାରା କେଶର ମୂଳକୁ ପୋଷଣ ମିଳିବା ସହ ମଜବୁତ୍ ହୋଇଥାଏ। ଏଥିସହ କେଶ ଝଡିବା ସମସ୍ଯା ମଧ୍ଯ କମ ହୋଇଥାଏ।

spa1ଦ୍ବିତୀୟ ଷ୍ଟେପ୍:

ତେଲ ଲଗାଇବା ପରେ କେଶକୁ ଷ୍ଟିମ୍ ଦିଅନ୍ତୁ। ଏଥିପାଇଁ ପାଣି ଗରମ କରି ସେଥିରେ ଟଉଲିଆ ବୁଡାନ୍ତୁ। ଏହାପରେ ଟଉଲିଆକୁ ଚୁପୁଡି କେଶରେ ବାନ୍ଧନ୍ତୁ। ଟଉଲିଆକୁ ଯେପରି ଅଧିକ ଜୋରରେ ନବାନ୍ଧନ୍ତୁ ସେଥିପ୍ରତି ଧ୍ଯାନ ରଖନ୍ତୁ। ଏହାଦ୍ବାରା କେଶର ମୂଳରେ ଭଲଭାବେ ତେଲ ଲାଗିଥାଏ।

ତୃତୀୟ ଷ୍ଟେପ୍:

କେଶର ଅନୁଯାୟୀ ଶାମ୍ପୂ ନେଇ ପାଣିରେ ପକାଇ ଭଲଭାବେ ମିଶ୍ରଣ କରନ୍ତୁ। ଏହାପରେ କେଶରେ ଭଲଭାବେ ଲଗାଇ ଧୋଇ ଦିଅନ୍ତୁ। କେଶ ଧୋଇବା ପରେ କଣ୍ଡିସନର ଲଗାନ୍ତୁ।

spaଚତୁର୍ଥ ଷ୍ଟେପ୍:

ଏହାପରେ ଆପଣ ଘରେ ପ୍ରସ୍ତୁତ କରିଥିବା ହେୟାର ମାସ୍କ ବ୍ଯବହାର କରନ୍ତୁ। ମାସ୍କ ପ୍ରସ୍ତୁତ କରିବା ପାଇଁ ଆପଣ ମେଥି ଦାନାକୁ ରାତିରେ ଭିଜାଇ ରଖନ୍ତୁ। ଏହାପରେ ଏହାକୁ ଗ୍ରାଇଣ୍ଡିଂ କରି ୨୦ ମିନିଟ୍ ପର୍ଯ୍ଯନ୍ତ କେଶରେ ରଖନ୍ତୁ। ଏହାପରେ ଆପଣ କେଶ ସଫା କରିଦିଅନ୍ତୁ। ଆପଣ ଚାହିଁଲେ ମେଥି ପରିବର୍ତ୍ତେ ଏଲୋଭେରା ଏବଂ ଅଣ୍ଡା ମଧ୍ଯ ବ୍ଯବହାର କରିପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button