ମନୋରଞ୍ଜନ

ସନ୍ଧ୍ୟା ଚା’ର ମଜା ନିଅନ୍ତୁ ଧନିଆପତ୍ର କଟ୍‌ଲେଟ୍‌ ସହିତ, ଏମିତି କରନ୍ତୁ ପ୍ରସ୍ତୁତ

ବର୍ଷା ଦିନ ଆସିଗଲାଣି। ଲୋକେ ସନ୍ଧ୍ୟାର ଚା’ ସହିତ କିଛି ସ୍ନାକ୍ସ ଖାଇବାକୁ ଇଚ୍ଛା କରିଥାନ୍ତି। ତେଣୁ କରୋନା ସମୟରେ ବାହାରୁ ଖାଇବାକୁ ଲୋକେ ଡରୁଛନ୍ତି। ତେବେ ଆପଣ ସନ୍ଧ୍ୟାରେ ଘରେ କିଛି ବନାଇ ସ୍ନାକ୍ସର ମଜା ନେଇପାରିବେ। ଆସନ୍ତୁ ଜାଣିବା ଏଥିପାଇଁ କ’ଣ ଦରକାର ଅତ୍ୟାବଶ୍ୟକ ସାମଗ୍ରୀ..

ଅତ୍ୟାବଶ୍ୟକ ସାମଗ୍ରୀ :

ଏକ ବିଡା ଧନିଆପତ୍ର

ଅଳ୍ପ ବେସନ

ଜୀରା

ଲଙ୍କା ପାଉଡର

ଗରମ ମସଲା ପାଉଡର

ଲୁଣ ସ୍ୱାଦନୁସାରେ

ତେଲ ଛାଣିବା ପାଇଁ

cutlet

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଧନିଆକୁ ଭଲଭାବେ ଧୋଇଦିଅନ୍ତୁ। ତା’ପରେ ଏକ ଜାଗାରେ ଧନିଆପତ୍ର, ୧ କପ୍‌ ବେସନ, ଅଧ ଚାମଚ ଜୀରା, ୧ ଚାମଚ ଲଙ୍କା ପାଉଡର, ଅଧା ଚାମଚ ଗରମ ମସଲା ଏବଂ ଲୁଣ ମିଶାଇ ଦିଅନ୍ତୁ। ଏହାକୁ ଭଲ ଭାବେ ହାତରେ ଚକଟି ମିଶାଇ ଦିଅନ୍ତୁ। ଏବେ ଏହାକୁ ହାତରେ କଟଲେଟ ପରି ତେଲରେ ଛାଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଧନିଆପତ୍ର କଟଲେଟ୍‌। ଏହାକୁ ଚା’ ସହିତ ଆପଣ ସନ୍ଧ୍ୟାରେ ଖାଇପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button