ପାଟନାରେ କ୍ରେନ୍କୁ ଧକ୍କା ଦେଲା ଅଟୋରିକ୍ସା, ୭ ମୃତ – Kalinga News

[ad_1]
ପାଟନା: ବିହାର ରାଜଧାନୀ ପାଟନାରେ ଆଜି ଭୋର୍ ପ୍ରାୟ ୪ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୭ଜଣଙ୍କ ମୃତ୍ୟୁ ହୋଇଯାଇଛି। ମିଳିଥିବା ସୂଚନାନୁଯାୟୀ କଙ୍ଗରବାଗ୍ର ରାମ-ଳକ୍ଷ୍ମଣ ପଥ ଠାରେ ପାଟନା ମେଟ୍ରୋ ରେଳ ପ୍ରକଳ୍ପ କାମ ଚାଲିଥିବା ବେଳେ ପ୍ରକଳ୍ପ କାର୍ଯ୍ୟ ପାଇଁ ନିୟୋଜିତ ହୋଇଥିବା ଏକ ହାଏଡ୍ରା କ୍ରେନ୍କୁ ଏକ ଅଟୋରିକ୍ସା ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା। ଫଳରେ ଅଟୋରିକ୍ସାଟି ଏକାଧିକ ଥର ପଲଟିବା ସହ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ୪ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୪ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ପାଟନା ସେଣ୍ଟ୍ରାଲ୍ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତିନିଜଣଙ୍କ ମୃତ୍ୟୁ ହୋଇଛି ଏବଂ ଆଉ ଜଣେ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଅଟୋରିକ୍ସା ଓ କ୍ରେନ୍ର ଚାଳକ ଫେରାର୍ ଅଛନ୍ତି। ଏନେଇ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଥିବା ପାଟନା ଟ୍ରାଫିକ୍ ଏସ୍ପି ଅଶୋକ କୁମାର ଚୌଧୂରୀ ସୂଚନା ଦେଇଛନ୍ତି।
[ad_2]