ଜ୍ୟୋତିଷ

ସର୍ବଦା ପତି-ପତ୍ନୀଙ୍କ ମଧ୍ଯରେ ଝଗଡା ଲାଗି ରହୁଛି କି? ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ

ବାସ୍ତୁ ଅନୁଯାୟୀ ପରିବାର ସଦସ୍ଯଙ୍କ ମଧ୍ଯରେ ଭଲପାଇବା ଏବଂ ମିଳାମିଶା ରହିବା ଦ୍ବାରା ଭଗବାନଙ୍କ କ୍ପା ଲାଭ ହୋଇଥାଏ। ଏହାଦ୍ବାରା ଘରେ ସକାରାତ୍ମକ ପ୍ରଭାବ ପଡିବା ସହ ସୁଖ, ଶାନ୍ତି ଏବଂ ସମୃଦ୍ଧି ବାସ କରିଥାଏ। କିନ୍ତୁ କୌଣସି କାରଣରୁ ଯଦି ପତି-ପତ୍ନୀଙ୍କ ମଧ୍ଯରେ ଝଗଡା ହୋଇଥାଏ ତେବେ ଘରର ବାତାବରଣ ଦୂଷିତ ହୋଇଥାଏ। ପରିବାରରେ ଏକତା ଭଙ୍ଗ ହେବା ଦ୍ବାରା ଘରେ ଅଶାନ୍ତି ଦେଖାଯାଇଥାଏ। ଏହିକାରଣରୁ ଯଦି ଆପଣ ମଧ୍ଯ ଏଭଳି ମସସ୍ଯା ଦେଇ ଗତି କରୁଛନ୍ତି ତେବେ ଆପଣାନ୍ତୁ ଏହି ବାସ୍ତୁ ଉପାୟ।

-ଘରେ କୌଣସି ବି ଫଳ କିମ୍ବା ମିଠା ଆଣିବା ପରେ ସର୍ବ ପ୍ରଥମେ ଭଗବାନଙ୍କୁ ଭୋଗ ଲଗାନ୍ତୁ। ଏହାପରେ ସେହି ଜିନିଷକୁ ବୟସ୍କ ବ୍ଯକ୍ତି ଏବଂ ପିଲାମାନଙ୍କୁ ଖୁଆଇବା ପରେ ନିଜେ ଖାଆନ୍ତୁ। ଏପରି ବଡ ଲୋକ ଏବଂ ଛୋଟ ପିଲାଙ୍କୁ ଖୁସି ହେବାର ଦେଖି ର୍ମା ଅନ୍ନପୂର୍ଣ୍ଣା ଦେବୀ ପ୍ରସନ୍ନ ହୋଇଥାନ୍ତି। ଏହାଦ୍ବାରା ଘରେ ସର୍ବଦା ଅନ୍ନ ଏବଂ ଧନ ପୂର୍ଣ୍ଣ ରହିଥାଏ।

-ମହିଳାମାନେ ନିଜ ହାତରେ ୨ଟି ସୁନା କିମ୍ବା ହଳଦିଆ ରଙ୍ଗର ଚୁଡି ନିଶ୍ଚୟ ପିନ୍ଧିବା ଉଚିତ। କାରଣ ଏହାଦ୍ବାରା ବୈବାହିକ ଜୀବନ ସୁଖମୟ ହେବା ସହ ଝଗଡା ଦୂର ହୋଇଥାଏ।

room-ପାଣିରେ ଅଳ୍ପ କିଛି ଲୁଣ ମିଶାଇ ପୁରା ଘରେ ପୋଛା ଲଗାଇବା ଉଚିତ। ଏହାଦ୍ବାରା ଘରେ ଥିବା ନକାରାତ୍ମକ ଶକ୍ତି ଦୂର ହେବା ସହ ନକାରାତ୍ମକ ପ୍ରଭାବରୁ ରକ୍ଷା ମିଳିଥାଏ। କିନ୍ତୁ ଗୁରୁବାର ଦିନ ଘର ଏଭଳି ପୋଛନ୍ତୁ ନାହିଁ।

-ଘରର ସିଢି ତଳେ ଭାଙ୍ଗିଯାଇଥିବା ଖରାପ ଜିନିଷ ରଖନ୍ତୁ ନାହିଁ। କାରଣ ଏପରି କରିବା ଦ୍ବାରା ପରିବାର ସଦସ୍ଯଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡିପାରେ।

-ଘରେ ଜୋତା କିମ୍ବା ଚପଲକୁ ସର୍ବଦା ପଶ୍ଚିମ ଦିଗରେ ରଖିବା ଉଚିତ। କାରଣ ଘରର ଏଣେତେଣେ ଚପଲ ରଖିବା ଦ୍ବାରା ନକାରାତ୍ମକ ପ୍ରଭାବ ପଡିଥାଏ।

newly_married-ପ୍ରତ୍ଯେକ ଦିନ ସାକଳ ଏବଂ ସଂଧ୍ଯାରେ ପୂଜା କରିବା ପରେ ଗୋଟିଏ କର୍ପୂର ନିଶ୍ଚିନ୍ତ ଜଳାନ୍ତୁ। ଏହାର ପ୍ରଭାବରେ ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଘରର ପରିବେଶ ଶାନ୍ତିମୟ ହୋଇଥାଏ।

-ସେହିଭଳି ଗହମ ପେଶିବା ପାଇଁ ସପ୍ତାହରେ ସୋମବାର କିମ୍ବା ଶନିବାରେ ଦିଅନ୍ତୁ। ଏହାଦ୍ବାରା ପରିବାର ସଦସ୍ଯଙ୍କ ସ୍ବାସ୍ଥ୍ଯ ଭଲ ରହିଥାଏ। ଏଥିସହ ଅର୍ଥସମସ୍ଯା ଦୂର ହେବା ସହ ଘରେ ଲକ୍ଷ୍ମୀ ବାସ କରିଥାନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button