ଜ୍ୟୋତିଷ
ବ୍ରହ୍ମାଣ୍ଡର ଶକ୍ତିଶାଳୀ ସାପ ଦେଖନ୍ତୁ କେତେ ବିଶାଳ ଏହାର ରୂପ ଦେଖନ୍ତୁ

ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ତ କେତେ ବିଷାକ୍ତ ସାପକୁ ଦେଖିଥିବେ ଆଉ ତାଙ୍କ ବିଷୟରେ ମଧ୍ୟ ଜାଣିଥିବେ। କିନ୍ତୁ ଆଜି ଆମେ ବ୍ରହ୍ମାଣ୍ଡର ୫ଟି ଶକ୍ତିଶାଳୀ ନାଗ ବିଷୟରେ ଜାଣିବା। ଆପଣ ମାନେ ତ ଜାଣିଥିବେ ଶକ୍ତିର ପ୍ରତୀକ ହେଇଥାନ୍ତି ନାଗ। ଆଉ ଦେଵତା ରୂପରେ ପୂଜା ପାଇଥାନ୍ତି ସର୍ପରାଜ। ପ୍ରାଚୀନ ସଂସ୍କୃତିରେ ରହିଛି ଗୁରୁତ୍ଵପୂର୍ଣ୍ଣ ଭୂମିକା। ନାଗଙ୍କୁ ପୂଜା କରିବା ଆମ ହିନ୍ଦୁ ଧର୍ମର ପରମ୍ପରାରେ ରହିଆସିଛି। କିନ୍ତୁ ଭାରତ ନୁହେଁ ଅନେକ ପ୍ରାଚୀନ ସଂସ୍କୃତିରେ ମଧ୍ୟ ନାଗଙ୍କୁ ଶକ୍ତିର ପ୍ରତୀକ ବୋଲି କୁହାଯାଏ। ବନ୍ଧୁଗଣ ଆସନ୍ତୁ ଜାଣିବା ଶକ୍ତିଶାଳୀ ନାଗଙ୍କ ବିଷୟରେ ଯେଉଁ ମାନଙ୍କର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ଆମ ହିନ୍ଦୁ ଧର୍ମରେ। କାଳିଆ ନାମକ ନାଗ ବୃନ୍ଦାବନରେ ଥିବା ଯମୁନା ନଦୀରେ ବାସ କରିଥିଲା।
ତେବେ କାଳିଆ ନାଗ ସେଠାରେ ରହୁଥିବାରୁ ଯମୁନା ନଦୀର ପାଣି ଏତେ ବିଷାକ୍ତ ହୋଇଯାଥିଲା ଯେ ସେଠାକୁ କୌଣସି ମନୁଷ୍ୟ କି ପଶୁ ପକ୍ଷୀ କେବେବି ଯାଇପାରୁ ନଥିଲେ। କାଳିଆ ନାଗ ରମାଣକ ଦୀପର ବାସିନ୍ଦା ଥିଲା। କାଳିଆ ନାଗଙ୍କ ଶତ୍ରୁ ପ୍ରଭୁ ଗରୁଡଙ୍କ ଡରରେ ବୃନ୍ଦାବନକୁ ପଳେଇ ଆସିଥିଲା।କାରଣ ଗରୁଡ ଜଣେ ଋଷିଙ୍କ ଅଭିଶାପ ଯୋଗୁ ବୃନ୍ଦାବନରେ ପ୍ରବେଶ କରିପାରୁନଥିଲେ। ତେଣୁ କାଳିଆ ନାଗ ପାଇଁ ସବୁଠାରୁ ଏହା ସୁରକ୍ଷିତ ସ୍ଥାନ ଥିଲା। ଥରେ ପ୍ରଭୁ ଶ୍ରୀକୃଷ୍ଣ ନଦୀ କୂଳରେ ଖେଳୁଥିବା ସମୟରେ କୌଣସି କାରଣ ବଶତଃ ନଦୀ ଭିତରକୁ ପଳେଇଥିଲେ। ସେତେବେଳେ କାଳିଆ ନାଗ ଶ୍ରୀକୃଷ୍ଣ ଉପରେ ଆକ୍ରମଣ କରି ବିଷ ଉଗାଳି ଦେଇଥିଲା। ହେଲେ ପ୍ରଭୁ ଶ୍ରୀକୃଷ୍ଣ କାଳିଆ ନାଗଙ୍କୁ ଯଥାଶୀଘ୍ର କାବୁ କରିନେଇଥିଲେ।
ସେହିପରି ଆସନ୍ତୁ ଜାଣିବା ତକ୍ଷକ ନାଗ ବିଷୟରେ।ତକ୍ଷକ ନାଗ ବିଷୟରେ ମହାଭାରତରେ ଉଲ୍ଲେଖ କରାଯାଇଛି। ଅର୍ଜୁନ ଯେତେବେଳ ଖାଣ୍ଡବ ବନରେ ନିଆଁ ଲଗେଇ ନଷ୍ଟ କରିଦେଇଥିଲେ। ସେଠାରେ ରହୁଥିବା ତକ୍ଷକ ନାଗ ସେଠାରୁ ଆସି ତକ୍ଷଶିଳାରେ ବାସ କଲେ। ତକ୍ଷକ ନାଗଙ୍କୁ ଇନ୍ଦ୍ରଙ୍କ ମିତ୍ର ବି କୁହାଯାଏ। ସେ ପାତାଳରେ ବାସ କରୁଥିବା ଆଠିଟି ନାଗ ମାନଙ୍କ ମଧ୍ୟରୁ ଗୋଟିଏ। ଏକ ଋଷିଙ୍କ ଅଭିଶାପ ଦ୍ବାରା ରାଜା ପରୀକ୍ଷିତଙ୍କୁ ତକ୍ଷକ ନାଗ ଦଂଶନ କରିବା ଦ୍ବାରା ତାଙ୍କର ମୃ-ତ୍ୟୁ ହେଇଥିଲା। ତେଣୁ କ୍ରୋଧ ବସବତି ହୋଇ ପରୀକ୍ଷିତଙ୍କ ପୁତ୍ର ଜନ୍ମେଇଜ୍ୟ ସମସ୍ତ ନାଗଙ୍କ ବିନାଶ ପାଇଁ ଯଜ୍ଞ କଲେ। ସେତେବେଳେ ସମସ୍ତ ନାଗ ଯଜ୍ଞ କୁଣ୍ଡରେ ଆସି ପଡ଼ିବାକୁ ଲାଗିଲେ। ତକ୍ଷକ ନାଗଙ୍କ ନାମ ନେଲା ମାତ୍ରେ ସିଏ ବି ଆସି ଯଜ୍ଞ କୁଣ୍ଡରେ ପଞ୍ଚିଥିଲେ।
ସେତେବେଳ ସେଠାରେ ଜଣେ ଆସ୍ତିକ ନାମକ ଜଣେ ଯୁବଋଷି ଆସି ପହଞ୍ଚିଥିଲେ। ଆଉ ତାଙ୍କ କହିବା ଅନୁସାରେ ହିଁ ଯନ୍ମେଜ୍ୟ ଯଜ୍ଞ ବନ୍ଦ କରିଦେଇଥିଲେ। ଯାହାଫଳରେ ତକ୍ଷକ ନାଗଙ୍କ ପ୍ରାଣ ବଞ୍ଚିଯାଇଥିଲା। କର୍କୋଟ ନାଗ ଭଗବାନ ଶିବଙ୍କ ବାହନ ମଧ୍ୟରୁ ହେଉଛି ଜଣେ। କର୍କୋଟ ନାଗ ମଧ୍ୟ ଜନ୍ମେଜ୍ୟଙ୍କ ଯଜ୍ଞରୁ ରକ୍ଷା ପାଇବା ପାଇଁ ବ୍ରହ୍ମାଙ୍କ ଉପଦେଶରେ ମହାଦେବ ଶିବଙ୍କ ର ତପସ୍ୟା କରିବା ଆରମ୍ଭ କରିଦେଇଥିଲେ। କର୍କୋଟ ମହାକାଳ ବନରେ ଶିବଲିଙ୍ଗଙ୍କୁ ପୂଜିବାରେ ଲାଗିପଡିଲେ। କର୍କୋଟ ନାଗଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଶିବ ତାଙ୍କୁ କହିଲେ ଯେ, ଯିଏ ନାଗର ଧର୍ମକୁ ପାଳନ କରନ୍ତି ତାଙ୍କର ବିନାଶ ହୋଇପାରିନଥାଏ। ତେଣୁ ମହାଦେବଙ୍କ କର୍କୋଟ ନାଗକୁ ଶିବ ଲିଙ୍ଗରେ ପ୍ରବେଶ କରାଇଦେଲେ। ଆଉ ତାଙ୍କର ପ୍ରାଣ ବଞ୍ଚିଜାଇଥିଲା।
ବାସୁକୀ ନାଗ ଏହି ନାଗକୁ ବହୁତ ଶକ୍ତିଶାଳୀ ନାଗ ବୋଲି ଉଲ୍ଲେଖ କରାଯାଇଛି। ବାସୁକୀ ଶେଷ ନାଗଙ୍କ ସାନ ଭାଇ। ମହାଦେବଙ୍କ ପରମ ଭକ୍ତ ହୋଇଥିବାରୁ ଶିବ ବାସୁକୀଙ୍କୁ ଗଳାରେ ଧାରଣ କରିଛନ୍ତି। ଯେତେବେଳେ ସମୁଦ୍ର ମନ୍ଥନ ହୋଇଥିଲା ବାସୁକୀଙ୍କ ଦ୍ବାରା ହିଁ ମନ୍ଦ୍ରାଚନ ପର୍ବତକୁ ବାନ୍ଧି ସମୁଦ୍ର ମନ୍ଥନ କରାଯାଇଥିଲା। ବାସୁକୀ ନାଗ ପ୍ରାଣ ବା ଜୀବନ ଉଜା କୁହାଯାଏ ତା’ର ପ୍ରତିନିଧିତ୍ଵ କରନ୍ତି। ଶେଷ ନାଗ ଯାହାକୁ ନାଗ ମାନଙ୍କ ରାଜା ବୋଲି କୁହାଯାଏ। ଶେଷ ନାଗଙ୍କ ବ୍ରହ୍ମାଣ୍ଡ ନିର୍ମାଣ ଓ ବିନାଶରେ ଏକ ବିଶେଷ ଭୂମିକା ରହିଛି। ନାଗ ମାନଙ୍କ ଭିତରେ ସର୍ବ ପ୍ରଥମେ ଶେଷ ନାଗଙ୍କ ହିଁ ଉତ୍ପତି ହୋଇଥିଲା। ଶେଷନାଗ ନାଗରାଜ ଅନ୍ତ ନାଗଙ୍କ ହିଁ ଅନ୍ୟ ନାମ। ବିଷ୍ଣୁଙ୍କ ସେବକ ହେବା ପାଇଁ ସଂସାର ତ୍ୟାଗ କରି ଶେଷ ନାଗଙ୍କୁ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ତପସ୍ୟା କରିବାକୁ ପଡ଼ିଥିଲା।