ଦେଶ- ବିଦେଶ

ଫଳ ରାଜା ଆମ୍ବ ବଢାଇବ ଆପଣଙ୍କ ଚେହେରାର ଚମକ, ଆପଣାନ୍ତୁ ଏହି ଫେସପ୍ୟାକ୍‌

ଆମ ଖାଇବାକୁ ଆପଣ ନିଶ୍ଚିତ ଭଲପାଉଥିବେ। ଗରମ ଦିନରେ ଆମ୍ବ ଖାଇବାକୁ ଅନେକ ଲୋକଙ୍କ ବହୁତ ପସନ୍ଦ ଥାଏ। କଞ୍ଚା ହେଉ ଅବା ପାଚିଲା ଆମ୍ବର ଏକ ଅଲଗା ପ୍ରକାର ଟେଷ୍ଟ ରହିଥାଏ। କିନ୍ତୁ ଆପଣ ଜାଣନ୍ତି କି, ଆମ୍ବ କେବଳ ଖାଇବାରେ ସ୍ୱାଦିଷ୍ଟ ନୁହେଁ ବରଂ ଚେହେରାର ଚମକ ବଢାଇବାରେ ମଧ୍ୟ ସହାୟକ ହୋଇଥାଏ। ଆମ୍ବରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଆପଣଙ୍କ ତ୍ୱଚାରେ ଥିବା ହାନିକାରକ ପଦାର୍ଥରୁ ରକ୍ଷା କରି ଚେହେରାର ଚମକ ଫେରାଇଥାଏ। ଏମିତି ଫେସପ୍ୟାକ୍‌ ରହିଛି, ଯାହା ଆପଣଙ୍କ ସୁନ୍ଦରତା ବଢାଇବାର କାମ କରିଥାଏ। ଆସନ୍ତୁ ଜାଣିବା, ଏହି ଫେସପ୍ୟାକ୍‌ ବିଷୟରେ…

ଆମ୍ବ ଏବଂ ବେସନ ପ୍ୟାକ :

ଅଧିକ ଖରା କାରଣରୁ ଆପଣଙ୍କ ସ୍କିନ ଟ୍ୟାନ୍‌ ଯଦି ପଡିଯାଏ ତେବେ ଏହି ପ୍ୟାକ୍‌  ଟ୍ରାଏ କରନ୍ତୁ। ଏହାକୁ ପ୍ରସ୍ତୁତ କରିବା ପାଇଁ ୪ ଚାମଚ ଆମ୍ବ, ୨ ଚାମଚ ବେସନ, ୧ ଚାମଚ ମହୁ ଏବଂ ୧ ଚାମଚ ଦହି ମିଶାଇ ମିକ୍ସ କରିଦିଅନ୍ତୁ। ଏହାକୁ ଏକାଠି ମିଶାଇ ଚେହେରାରେ ଲଗାନ୍ତୁ। ଏହା ଭଲ ଭାବେ ଶୁଖିଯିବା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ।

mango 1

ଆମ୍ବ ଏବଂ ଗୋଲାପ ଜଳ ଫେସମାସ୍କ :

ଗରମରେ ଚେହେରା ହାଇଡ୍ରେଟ ଏବଂ ଥଣ୍ଡା ରଖିବା ପାଇଁ ଏହି ଫେସପ୍ୟାକ୍‌ ଲଗାଇପାରିବେ। ଏପରି ଫେସପ୍ୟାକ୍‌ ବନାଇବା ପାଇଁ ୧ ପାଚିଲା ଆମକୁ କାଟି ଏହାକୁ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏଥିରେ ୨ ଚାମଚ ମୁଲତାନୀ ମିଟି, ୨ ଚାମଚ ଗୋଲାପ ଜଳ ମିଶାଇ ପେଷ୍ଟ କରନ୍ତୁ। ଏଥିରେ ୨ ଚାମଚ ଦହି ମିଶାଇ ଚେହେରାରେ ୧୫ରୁ ୨୦ ମିନିଟ୍‌ ରଖନ୍ତୁ। ପରେ ଏହାକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ଏହି ପ୍ୟାକ୍‌ ସ୍କିନକୁ ହାଇଡ୍ରେଟ କରିବା ସହିତ ଏଜିଙ୍ଗ ସାଇନ୍ସ ମଧ୍ୟ କମ୍‌ କରିଥାଏ। ଏହି ପ୍ୟାକ୍‌ ସମ୍ବେଦନଶୀଳ ସ୍କିନ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button