ମଣିପୁର ପୁଲିସ ଅଧିକାରୀଙ୍କୁ ଘରୁ ଉଠାଇନେଲେ ୨୦୦ ବନ୍ଧୁକଧାରୀ ଦୁର୍ବୃତ୍ତ – Kalinga News

[ad_1]
ଇମ୍ଫାଲ: ମଙ୍ଗଳବାର ୨୦୦ ବନ୍ଧୁକଧାରୀ ଦୁର୍ବୃତ୍ତ ମଣିପୁର ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ଘରେ ପଶି ତାଙ୍କୁ ଅପହରଣ କରିନେଇଥିଲେ। ତେବେ ପୁଲିସ ଓ ସୁରକ୍ଷା ବାହିନୀର ତତ୍କାଳ କାର୍ଯ୍ୟାନୁଷ୍ଠାନ ଫଳରେ ମାତ୍ର କିଛି ଘଣ୍ଟା ମଧ୍ୟରେ ଅଧିକାରୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସମ୍ଭବ ହୋଇପାରିଛି। ଇମ୍ଫାଲ ପଶ୍ଚିମର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମୋଇରାଙ୍ଗଥେମ୍ ଅମିତ ସିଂହଙ୍କୁ ଇମ୍ଫାଲ ପଶ୍ଚିମ ଜିଲ୍ଲାରେ ଥିବା ତାଙ୍କ ବାସଭବନରୁ ସଶସ୍ତ୍ର ଦୁର୍ବୃତ୍ତମାନେ ଅପହରଣ କରି ନେଇଛନ୍ତି। ପୁଲିସ ବିବୃତିରେ କୁହାଯାଇଛି ଯେ ପ୍ରାୟ ୨୦୦ ସଶସ୍ତ୍ର ବ୍ୟକ୍ତି ଇମ୍ଫାଲ ପଶ୍ଚିମରେ ଥିବା ମୋଇରାଙ୍ଗଥେମ୍ଙ୍କ ବାସଭବନରେ ପଶି ଆଖିବୁଜା ଗୁଳି ଚଳାଇବା ସହ ଜିନିଷପତ୍ର ଭଙ୍ଗାରୁଜା କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ସୁରକ୍ଷା ବାହିନୀକୁ ଡକାଯାଇଥିଲା। ଘଟଣାରେ ରବିନାଶ ମୋଇରାଙ୍ଗଥେମ ଓ କାଙ୍ଗୁଜାମ ଭୀମସେନ ନାମକ ଦୁଇ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତେବେ ବିଶୃଙ୍ଖଳା ଭିତରେ ଦୁର୍ବୃତ୍ତମାନେ ମୋଇରାଙ୍ଗଥେମ୍ ଓ ତାଙ୍କର ଜଣେ ସୁରକ୍ଷାକର୍ମୀଙ୍କୁ ଅପହରଣ କରି ନେଇଥିଲେ। ଉଦ୍ଧାର କାର୍ଯ୍ୟ ପାଇଁ ତୁରନ୍ତ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଥିଲା। ମାତ୍ର କିଛି ଘଣ୍ଟା ମଧ୍ୟରେ ଅପହୃତ ଅତିରିକ୍ତ ଏସ୍ପି ଓ ତାଙ୍କ ସୁରକ୍ଷାକର୍ମୀଙ୍କୁ କ୍ୱାକିଥେଲ କୋଞ୍ଜେଙ୍ଗ ଲେଇକାଇ ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା।
[ad_2]




