ସ୍ୱାସ୍ଥ୍ୟ

କେଶର ସବୁ ସମସ୍ୟାରୁ ମୁକ୍ତି ଦେବ ଆଭାକାଡୋ ତେଲ, ଜାଣନ୍ତୁ ଏହାର ଫାଇଦା

ଆଭାକାଡୋ ଏକ ପ୍ରକାରର ସୁପରଫୁଡ। ଏଥିରେ ଅନେକ ପ୍ରକାର ଭିଟାମିନ ଏବଂ ପୋଷକ ତତ୍ତ୍ୱ ଭରି ରହିଥାଏ, ଯାହା ଶରୀରକୁ ବେନିଫିଟ୍‌ ଦେଇଥାଏ। ଏହାସହିତ ଯୁବତୀମାନେ ମଧ୍ୟ ଏହାକୁ ବିୟୁଟି କେୟାର ରୁଟିନରେ ମଧ୍ୟ ସାମିଲ କରିପାରିବେ। । ଏହାକୁ ଆପଣ କେଶର ଯତ୍ନ ପାଇଁ ମଧ୍ୟ ବ୍ୟବହାର କରିପାରିବେ। ଏହା କେଶକୁ ନଡିଆ ତେଲ ଭଳି ବେନିଫିଟ ଦେଇଥାଏ। ତେବେ ଆସନ୍ତୁ ଜାଣିବା ଏହା କେଶକୁ କ’ଣ ବେନିଫିଟ୍‌ ଦେଇଥାଏ।

avocoada

– ଏହି ତେଲରେ ଓଲିକ ଏସିଡ ଏବଂ ଅନସ୍ୟାଚୁରେଟେଡ୍‌ ଫ୍ୟାଟ୍‌ରେ ଭରପୂର । ଯାହା କାରଣରୁ କେଶକୁ ମଶ୍ଚରାଇଜ କରିବା ପାଇଁ ଏହା ଉପକାରୀ। ଏହା କେବଳ କେଶ ଉପରେ ନୁହେଁ ଭିତରୁ ମଧ୍ୟ ପୋଷିତ କରାଯାଏ। ଏହା କେଶକୁ ମଜବୁତ କରିବା ସହିତ ଝଡିବା ସମସ୍ୟାରୁ ମୁକ୍ତି ଦେଇଥାଏ।

– ବିୟୁଟି ଏକ୍ସପର୍ଟଙ୍କ କହିବାନୁଯାୟୀ, ଶୁଷ୍କ କେଶ ମୂଳରେ ଆପଣ ଆଭାକାଡୋ ତେଲ ବ୍ୟବହାର କରିପାରିବେ। ଏହା ରୁକ୍ଷ ଏବଂ ସମ୍ବେଦନଶୀଳ କେଶ ମୂଳରେ ଯାଦୁ ଭଳି କାମ କରିଥାଏ। କେଶ ମୂଳକୁ ଏହା ଭିତରୁ କଣ୍ଡିସନିଂ କରିଥାଏ। ଯାହା କାରଣରୁ କେଶ ମୂଳରୁ ମଜବୁତ ହୋଇଥାଏ। ରୂପି ଭଳି ସମସ୍ୟାରୁ ମଧ୍ୟ ରକ୍ଷା କରେ।

hair_4

– ଏଥିରେ ଥିବା ଭିଟାମିନ ଇ କେଶର ଚମକକୁ ବଢାଇଥାଏ। ଏହାକୁ ବ୍ୟବହାର କଲେ ହାନିକାରକ ଅତି ବାଇଗଣୀ ରଶ୍ମୀରୁ କେଶକୁ ରକ୍ଷା କରାଯାଇପାରିବ। ବିୟୁଟି ଏକ୍ସପର୍ଟଙ୍କ କହିବାନୁଯାୟୀ, ସନ ପ୍ରୋଟେକ୍ସନରୁ ରକ୍ଷା କରିଥାଏ ଆଭାକାଡୋ ତେଲ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button