ମନୋରଞ୍ଜନ

କେବେ ଓ କେଉଁଠି ମହିଳାମାନେ ଆରମ୍ଭ କରିଥିଲେ ବିକିନୀ ପିନ୍ଧିବା, ଜାଣିଛନ୍ତି କି ଆପଣ ?

ଆଜିକାଲିର ଆଧୁନିକ ଯୁଗରେ ବିକିନୀ ପିନ୍ଧିବା ମହିଳାମାନଙ୍କ ପାଇଁ ଏକ ଫ୍ୟାଶନରେ ପରିଣତ ହୋଇଯାଇଛି। ଅଭିନେତ୍ରୀ ହୁଅନ୍ତୁ ଅବା ମଡେଲ ବିକିନୀ ରେ ସବୁବେଳେ ହଟ୍‌ ଫଟୋଶୁଟ କରନ୍ତି। ବିଦେଶରେ ମହିଳାମାନେ ସମୁଦ୍ର କୂଳରେ ବିକିନୀ ପିନ୍ଧି ମସ୍ତି କରୁଥିବାର ଆପଣ ନିଶ୍ଚିତ ଦେଖିଥିବେ। ଅଧିକାଂଶ ମହିଳା ସମୁଦ୍ର କୂଳରେ ବିକିନୀ ପିନ୍ଧି ବୁଲିବାକୁ ପସନ୍ଦ ମଧ୍ୟ କରନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ବିକିନୀ ପିନ୍ଧିବା କେବେ ଠୁ ଆଉ କେମିତି ଆରମ୍ଭ ହୋଇଥିଲା। ତେବେ ଆସନ୍ତୁ ଜାଣିବା ଏହାସହିତ ଜଡିତ କିଛି କଥା…

44

କିଏ ପ୍ରସ୍ତୁତ କଲା ବିକିନୀ ?

୧୯୪୬ ଜୁଲାଇ ୫ ତାରିଖରେ ଫ୍ରେଞ୍ଚ ଇଂଜିନିୟର ‘ଲୁଇସ ରିୟର୍ଡ’ ମର୍ଡନ ବିକିନୀ ଅର୍ଥାତ୍‌ ୨ ପିସ୍‌ ସ୍ୱିମସୁଟ୍‌କୁ ପ୍ରଥମେ ଆଣିଥିଲେ। ଏହିଦିନରୁ ଜୁଲାଇ ୫କୁ ବିକିନୀ ଡେ ଭାବେ ପାଳନ କରାଯାଏ। ଲୁଇସ ବିକିନୀର ନାମ ଏକ ଜାଗା ଅନୁଯାୟୀ ରଖିଥିଲେ। ପ୍ରଶାନ୍ତ ମହାସାଗର ସ୍ଥିତ ‘ବିକିନୀ ଅର୍ଟାଲ’ ନାମକ ଏକ ଜାଗାରେ ସେହି ସମୟରେ ବମ୍‌ ପରୀକ୍ଷଣ କରାଯାଉଥିଲା।

bikini

କିଏ ପ୍ରଥମ ଥର ପାଇଁ ପିନ୍ଧିଥିଲା ବିକିନୀ :

ବିକିନୀ ଆବିଷ୍କାର ହେବାର ଅଧିକ ସମୟ ପର୍ଯ୍ୟନ୍ତ କୌଣସି ଅଭିନେତ୍ରୀ କିମ୍ବା ମଡେଲ ପିନ୍ଧିବା ପାଇଁ ପ୍ରସ୍ତୁତ ନଥିଲେ। କୌଣସି ମହିଳା ଆଡ୍‌ କରିବା ପାଇଁ ରାଜି ହୋଇନଥିଲେ। କିନ୍ତୁ କିଛି ଦିନ ପରେ ୧୯ ବର୍ଷୀୟ ଜଣେ ଡ୍ୟାନ୍ସର ମିଶେଲାଇନ ବିକିନୀ ବିଜ୍ଞାପନ କରିବା ପାଇଁ ରାଜି ହୋଇଥିଲେ। ବିଜ୍ଞାପନ କରିବା ପରେ ମିଶେଲାଇନଙ୍କ ୫୦ ହଜାର ଫ୍ୟାନ୍‌ ଚିଠି ଲେଖିବା ଆରମ୍ଭ କଲେ। ଏହାପରେ ୧୯୫୧ରେ ପ୍ରଥମ ବିଶ୍ୱସୁନ୍ଦରୀ ପେଜେଣ୍ଟ ପ୍ରତିଯୋଗିତାରେ ବିକିନୀ ପିନ୍ଧିଥିଲେ।

day

ବିୟୁଟି ପେଜେଣ୍ଟ ପରେ ସ୍ପେନ ଏବଂ ଇଟାଲୀ ସହିତ ଅନେକ ଦେଶରେ ବିକିନୀ ପିନ୍ଧିବା ଉପରେ ବ୍ୟାନ ଲାଗିଥିଲା। କିନ୍ତୁ ଏହାପରେ ଧୀରେ ଧରରେ ସମାଜରେ ମଡର୍ଣ୍ଣ ବିକିନୀକୁ ସ୍ୱୀକାର କରାଯାଇଥିଲା। ଏହାପରେ ମହିଳାମାନେ ବିକିନୀ ପିନ୍ଧିବାକୁ ଗ୍ରହଣ କଲେ। ଆଜିକାଲି ଯୁଗରେ ବିକିନୀ ମହିଳାମାନଙ୍କ ସବୁଠାରୁ ପ୍ରିୟ ବିଜଓଭର ସୁଟ୍‌। ବଦଳୁଥିବା ସମାଜ ସହିତ ବିକିନୀକୁ ଫ୍ୟାଶନ ଭାବେ ଗ୍ରହଣ କରାଗଲା। ବର୍ତ୍ତମାନ ଯୁଗରେ ବିକିନୀ ପିନ୍ଧିବା କେବେଳ ଫ୍ୟାଶନେବୁଲ ନୁହେଁ ବରଂ ବିଲକୁଲ ଫିଟ୍‌ ମଧ୍ୟ ରଖିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button