ଦେଶ- ବିଦେଶ

ବର୍ଷାଦିନରେ ଇମ୍ୟୁନିଟ ସିଷ୍ଟମ ହେବ ଷ୍ଟ୍ରଙ୍ଗ, ନିଶ୍ଚିତ ଖାଆନ୍ତୁ ଏହି ଫଳ ଏବଂ ପରିବା

ବର୍ଷାଦିନ ସମସ୍ତଙ୍କୁ ଭଲ ଲାଗିଥାଏ। ବର୍ଷାଦିନ ଆସିଲେ ଗରମରୁ ରକ୍ଷା ମିଳିଥାଏ। କିନ୍ତୁ ବର୍ଷା ଦିନ ଆସିବା ମାତ୍ରେ ଅନେକ ରୋଗ ସାଥିରେ ନେଇ ଆସିଥାଏ। ଏହି ଦିନରେ ସଂକ୍ରମଣ, ଥଣ୍ଡା କାଶ, ଜ୍ୱର ଇତ୍ୟାଦିର ବିପଦ ରହିଥାଏ। ବର୍ଷା ଯୋଗୁଁ ମଧ୍ୟ ରାସ୍ତାରେ ପାଣି ଜମିବା ଯୋଗୁଁ ମଶା ବଂଶ ମଧ୍ୟ ବୃଦ୍ଧି ପାଇଥାଏ। ଏଥିଯୋଗୁଁ ଡେଙ୍ଗୁ, ମେଲେରିଆ, ଟାଇଫଏଡ ଇତ୍ୟାଦି ରୋଗ ହୋଇଥାଏ। ଏହିସବୁ ବଞ୍ଚିବା ପାଇଁ ଇମ୍ୟୁନ ସିଷ୍ଟମକୁ ଷ୍ଟ୍ରଙ୍ଗ କରିବାକୁ ପଡିଥାଏ। ତେଣୁ ଖାଦ୍ୟରେ ଏମିତି ଜିନିଷ ସାମିଲ କରନ୍ତୁ, ଯାହା ଶରୀରକୁ ଭରପୂର ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ଯୋଗାଇଥାଏ।

download

ସେଓ :

ରୋଗରୁ ବଞ୍ଚିବା ପାଇଁ ପ୍ରତିଦିନ ଗୋଟିଏ ସେଓ ଖାଇବା ଉଚିତ। ଏହା ଶରୀର ପାଇଁ ଲାଭକାରୀ ହୋଇଥାଏ। ଏଥିରେ ଥିବା ଡାଏଟ ଫାଇବର ପାଚନ ତନ୍ତ୍ରକୁ ମଜବୁତ କରିଥାଏ। ବର୍ଷାଦିରେ ଖାଲି ପେଟରେ ଗୋଟେ ସେଓ ଖାଇବା ବହୁତ ଫାଇଦା ଦେଇଥାଏ। ସେଓରେ ଫାଇବର, କ୍ୟାଲସିୟମ, ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଶରୀରକୁ ରୋଗରୁ ରକ୍ଷା କରିଥାଏ।

dalimba

ଡାଳିମ୍ବ :

ଡାଳିମ୍ବରେ ଆଇରନ, ଆଣ୍ଟି ଅକ୍ସିଡାଣ୍ଟ, ଆଣ୍ଟି ଏଲିମେଣ୍ଟାରୀ, ଆଣ୍ଟି ବ୍ୟାକ୍ଟରିୟସ ଗୁଣ ରହିଥାଏ। ଏହାର ସେବନ କରିବା ଦ୍ୱାରା ମେଟାବଲଜିମ ମଜବୁତ ହେବା ରହିତ ରେଡ ବ୍ଲଡ ସେଲସ ବୃଦ୍ଧି ପାଇଥାଏ। ଡାଳିମ୍ବ ମଧ୍ୟ ପ୍ରତି ଋତୁରେ ମିଳିଥାଏ। କିନ୍ତୁ ବର୍ଷାଦିନରେ ଖାଇବା ବହୁତ ଫାଇଦାଯୁକ୍ତ ହୋଇଥାଏ।

ଲିଚୁ :

ଲିଚୁ ଖାଇବାକୁ ସ୍ୱାଦିଷ୍ଟ ଲାଗିବା ସହିତ ଏଥିରେ ଔଷଧୀୟ ଗୁଣରେ ଭରପୂର ରହିଥାଏ। ଏହାକୁ ଖାଇଲେ ପାଚନ ତନ୍ତ୍ର ମଜବୁତ ହୋଇଥାଏ। ଇମ୍ୟୁନିଟ ସିଷ୍ଟମ ଷ୍ଟ୍ରଙ୍ଗ ହେବା ସହିତ ରୋଗ ସହିତ ଲଢିବାର ଶକ୍ତି ମଧ୍ୟ ବଢାଇଥାଏ। ବ୍ଲଡ ସର୍କୁଲେସନ ବଢିଥାଏ।

kalar

କଲରା :

କଲରା ସ୍ୱାଦରେ ପିତା ହୋଇଥାଏ। କିନ୍ତୁ ଏଥିରେ ଥିବା ଔଷଧୀୟ ଗୁଣ ଶରୀରକୁ ଫାଇଦା ଦେଇଥାଏ। ଏଥିରେ ଥିବା ଭିଟାମିନ, ମିନେରାଲ୍ସ, ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଇମ୍ୟୁନ ସିଷ୍ଟମକୁ ମଜବୁତ କରିଥାଏ। ଡାଇବେଟିଜ କଣ୍ଟ୍ରୋଲ ରଖିବା ସହିତ କୋଷ୍ଠକାଠିନ୍ୟ, ଅଲସର, ମାଲେରିଆ ଭଳି ରୋଗ ଆଶଙ୍କା କମ୍‌ ହୋଇଥାଏ। ସପ୍ତାହକୁ ୨-୩ ଥର କଲରା ଖାଇବା ଉଚିତ।

lemon

ଲେମ୍ବୁ :

ଲେମ୍ବୁରେ ଭିଟାମିନ ସି ଭରପୂର ମାତ୍ରାରେ ରହିଥାଏ। ଏହା ଖାଇବା ଶରୀର ପାଇଁ ଫାଇଦା ଦେଇଥାଏ। ଇମ୍ୟୁନ ସିଷ୍ଟମ ବଢାଇବା ସହିତ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର କରିଥାଏ ଲେମ୍ବୁ। ତେଣୁ ସାଲାଡ, ଲେମ୍ବୁ ପାଣି, ଲେମ୍ବୁ ଚା’ ଇତ୍ୟାଦି ପ୍ରତିଦିନ ପିଇବା ଉଚିତ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button