ମନୋରଞ୍ଜନ

ସଲମାନଙ୍କ ଘର ଉପରକୁ ଗୁଳିକାଣ୍ଡ ମାମଲା: ପିସ୍ତଲ ଓ ଗୁଳି ଜବତ – Kalinga News

[ad_1]

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କ ବାସଭବନ ବାହାରେ ହୋଇଥିବା ଗୁଳିକାଣ୍ଡରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ଗୁଜୁରାଟର ତାପି ନଦୀରୁ ଗୁଳିକାଣ୍ଡରେ ବ୍ୟବହୃତ ଦୁଇଟି ପିସ୍ତଲ, ମାଗାଜିନ୍‌ ଏବଂ ଗୁଳି ଜବତ କରିଛି।

ସୋମବାର ଠାରୁ ଆରମ୍ଭ ହୋଇଥିବା ଚଢ଼ାଉ କାଳରେ ଆଜି କ୍ରାଇମବ୍ରାଞ୍ଚ ୨ଟି ପିସ୍ତଲ, ୩ଟି ମାଗାଜିନ୍‌ ଓ ୧୩ଟି ଗୁଳି ଜବତ କରିଛିଯ। ଘଟଣାସ୍ଥଳରେ ‘ଏନକାଉଣ୍ଟର ସ୍ପେଶାଲିଷ୍ଟ’ ବରିଷ୍ଠ ପୁଲିସ ଇନ୍‌ସପେକ୍ଟର ଦୟା ନାୟକଙ୍କ ସମେତ କ୍ରାଇମ୍‌ ବ୍ରାଞ୍ଚର ୧୨ ଜଣିଆ ଟିମ୍‌ ରହିଛନ୍ତି। ସ୍କୁବା ଡାଇଭରଙ୍କ ସହାୟତାରେ ଖୋଜାଖୋଜି ଜାରି ରହିଛି।

ଗିରଫ ଦୁଇ ଅଭିଯୁକ୍ତ ଭିକି ଗୁପ୍ତା (୨୪) ଏବଂ ସାଗର ପାଲ (୨୧) ଏପ୍ରିଲ ୧୩ରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଥିବା ଗାଲାକ୍ସି ଆପାର୍ଟମେଣ୍ଟରେ ଥିବା ୫୮ ବର୍ଷୀୟ ଖାନଙ୍କ ଘର ବାହାରେ ଗୁଳି ଚଳାଇଥିଲେ ଏବଂ ପରେ ଏକ ମୋଟର ସାଇକେଲରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ବୈଷୟିକ ତଦାରଖ ଆଧାରରେ ଏପ୍ରିଲ ୧୬ ତାରିଖରେ ଗୁଜୁରାଟର ଭୁଜ ସହର ନିକଟସ୍ଥ ମାତା ନୋ ମାଧରେ ଥିବା ଏକ ମନ୍ଦିର ପରିସରରୁ ମୁମ୍ବାଇ ଓ କଚ୍ଛ ପୁଲିସର ମିଳିତ ଟିମ୍‌ ସେମାନଙ୍କୁ ଗିରଫ କରିଥିଲା। ପରେ ଅଧିକ ତଦନ୍ତ ପାଇଁ ସେମାନଙ୍କୁ ମୁମ୍ବାଇ ପୁଲିସକୁ ହସ୍ତାନ୍ତର କରା ଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଗୁଳିକାଣ୍ଡ ଘଟଣା ପରେ ମୁମ୍ବାଇରୁ ସଡ଼କ ପଥରେ ସୁରଟରେ ପହଞ୍ଚିବା ପରେ ଟ୍ରେନ୍‌ ଯୋଗେ ଭୁଜ ଅଭିମୁଖେ ପଳାଉଥିବା ବେଳେ ସେମାନେ ରେଳ ପୋଲରୁ ତାପି ନଦୀକୁ ଅସ୍ତ୍ରଶସ୍ତ୍ର ଫିଙ୍ଗି ଦେଇଥିଲେ।
ସଲମାନ୍‌ଙ୍କ ବାସଭବନ ବାହାରେ ଗୁଳିଚାଳନା ପଛରେ ଉଭୟଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆତଙ୍କ ସୃଷ୍ଟି କରିବା ବୋଲି ପୁଲିସ କହିଛି। ଏହି ଘଟଣାରେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍‌ସ ବିଷ୍ଣୋଇ ଏବଂ ତା’ ସାନ ଭାଇ ଅନମୋଲ ବିଷ୍ଣୋଇଙ୍କୁ ମୁମ୍ବାଇ ପୁଲିସ ଏହି ମାମଲାରେ ୱାଣ୍ଟେଡ୍‌ ଅଭିଯୁକ୍ତ ରୂପେ ଘୋଷଣା କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button