ମନୋରଞ୍ଜନ

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ବ୍ରତ ରଖିଥିଲେ ବନାଇ ଖାଆନ୍ତୁ କଦଳୀ ପୁରି

ଆଜି ଶ୍ରାବଣର ପ୍ରଥମ ସୋମବାର। ଆଜିର ଦିନଟି ଭକ୍ତଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଦିନ। ଆଜିର ଦିନରେ ସମସ୍ତ ଭକ୍ତ ବ୍ରତ-ଉପବାସ କରନ୍ତି। ଆଜିର ଦିନରେ ବ୍ରତ ରଖି ଫଳ ଆହାର ଗ୍ରହଣ କରନ୍ତି। ଫଳାହାରରେ ଅନେକ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ। ତେଣୁ ଆଜି ଆମେ ଆପଣଙ୍କ ପାଇଁ କଦଳୀ ପୁରି ରେସିପି ନେଇ ଆସିଛୁ। ତାହେଳେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-୨ କଞ୍ଚା କଦଳୀ
-୨୫୦ ଗ୍ରାମ ଅଟା
-ଲାଲ ଲଙ୍କା ପାଉଡର
-ଏକ ଚାମଚ ପାନମଧୁରୀ
-କଳା ଲୁଣ ସ୍ୱାଦାନୁସାରେ
ଚିମୁଟାଏ ଚିନି
-ଗୋଲମରୀଚ ପାଉଡର
-କଟା ଧନିଆ ପତ୍ର
-ଘିଅ

bananaପ୍ରସ୍ତୁତି ପ୍ରଣାଳୀ

କଦଳୀରେ ପୁରି ବନାଇବାକୁ ହେଲେ କଞ୍ଚା କଦଳୀକୁ ଧୋଇ ସିଝାଇ ଦିଅନ୍ତୁ। ଥଣ୍ଡା ହେବା ପରେ କଦଳୀର ଚୋପାକୁ ବାହାର କରି ହାତରେ ଚକଟି ଦିଅନ୍ତୁ। ଚକଟିବା ଯେତେ ଭଲ କରିବେ ସେତେ ଭଲ ପୁରି ହେବ। ଏହାପରେ ଏକ ଥାଳୀରେ ଅଟା ନିଅନ୍ତୁ। ଅଟାରେ ଅଧା ଚାମଚ ଲାଲ ଲଙ୍କା, ଏକ ଚାମଚ ପାନମଧୁରୀ, ସ୍ୱାଦାନୁସାରେ କଳା ଲୁଣ, ଚିମୁଟାଏ ଚିନି, ଗୋଲ ମରୀଚ ପାଉଡର, କଟା ଧନିଆ ପତ୍ର ପକାନ୍ତୁ। ଏବେ ଏହିସବୁକୁ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଏହି ଅଟା ଚକଟାକୁ ୧୦-୧୫ ମିନିଟ୍‌ କପଡାରେ ଢ଼ାଙ୍କିକି ରଖନ୍ତୁ। ଏହାପରେ ଏହାର ଛୋଟ ଛୋଟ ଗୋଲା ନେଇ ପୁରି ଭଳି ବେଲି ଦିଅନ୍ତୁ। ଏକ କଡାରେ ଘିଅ ଗରମ କରି ପୁରିକୁ କୁରକୁରା ହେବା ପଯ୍ୟର୍ନ୍ତ ଛାଣନ୍ତୁ। ଏବେ ଏହାକୁ ବାହାରକୁ ବାହାରକୁ କରିଦିଅନ୍ତୁ। ଏହାପରେ ଗରମା ଗରମ ପୁରିକୁ ଦହି ରାଇତା କିମ୍ବା ଚଟଣୀ ସହିତ ସର୍ଭ କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button