ଦେଶ- ବିଦେଶ

ରୋଷେଇ କରିବା ବେଳେ ଏହି ୬ଟି କଥାକୁ ଧ୍ୟାନରେ ରଖନ୍ତୁ, ଖାଦ୍ୟରେ ବଜାୟ ରହିବ ପୋଷକ ତତ୍ତ୍ୱ

ରୋଷେଇ କରିବା ବେଳେ ଆମେ ପ୍ରାୟତଃ କେତେକ ଛୋଟ ଛୋଟ ଭୁଲ କରିଥାଉ, ଯାହା ଦ୍ୱାରା ଖାଦ୍ୟର ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ। କେତେବେଳେ ଆମେ ପରିବାକୁ କାଟି ସାରିବା ପରେ ଧୋଇଦେଉ ତ ଆଉ କେତେବେଳେ ଫଳ କାଟିବା ପରେ ଧୋଇଥାଉ। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହା ଦ୍ୱାରା ପରିବାରୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଧୋଇଯାଏ। ତେବେ ଆଜି ଆସନ୍ତୁ ଜାଣିବା ରୋଷେଇ କରିବା ବେଳେ କେଉଁ ସବୁ ଜିନିଷ ପ୍ରତି ଧ୍ୟାନ ଦେଲେ ଖାଦ୍ୟରେ ନ୍ୟୁଟ୍ରିସନ୍‌ ବଜାୟ ରହିବ…

How to Reduce Sodium | American Heart Association

  • ରୋଷେଇ କରିବା ପୂର୍ବରୁ ସବୁବେଳେ ପରିବାକୁ ପରିଷ୍କାର କରି ଧୋଇ ଦିଅନ୍ତୁ। ଏହା ପରେ ହିଁ କାଟନ୍ତୁ। ଏହା ଦ୍ୱାରା ପରିବାରେ ପୋଷକ ତତ୍ତ୍ୱ ବଜାୟ ରହେ।
  • ରୋଷେଇ କରିବା ବେଳେ ପରିବାକୁ ସବୁବେଳେ ବଡ଼ ବଡ଼ ଖଣ୍ଡରେ କାଟନ୍ତୁ। ଛୋଟ ଛୋଟ ଖଣ୍ଡରେ ପରିବା କାଟିଲେ ଏହା ପାଣିରେ ମିଶିଯାଏ। ଫଳରେ ପ୍ରୋଟିନ୍‌ ବି ପାଣିକୁ ଚାଲିଯାଏ।

The best way to lose weight boils down to these three things

  • ମଟନ୍‌ କିମ୍ବା ଚିକେନ୍‌ ରାନ୍ଧିବା ବେଳେ ସବୁବେଳେ ପ୍ରେସର ବ୍ୟବହାର କରନ୍ତୁ। ଏହା ଦ୍ୱାରା କମ୍‌ ସମୟରେ ମାଂସ ସିଝିବା ସହ ପୋଷକ ତତ୍ତ୍ୱ ବି ରହିବ।
  • ଘରେ ରୋଷେଇ କରିବା ବେଳେ ଆମେ ପ୍ରାୟ ପରିବାର ଚୋପା ଛଡ଼ାଇ ରାନ୍ଧିଥାଉ। କିନ୍ତୁ ଏଭଳି କରିବା ଅନୁଚିତ। କିନ୍ତୁ କେତେକ ପରିବାର ଚୋପାରେ ମଧ୍ୟ ପ୍ରୋଟିନ୍‌ ରହିଥାଏ। କଖାରୁ, ବାଇଗଣ, ସାଲଗମ୍‌ ଭଳି ପରିବାକୁ ଆପଣ ଚୋପା ସହ ବି ଖାଇପାରିବେ।

Fresh vegetables

 

  • ରୋଷେଇ କରିବା ବେଳେ ସବୁବେଳେ ଘୋଡେଇକି ରାନ୍ଧନ୍ତୁ। ଘୋଡ଼ଣି ଢାଙ୍କି ରୋଷେଇ କରିବା ଦ୍ୱାରା ଖାଦ୍ୟ ଶୀଘ୍ର ସିଝେ। ଏଥିସହ ଜରୁରୀ ପୋଷକ ତତ୍ତ୍ୱ ମଧ୍ୟ ନଷ୍ଟ ହୋଇନଥାଏ।
  • ଖାଦ୍ୟ ତିଆରି କରିବା ବେଳେ କମ୍‌ ତେଲ ବ୍ୟବହାର କରନ୍ତୁ। ପରିବାକୁ କେବେ ବି ଡିପ୍‌ ଫ୍ରାଏ କରନ୍ତୁ ନାହିଁ। ଏହା ଦ୍ୱାରା ପୋଷକ ତତ୍ତ୍ୱ ଚାଲିଯାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button