ମନୋରଞ୍ଜନ
କଳ୍କୀ ଚଳଚ୍ଚିତ୍ର ଦେଖିଲେ ବୁଝିପାରିବେନି ’ ଓଡ଼ିଆ-ବିହାର ଦର୍ଶକ..

ବିହାର ଏବଂ ଓଡ଼ିଶାର ଲୋକଙ୍କ ପାଇଁ ନୁହେଁ ’କଳ୍କୀ’ ସିନେମା । ଏହା ପାଶ୍ଚାତ୍ୟ ଦେଶ ହୋଇଥିବାବେଳେ ବିହାର ଏବଂ ଓଡ଼ିଶାର ଲୋକେ ଏହାକୁ ବୁଝି ପାରିବେ ନାହିଁ । ଏପରି କହିଛନ୍ତି ନିଜର ୟୁଟ୍ୟୁବ ଚ୍ୟାନେଲରେ ’କଳ୍କୀ’ ୨୮୯୮ ସିନେମାର ରିଭ୍ୟୁ ଦେବାକୁ ଯାଇ ଏଭଳି କହିଛନ୍ତି ଜଣାଶୁଣା ଅଭିନେତା ମୁକେଶ ଖାନ୍ନା । ଯାହାକୁ ନେଇ ଏବେ ତାଙ୍କୁ ଟ୍ରୋଲ କରାଯାଉଛି । ୟୁଜର୍ସମାନେ ତାଙ୍କୁ ବିଭିନ୍ନ କମେଣ୍ଟ କରିବା ସହ ଟ୍ରୋଲ ମଧ୍ୟ କରୁଛନ୍ତି ।
ଯେଉଁ ବୌଦ୍ଧିକସ୍ତରରେ ଏହି ଫିଲ୍ମଟି ନିର୍ମାଣ କରାଯାଇଛି ଏହାକୁ ଓଡ଼ିଶା ଏବଂ ବିହାରର ଦର୍ଶକମାନେ ବୁଝି ପାରିବେ ନାହିଁ । ଏହା ହଲିଉଡ ପାଇଁ ଉପଯୁକ୍ତ । କାହିଁକି ନାଁ ସେମାନଙ୍କର ବୁଝିବାର ଶକ୍ତି ଅଧିକ ରହିଥାଏ । ତାଙ୍କର ଏପରି ଅପମାନଜନକ ମନ୍ତବ୍ୟ ପାଇଁ ୟୁଜର୍ସମାନେ କମେଣ୍ଟ କରିଥିବାବେଳେ ଓଡ଼ିଆ ଲୋକେ ମଧ୍ୟ ନିନ୍ଦା କରିଛନ୍ତି ।