ଦେଶ- ବିଦେଶ

ବିନା ପାର୍ଲର ବିନା ଯନ୍ତ୍ରଣା ବିନା ଟଙ୍କା ଖର୍ଚ୍ଚରେ ଘରେ କରନ୍ତୁ ଓ୍ଵାକ୍ସିଙ୍ଗ, ମାତ୍ର କିଛି ମିନିଟରେ ଗାୟବ ହୋଇଯିବ କେଶ

କ୍ଲିୟର ଏବଂ ଉଜ୍ୱଳ ତ୍ୱଚା ପାଇବା ପାଇଁ ଅଧିକାଂଶ ମହିଳା ପାର୍ଲରକୁ ଯାଇ ଓ୍ଵାକ୍ସିଙ୍ଗ, ବ୍ଲିଚ୍ ଏବଂ ଥ୍ରେଡିଙ୍ଗ୍ କରିଥାନ୍ତି। ଅନାବଶ୍ୟକ କେଶ ବା ଚାହୁଁନଥିବା କେଶକୁ ହଟାଇବା ପାଇଁ ମହିଳାମାନେ ପାର୍ଲରରେ ବହୁତ ଯନ୍ତ୍ରଣା ମଧ୍ୟ ସହିଥାନ୍ତି। କାହିଁକିନା ଶରୀରରୁ ଏହି କେଶକୁ ହଟାଇବା ସମୟରେ ବହୁତ କଷ୍ଟ ହୋଇଥାଏ। ଏମିତିତ ଆମ ଶରୀରର ସବୁ ସ୍ଥାନରେ ଲୋମ ଏବଂ କେଶ ଥାଏ, କିନ୍ତୁ କିଛି ଯାଗାରେ ଥିବା କେଶ ଆମ ସୁନ୍ଦରତାକୁ ଖରାପ କରିଥାଏ। ଏଥିପାଇଁ ସେଭିଂ ଏବଂ ଥ୍ରେଡିଂ ଜରିଆରେ ପ୍ରତି ମାସ ମହିଳାମାନେ ଏହି କେଶକୁ ହଟାଇଥାନ୍ତି। ଆଉ ବହୁତ ଯନ୍ତ୍ରଣାକୁ ମଧ୍ୟ ସହିଥାନ୍ତି। ତେଣୁ ଆପଣଙ୍କର ଏହି ସମସ୍ୟାକୁ ଲକ୍ଷ କରି ୫ଟି ଘରୋଇ ଉପାୟ ନେଇ ଆସିଛୁ ଯାହା ବିନା କଷ୍ଟରେ ମାତ୍ର କିଛି ସମୟ ମଧ୍ୟରେ ଆପଣଙ୍କ ଶରୀରରୁ କେଶକୁ ଗାୟବ କରିପାରିବେ।

ଅଣ୍ଡା ମାସ୍କ

legଗୋଟେ ଅଣ୍ଡାର ଧଳା ଭାଗ ଫେଣ୍ଟି ଦିଅନ୍ତୁ। ଏବେ ଏହାକୁ ଯେଉଁଠି କେଶ ହଟାଇବାକୁ ଚାହୁଁଛନ୍ତି ସେଠାରେ ଲଗାନ୍ତୁ। ଯେତେବେଳେ ଏହା ସୁଖିଯିବ ତେବେ ତାହାକୁ ଉଷୁମ ପାଣିରେ ଧୋଇଦିଅନ୍ତୁ।

ଚିନି ଏବଂ ଲେମ୍ବୁ ରସ

ଦୁଇ ଚାମଚ ଚିନି, ଦୁଇ ଚାମଚ ଲେମ୍ବୁ ରସ ଏବଂ ୭-୮ ଚାମଚ ପାଣି ମିଶାଇ ଗରମ କରନ୍ତୁ। ଏହାକୁ ଥଣ୍ଡା କରିଦିଅନ୍ତୁ। ଏହାପରେ ଏହାକୁ କେଶ ଉପରେ ଲଗାନ୍ତୁ ଏବଂ ୧୫ ରୁ ୨୦ ମିନିଟ ପଯ୍ୟର୍ନ୍ତ ଏମିତି ରଖନ୍ତୁ। ଏହାପରେ ଏହାକୁ ପାଣିରେ ହାଲକା ରଗଡି ଧୋଇ ଦିଅନ୍ତୁ।

କର୍ଣ୍ଣଫ୍ଲୋର ମାସ୍କ

waxingଗୋଟେ ଅଣ୍ଡାର ଧଳା ଭାଗ, ଚିନି ଏବଂ କର୍ଣ୍ଣଫ୍ଲୋରକୁ ମିଶାଇ ଦିଅନ୍ତୁ। ଏବେ ହାଲକା ହାତରେ ସେହି ସ୍ଥାନରେ ମସାଜ କରନ୍ତୁ ଯେଉଁଠାରେ ଆପଣ ଅନାବଶ୍ୟକ କେଶକୁ ହଟାଇବାକୁ ଚାହୁଁଛନ୍ତି। କିଛି ସମୟ ପାଇଁ ଏପରି ରଖି ସୁଖିଯିବା ପରେ ଧୋଇ ଦିଅନ୍ତୁ।

ଫିଟିକିରୀ ଏବଂ ଗୋଲାପ ଜଳ

ଆଧା ଚାମଚ ଫିଟିକିରି ପାଉଡରରେ ୨-୩ ଚାମଚ ଗୋଲାପ ଜଳ ମିଶାଇ କେଶରେ ଲଗାନ୍ତୁ। ଏହାକୁ ସପ୍ତାହରେ ୪ରୁ୬ ଥର କରନ୍ତୁ।

ସବୁଠୁ ବଢ଼ିଆ ଉପାୟ ହଳଦି

ହଳଦି ଲଗାଇବା ଦ୍ୱାରା ଚେହେରାରେ ଲୋମ ଉଠିନଥାଏ। ଏହାସହିତ ଏହା ଆପଣଙ୍କ ସ୍କିନ ଟୋନକୁ ମଧ୍ୟ ସୁଧାରିବାରେ ସାହାଯ୍ୟ କରିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button