ମନୋରଞ୍ଜନ

Kajalଙ୍କୁ ଆଗ ମୁଁ ପ୍ରପୋଜ କରିଥିଲି, ନିଜ ପ୍ରେମ ବିଷୟରେ ଖୋଲି କହିଲେ Dushmant… ଦେଖନ୍ତୁ Exclusive ଇନ୍ଟରଭିଉ

ନମସ୍କାର ବନ୍ଧୁଗଣ, ଆପଣ ମାନେ ନିହାତି ଭାବରେ ଆମ ଓଡିଆ ସିନେ ଜଗତର ହିରୋଇନ କାଜଲ ଏବଂ ହିରୋ ଦୁସମନ୍ତଙ୍କୁ ଜାଣିଥିବେ । ଉଭୟ ଉଭୟଙ୍କୁ ପ୍ରେମ ବିବାହ କରିଛନ୍ତି ଅନେକ ବର୍ଷ ହେଲାଣି । ତେବେ ସେମାନଙ୍କ ମଧ୍ୟରେ ଭଲ ପାଇବା ମଧ୍ୟ ବହୁତ ରହିଛି । ତାଙ୍କ ଭଲ ପାଇବାର କିଛି ରହସ୍ୟମୟ କଥା ମଧ୍ୟ ସେ କହିଛନ୍ତି । ଯାହାକୁ ଜାଣିବା ପାଇଁ ଦର୍ଶକ ମାନେ ସର୍ବଦା ଅନାଇ ବସିଥାନ୍ତି । ତେବେ ଆସନ୍ତୁ ଜାଣିବା କାଜଲ ଏବଂ ଦୁସମନ୍ତଙ୍କ ଜୀବନର କିଛି କାହାଣୀ ସମ୍ପର୍କରେ ।

କାଜଲ ଏବଂ ଦୁସମନ୍ତଙ୍କର ଦେଖା ଏକ ରିଆଲିଟି ସୋ ରେ ହୋଇଥିଲା ॥ ସେହିଦିନ ଠାରୁ ତାଙ୍କର ଭଲ ପାଇବା ଆରମ୍ଭ ହୋଇଥିଲା ଏବଂ ପରେ ତାଙ୍କ ବାହାଘର ମଧ୍ୟ ହୋଇଥିଲା । କାଜଲଙ୍କୁ ଦୁସମନ୍ତ ପ୍ରଥମେ ପ୍ରପୋଜ କରିଥିଲେ । ହେଲେ କାଜଲ ତାଙ୍କ ପ୍ରପୋଜାଲକୁ ଗ୍ରହଣ କରିବା ପାଇଁ ବହୁତ ଟାଇମ ନେଇଥିଲେ । ସେଥିପାଇଁ ଦୁସମନ୍ତଙ୍କୁ ବହୁତ ପାମ୍ପଡ ବେଲିବାକୁ ପଡିଛି ବୋଲି ଦୁସମନ୍ତ କହିଛନ୍ତି ।

କାଜଲ କହିଛନ୍ତି କି ସେ ଦୁସମନ୍ତଙ୍କୁ ତାଙ୍କ ଜୀବନ ସାଥି କରି କିଛି ଭୁଲ କରିନାହାନ୍ତି କାରଣ ଦୁସମନ୍ତ ବହୁତ ଭଲ ଏହି ସମାନ କଥା ମଧ୍ୟ ଦୁସମନ୍ତ କାଜଲଙ୍କ ପାଇଁ କହିଛନ୍ତି । ଜୀବନ ସାଥି ରୂପରେ ଉଭୟ ବହୁତ ଭଲ ବୋଲି କହିଛନ୍ତି । କାଜଲଙ୍କ କହିବା ଅନୁଯାୟୀ ତାଙ୍କ ଶାଶୁ ଘର ଲୋକ ବହୁତ ଭଲ ଅଟନ୍ତି । ସେ କେବେ ଆସ ମଧ୍ୟ କରିନଥିଲେ ଏଭଳି ଶାଶୁଘର ପାଇବେ ବୋଲି । ତାଙ୍କୁ ଶାଶୁ ଘର ଲୋକ ହିଁ ତାଙ୍କୁ ଏବେ ପୁଣି ଥରେ ଇଣ୍ଡଷ୍ଟ୍ରିକୁ ଫେରିବା ପାଇଁ ବାଧ୍ୟ କରିବାରୁ ସେ ଇଣ୍ଡଷ୍ଟ୍ରିକୁ ଆସିଛନ୍ତି ।

ତାଙ୍କ ଶାଶୁ କହିଲେ କାଜଲଙ୍କୁ କି ତୁ ତୋ ମନର ଇଛାକୁ ମାରି ଘରେ ବସିବା ବିଲକୁଲ ଠିକ ନୁହେଁ । ତେଣୁ ତୋ ଜୀବନର ଇଛାକୁ ପୁରା କର । ତାଙ୍କ ଶାଶୁଘର ଲୋକଙ୍କ କଥାକୁ ସମ୍ମାନ ଦେଇ ପୁଣି ସେ ସିନେ ଜଗତକୁ ଫେରିଛନ୍ତି । ଉଭୟଙ୍କ ମଧ୍ୟରେ କାଜଲ ବହୁତ ରାଗି ବୋଲି ସେ ନିଜେ ମାନି ଯାଇଛନ୍ତି । ଦୁସମନ୍ତ କହିଛନ୍ତି ବୁଝାବଣା ଭିତରେ ସମ୍ପର୍କ ଲାମ୍ବା ସମୟ ପର୍ଯ୍ୟନ୍ତ ଚାଲେ ।

ଯଦି ଜଣେ ଖାଲି ସବୁବେଳେ ଉପରେ ରହିବାକୁ ଚେଷ୍ଟା କରିବ ତେବେ ସେହିଠାରେ ସମ୍ପର୍କ ଭାଙ୍ଗିଯାଏ । ଯାହାକି ତାଙ୍କ କ୍ଷେତ୍ରରେ ନାହିଁ । ଉଭୟ ଗୋଟିଏ କନ୍ୟା ସନ୍ତାନର ବାପା ମାଆ ମଧ୍ୟ ଅଟନ୍ତି । ଏବଂ ସେମାନେ ବହୁତ ଭାଗ୍ଯବାନ ମନେ କରୁଛନ୍ତି କି ସେମାନେ ଝିଅ ପାଇଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button