ମନୋରଞ୍ଜନ

୨୩ ବର୍ଷ ପରେ ସୈଫ ଅଲୀ ଖାନଙ୍କୁ ନେଇ ସ୍ମୃତି ଈରାନୀ କଲେ ବଡ ଖୁଲାସା, କହିଲେ ‘ସେ ମୋତେ ସବୁବେଳେ …’

ବଲୀଉଡ ଜଗତ ଏବଂ ରାଜନୀତି ଜଗତ ମଧ୍ୟରେ ଗଭୀର ସମ୍ପର୍କ ଅଛି । କେତେକ କଳାକାର ବଲୀଉଡକୁ ଛାଡି ରାଜନୀତିରେ ନିଜର କ୍ୟାରିୟର ତିଆରି କରି ସାରିଛନ୍ତି । ଏହା ମଧ୍ୟରେ ୨୩ ବର୍ଷ ପରେ ସ୍ମୃତି ଈରାନୀ ସୈଫ ଅଲୀ ଖାନଙ୍କୁ ନେଇ ଏକ ବଡ ଖୁଲାସା କରିଛନ୍ତି । ଯାହା ବର୍ତ୍ତମାନ ବହୁତ ଚର୍ଚାରେ ଚାଲିଛି । ତେବେ ଚାଳନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ କଥା ଅଛି ।

କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଈରାନୀ ପ୍ରାୟତଃ ଚର୍ଚାରେ ରହିଥାନ୍ତି, କିନ୍ତୁ ଏଥର ସେ ସୈଫ ଅଲୀ ଖାନଙ୍କୁ ନେଇ ଚର୍ଚାରେ ଅଛନ୍ତି । କହିବାକୁ ଗଲେ ଈଶା ଅମ୍ବାନୀଙ୍କର ବାହାଘରରେ ସ୍ମୃତି ଈରାନୀ ଏବଂ ସୈଫ ଅଲୀ ଖାନ ଏକ ସେଲଫି ନେଇଥିଲେ । ଯାହା ବହୁତ ଭାଇରାଲ ହୋଇ ସାରିଛି । ଏବଂ ଏହି ଫଟୋକୁ ଶେୟାର କରି ସ୍ମୃତି ଈରାନୀ ଏକ ବଡ ସିକ୍ରେଟ ବିଷୟରେ କହିଛନ୍ତି ।

ସ୍ମୃତି ଈରାନୀଙ୍କର ଏହି ସିକ୍ରେଟ ବିଷୟରେ ଜାଣିବା ପରେ ଏହା ଲାଗୁଛି କି ଏକ ଜମାନାରେ ଦୁଇଜଣଙ୍କର ଗଭୀର ସମ୍ପର୍କ ରହିଥିଲା ।

୨୩ ବର୍ଷ ପରେ ସ୍ମୃତି ଈରାନୀ ଖୋଲିଲେ ବଡ ସିକ୍ରେଟ

ସ୍ମୃତି ଈରାନୀ ଏହି ଫଟୋକୁ ଶେୟାର କରି ଲେଖିଛନ୍ତି କି ୨୩ ବର୍ଷ ପୂର୍ବରୁ ସୈଫ ଅଲୀ ଖାନ ମୋତେ ସଫଳ ହେବା ପାଇଁ କିଛି ଟିପ୍ସ ଦେଇଥିଲେ ଏବଂ ସେହି ଟିପ୍ସ ଆଧାରରେ ଆଜି ବି ମୁଁ ଚାଲୁ ଅଛି । ସ୍ମୃତି ଈରାନୀ କହିଲେ କି ନୂଆ କଳାକାର ମାନେ ବି ଦିନେ ଷ୍ଟାର ହୋଇ ପାରିବେ । ଏହିଭଳି ତାଙ୍କୁ ସୈଫ ଅଲୀ ଖାନ କହିଥିଲେ । କହିଦେଉଛୁ ଯେ ସ୍ମୃତି ଈରାନୀ ରାଜନୀତିକୁ ଆସିବା ପୂର୍ବରୁ ଅଭିନୟ ଦୁନିଆରେ ବହୁତ ଲୋକପ୍ରିୟତା ପାଇଥିଲେ ।

ସୈଫ ଅଲୀ ଖାନଙ୍କୁ କହିଥିଲେ ସ୍ମୃତି ଈରାନୀ ଧନ୍ୟବାଦ

ସ୍ମୃତି ଈରାନୀ ସବୁବେଳେ ସୋସିୟାଲ ମିଡିୟା ଉପରେ ରହିଥାନ୍ତି ଏବଂ ସେ ସବୁ ଛୋଟ ବଡ ବିଷୟରେ କିଛି ନା କିଛି କହିଥାନ୍ତି । ଏମିତିରେ ସେ ସୈଫ ଅଲୀ ଖାନଙ୍କ ସହିତ ନିଜର ବନ୍ଧୁତା ବିଷୟରେ କହିଲେ କି, “ଆପଣଙ୍କୁ ବହୁତ ଧନ୍ୟବାଦ” । କାରଣ ଆପଣ ସବୁବେଳେ ମୋତେ ସଫଳତାର ଟିପ୍ସ ଦେଇଛନ୍ତି । ଯାହାକୁ ମୁଁ ସେବୁବଳେ ଫଲୋ କରୁଛି ଏବଂ ଆଗକୁ ବି କରୁଥିବି ।

ଅଭିନୟ ଦୁନିଆରେ ଧମାଲ କରି ସାରିଛନ୍ତି ସ୍ମୃତି ଈରାନୀ

ସିରିୟଲ ‘କ୍ୟୁଙ୍କି ଶାସ ଭି କଭି ବହୁ ଥି’ ରୁ ସ୍ମୃତି ଈରାନୀଙ୍କୁ ଘରେ ଘରେ ପରିଚୟ ମିଳିଲା ଏବଂ ସେ ଆଜି ଏକ ଶସକ୍ତ ନେତା ରୂପରେ ପୁରା ଦୁନିଆରେ ଜଣା ଯାଇଥାନ୍ତି । କହିଦେଉଛୁ ଯେ ସ୍ମୃତି ଈରାନୀଙ୍କର ଅଭିନୟ କ୍ୟାରିୟର ଏବଂ ରାଜନୀତି କାରିୟର ବହୁତ ସଫଳ ରହିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button