ଜ୍ୟୋତିଷ

ବର୍ଷା ଭଳି ବର୍ଷିବ ଟଙ୍କା କେବେବି ହେବନି ଧନର ଅଭାବ, ଯଦି ଆପଣେଇବେ ଏହି ଉପାୟ

ସବୁ ଲୋକ ଚାହାନ୍ତି ତାଙ୍କ ଘରେ କେବେବି ଟଙ୍କାର ଅଭାବ ନରହୁ। କିନ୍ତୁ ଏବେ ଲକଡାଉନ କାରଣରୁ ଅନେକ ଲୋକଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡୁଛି। ଏଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ ଯାହାଦ୍ୱାରା ସବୁ ଆର୍ଥିକ ସମସ୍ୟାର ସମାଧାନ ହୋଇପାରିବ ଏବଂ କେବେବି ଆପଣଙ୍କର ଧନର ଅଭାବ ରହିବନାହିଁ। ତାହଲେ ଆସନ୍ତୁ ଜାଣିବା କଣ ସେହି ସବୁ ଉପାୟ।

ଉପାୟ

ଶୁକ୍ରବାର ଦିନ ହଳଦିଆ କପଡାରେ ୫ଟି କଉଡି ଏବଂ ଅଳ୍ପ କେସର, ରୂପା ମୁଦ୍ରା ସହିତ ବାନ୍ଧି ଟଙ୍କା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଏଥିସହିତ ଅଳ୍ପ ହଳଦିର ଗଣ୍ଠି ବି ରଖିଦିଅନ୍ତୁ। କିଛି ଦିନରେ ଏହାର ପ୍ରଭାବ ଦେଖିପାରିବେ।

ତମ୍ବା ମୁଦ୍ରା

୧୦ ଟଙ୍କିଆ ନୋଟ ରଖନ୍ତୁ ଏବଂ କିଛି ପିତଳ କିମ୍ବା ତମ୍ବା ମୁଦ୍ରା ମଧ୍ୟ ରଖନ୍ତୁ। ହଳଦିଆ ମୁଦ୍ରା ହେବ ତ ଚଳିବ। କିଛି ମୁଦ୍ରା ଆପଣଙ୍କ ପକେଟରେ ରଖନ୍ତୁ। ଧ୍ୟାନ ରଖନ୍ତୁ ଏହି ମୁଦ୍ରା ଆଲୁମିନିୟମ ହୋଇନଥିବ।

tankaଅଶ୍ୱସ୍ତ ପତ୍ର

ଏକ ଅଶ୍ୱସ୍ତ ପତ୍ର ନିଅନ୍ତୁ ଏବଂ ସେଥିରେ ଦେଶୀ ଘିଅରେ ମିଶ୍ରିତ ଲାଲ ସିନ୍ଦୁରରେ ଓଁ ଲେଖି ଟଙ୍କା ରଖୁଥିବା ସ୍ଥାନରେ ରଖନ୍ତୁ। ଏମିତି ଅତିକମରେ ପାଞ୍ଚ ଶନିବାର କରନ୍ତୁ। ଦେଖି ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ।

ହଳଦିଆ କଉଡି

ପୁଷ୍ୟ ନକ୍ଷତ୍ର ଦିନ ସଂନ୍ଧ୍ୟା ସମୟରେ ଲକ୍ଷ୍ମୀ ପୂଜା କରନ୍ତୁ। ପୂଜାରେ ପୁରୁଣା ରୂପା ମୁଦ୍ରା ଏବଂ ଟଙ୍କା ସହିତ କଉଡି ରଖି ତାହାକୁ କେସର ଏବଂ ହଳଦିରେ ପୂଜା କରନ୍ତୁ। ପୂଜା କରିବା ପରେ ତାକୁ ଟଙ୍କା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଆପଣଙ୍କ ପାଖରେ କେବେବି ଟଙ୍କାର ଅଭାବ ରହିବନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button