ରାଜ୍ୟ

ଫୁଲରେ ବନାନ୍ତୁ ଏହି ତିନିଟି ଫେସପ୍ୟାକ୍‌, ମିଳିବ ଉଜ୍ୱଳ ତ୍ୱଚା

ଗରମ ଦିନରେ ଝାଳ ଏବଂ ଧୂଳି ଯୋଗୁଁ ଚେହେରା ଉଜ୍ୱଳତା ହ୍ରାସ ପାଇଥାଏ। ଏମିତିରେ ଖରାଦିନେ ତ୍ୱଚାର ଦେଖାଶୁଣା କରିବା ନିତାନ୍ତ ଆବଶ୍ୟକ ହୋଇଥାଏ। ବଜାରରେ ଅନେକ ପ୍ରକାର ପ୍ରଡକ୍ଟ ମିଳୁଛି, ଯାହାକୁ ଆପଣ ତ୍ୱଚାର ଉଜ୍ୱଳତା ପାଇଁ ବ୍ୟବହାର କରୁଛନ୍ତି କିନ୍ତୁ ପ୍ରାକୃତିକ ଉଜ୍ୱଳତା ହ୍ରାସ ପାଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଫୁଲରେ ପ୍ରସ୍ତୁତ ଫେସପ୍ୟାକ ବିଷୟରେ ଜଣାଇବୁ, ଯାହା ଆପଣଙ୍କୁ ଖରାଦିନେ ତ୍ୱଚାକୁ ଟାଇଟ ଏବଂ ଉଜ୍ୱଳ ରଖିବାରେ ସହାୟତା ହେବ।

gendu

ଗ୍ଲୋଇଂ ସ୍କିନ ପାଇଁ ଗେଣ୍ଡୁ ଫୁଲ ପେଷ୍ଟ :

ଆପଣ କିଛି ଗେଣ୍ଡୁ ଫୁଲର ପାଖୁଡାକୁ ନେଇ ସେଥିରେ ୧ ଚାମଚ ମହୁ ଏବଂ କ୍ଷୀର ସର ମିଶାଇ ଦିଅନ୍ତୁ। ଏହାକୁ ଭଲଭାବେ ପେଷ୍ଟ କରି ମୁହଁରେ ୧୫ରୁ ୨୦ ମିନିଟ ଲଗାଇ ଦିଅନ୍ତୁ। ପରେ ଥଣ୍ଡା ପାଣିରେ ଭଲଭାବେ ଧୋଇଦିଅନ୍ତୁ ।

rose

ଗୋଲାପ ଫୁଲ ପେଷ୍ଟ :

ତ୍ୱଚାକୁ ହାଇଡ୍ରେଟ କରିବା ସହିତ ଶୀତଳତା ଦେଇଥାଏ ଗୋଲାପ ଫୁଲ। ଏହାଛଡା ତ୍ୱଚାକୁ ଟୋନ କରିବାର ଭଲ ବିକଳ୍ପ। ଏହି ଫେସପ୍ୟାକ୍‌ ବନାଇବା ପାଇଁ ଅଳ୍ପ ଉଷୁମ କ୍ଷୀରରେ ମହୁ ଏବଂ ଅଟା ମିଶାଇ ଏକ ଚାମଚ ଗୋଲାପ ଜଳ ମିଶାନ୍ତୁ। ଏହାକୁ ତ୍ୱଚାରେ ଲଗାଇବା ପରେ ଏକ ଘଣ୍ଟା ପର୍ଯ୍ୟନ୍ତ ଛାଡିଦିଅନ୍ତୁ। ପରେ ଏହାକୁ ଭଲ ପାଣିରେ ଧୋଇଦିଅନ୍ତୁ।

mandar

ମନ୍ଦାର ଫୁଲ ପେଷ୍ଟ:

ତ୍ୱଚାରେ ପଡୁଥିବା ଭାଙ୍ଗ ଦୂର କରିଥାଏ ମନ୍ଦାର ଫୁଲ। ଏହାଛଡା ଫ୍ରି ରାଡିକିଲ୍ସକୁ ହଟାଇବା ସହିତ ବୟସ ବଢିବାର ପ୍ରକ୍ରିୟାକୁ ମନ୍ଥର କରିଦିଏ। ଏଥିପାଇଁ ଆପଣ ତ୍ୱଚାର ଉଜ୍ୱଳତା ପାଇବା ପାଇଁ ମନ୍ଦାର ଫୁଲର ପାଖୁଡାକୁ ସିଝାଇ ଭଲଭାବେ ପେଷ୍ଟ କରିଦିଅନ୍ତୁ। ଏଥିରେ ମହୁ ଏକ ଚାମଚ ମିଶାଇ ମୁହଁ ଏବଂ ବେକରେ ଲଗାନ୍ତୁ। ଏହା ଭଲଭାବେ ଶୁଖିଯିବା ପରେ ଧୋଇଦିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button