ଦେଶ- ବିଦେଶ

ବ୍ରିକ୍ସ ସମ୍ମିଳନୀରେ ପହଞ୍ଚିଲେ ମୋଦୀ ଓ ଜିନ୍‌ପିଙ୍ଗ୍‌

ନୂଆଦିଲ୍ଳୀ: ରୁଷ୍ରେ ଚାଲିଥିବା ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଆଜି ଦ୍ୱିପାକ୍ଷିକ ଆଲୋଚନା କରିବେ। କାଜାନ ସହରର ଶିଖର ସମ୍ମିଳନୀରେ ଦୁଇ ନେତା ପହଞ୍ଚି ସାରିଛନ୍ତି।

ପାଞ୍ଚ ବର୍ଷ ମଧ୍ୟରେ ଏହା ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ଆନୁଷ୍ଠାନିକ ବୈଠକ।

ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲ୍ଏସି) କୂଳରେ ବିବାଦୀୟ ଅଞ୍ଚଳରେ ପାଟ୍ରୋଲିଂ ଆରମ୍ଭ କରିବା ପାଇଁ ଚୀନ୍ ସହ ଏକ ଚୁକ୍ତି ହେବା ପରେ ଚାରି ବର୍ଷର ସାମରିକ ବିବାଦର ଅନ୍ତ ଘଟିପାରେ ବୋଲି ଅନୁମାନ କରାଯାଉଛି।

ଦ୍ୱିପାକ୍ଷିକ ବୈଠକ ଅବରାହ୍ନ ପ୍ରାୟ ୪.୧୦ ରୁ ୫.୧୦ ମଧ୍ୟରେ ଅନୁଷ୍ଠିତ ହେବ। ମଙ୍ଗଳବାର ରାତିରେ ରୁଷର୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ୱାରା ଆୟୋଜିତ ଏକ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସି ଜିନପିଙ୍ଗ ଏକ ଆନୁଷ୍ଠାନିକ ରାତ୍ରୀ ଭୋଜନରେ ସାକ୍ଷାତ କରିଥିଲେ।

କାଜାନରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବୈଦେଶିକ ସଚିବ ବିକ୍ରମ ମିଶ୍ରି ନିଶ୍ଚିତ କରିଛନ୍ତି ଯେ ଦୁଇ ଦିନିଆ ଶିଖର ସମ୍ମିଳନୀରେ ବୁଧବାର ଦିନ ପ୍ରଧାନମନ୍ତ୍ରୀ ଏବଂ ଚୀନ୍ ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ୍ ଗସ୍ତରେ ଯାଇଛନ୍ତି। କାଜାନ ସହରରେ ହେବାକୁ ଥିବା ୧୬ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ମୋଦୀ ରୁଷ୍ ଯାଇଛନ୍ତି।

ଚଳିତ ବର୍ଷ ବ୍ରିକ୍ସ ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ରହିଛି , ‘ ଷ୍ଟ୍ରେନ୍ଦେନିଙ୍ଗ ମଲ୍ଟିଲାଟେରାଲିଜିମ ଫର୍ ଜଷ୍ଟ ଗ୍ଲୋବାଲ ଡେଭେଲପମେଣ୍ଟ୍ ଆଣ୍ଡ ସିକ୍ୟୁରିଟି’ ଅର୍ଥାତ୍ ବିଶ୍ବର ବିକାଶ ଏବଂ ସୁରକ୍ଷା ପାଇଁ ବହୁପକ୍ଷବାଦକୁ ସୁଦୃଢ଼ କରିବା। ଏହାଦ୍ବାରା ବିଶ୍ବ ନେତାମାନେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବୈଶ୍ବିକ ପ୍ରସଙ୍ଗ ଉପରେ ଏହି ଗୁରୁତ୍ବପୂର୍ଣ୍ଣ ମଞ୍ଚରେ ଆଲୋଚନା କରିପାରିବେ। ତେବେ ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ ବୋଲି ସୂଚନା ରହିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button