ସ୍ୱାସ୍ଥ୍ୟ

ପ୍ରତ୍ୟେକ ଦିନ ସକାଳେ ଖାଆନ୍ତୁ ନିମ୍ବ ଚଟଣୀ, ଭାଇରସ ଏବଂ ସଂକ୍ରମଣ ହେବ ଦୂର

ନିମ୍ବ ପତ୍ର ଆମ ଶରୀର ପାଇଁ1ଲାଭକାରୀ ହୋଇଥାଏ। ଏହା ଶରୀରର ମୋଟାପଣ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଲିଭର ଏବଂ ହୃଦୟକୁ ସୁସ୍ଥ ରଖିବା ସହ ଇମ୍ୟୁନ ସିଷ୍ଟମକୁ ମଧ୍ୟ ମଜବୁତ କରିଥାଏ। ଅଧିକାଂଶ ଲୋକମାନେ ନିମ୍ବ ପତ୍ର ଅଧିକ ପିତା କାରଣରୁ ମଧ୍ୟ ଖାଇନଥାନ୍ତି।କିନ୍ତୁ ଆୟୁର୍ବେଦ ଅନୁଯାୟୀ ପ୍ରତ୍ୟେକ ଦିନ ସକାଳେ ଖାଲି ପେଟରେ ନିମ୍ବ ସେବନ କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା କରିବା ସହ ଶାରୀରିକ ବିକାର ଦୂର କରିବାରେ ସାହାଯ୍ୟ ମିଳିଥାଏ।

neem chatney2

ପ୍ରାୟତଃ ଚୈତ୍ର ମାସରେ ସଂକ୍ରମଣ ରୋଗ ବେଶୀ ଦେଖାଯାଇଥାଏ। ଏହିକାରଣରୁ ଏହିସବୁ ରୋଗରୁ ଦୂରେଇ ରହିବା ପାଇଁ ଆଣ୍ଟିବ୍ୟାକ୍ଟେରିଆଲ ଗୁଣଥିବା ନିମ୍ବ ପତ୍ରର ବ୍ୟବହାର କରାଯାଇଥାଏ। ଯଦି ଆପଣ କୌଣସି କାରଣରୁ ନିମ୍ବ ପତ୍ର ସେବନ କରୁନାହାନ୍ତି ତେବେ ଆପଣ ଏହାର ପତ୍ରରେ ଚଟଣୀ ରୂପେ ମଧ୍ୟ ସେବନ କରିପାରିବେ। ଏହି ଚଟଣୀ ଖାଇବା ଦ୍ୱାରା ଆପଣ ବିଭିନ୍ନ ପ୍ରକାର ଭାଇରସ ଏବଂ ବ୍ୟାକ୍ଟେରିଆରୁ ରକ୍ଷା ପାଇପାରିବେ। ତେବେ ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ନିମ୍ବ ଚଟଣୀ।

neem chatney 3 ଆବଶ୍ୟକୀୟ ସାମଗ୍ରୀ:

ନିମ୍ବପତ୍ର- ୧୦ଟି ପତ୍ର
ଗୁଡ- ୨ଚାମଚ
କୋକମ- ୩ ରୁ ୪ଟି
ଜିରା- ୨ଚାମଚ
ଲୁଣ- ସ୍ୱାଦନୁସାରେ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ନିମ୍ବପତ୍ରକୁ ଭଲଭାବେ ଧୋଇ ସେଥିରେ ସମସ୍ତ ସାମଗ୍ରୀ ମିଶାଇ ଭଲଭାବେ ଗ୍ରାଇଡିଂ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ନିମ୍ବ ଚଟଣୀ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button