ମନୋରଞ୍ଜନ

ସ୍ୱାଦ ଏବଂ ସ୍ୱାସ୍ଥ୍ୟ ପାଇଁ ଜବରଦସ୍ତ ‘ବ୍ରେଡ଼ ଚିଲ୍ଲା’, ଆଜି ହିଁ କରନ୍ତୁ ପ୍ରସ୍ତୁତ

ଘରେ ରହିଲେ ସବୁବେଳେ କିଛି ନା କିଛି ନୂଆ ଖାଇବାକୁ ଇଚ୍ଛା ହୋଇଥାଏ। ଖାସ କରି ରବିବାର ଛୁଟି ଦିନରେ ଘରେ କିଛି ସ୍ପେଶାଲ ଆଇଟମ ନିଜଟି ହୋଇଥାଏ। ଆଉ ଏବେ ତ କାରୋନା ଭାଇରସ ପାଇଁ ଲକଡାଉନ ହୋଇଛି, ଆଉ ଏବେ ତ ସବୁ ଦିନ ହିଁ ଛୁଟି ଦିନ। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଏକ ଖାସ ରେସିପି ନେଇ ଆସିଛୁ, ଯାହାର ନାମ ହେଉଛି ବ୍ରେଡ଼ ଚିଲ୍ଲା। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ବ୍ରେଡ଼-୨

ସୁଜି – ୧/୨ କପ

ଦହି – ୧/୪

ଅଟା – ୧ ଚାମଚ

ହଳଦୀ ପାଉଡର – ସାମାନ୍ୟ

ଲାଲ ଲଙ୍କା ପାଉଡର – ୧/୨ ଚାମଚ

ସିମଲା ଲଙ୍କା – ୧/୪ କପ

ଗାଜର – ୧/୪ କପ

ଟମାଟୋ – ୧/୪ କପ

କଞ୍ଚା ଲଙ୍କା – ୨

ଧନିଆପତ୍ର – ଅଳ୍ପ

ପ୍ରସ୍ତୁତି ପ୍ରଣାଳୀ

ଏକ ପାତ୍ରରେ ବ୍ରେଡ଼କୁ ଛୋଟ ଛୋଟ ଖଣ୍ଡ କରି ରଖନ୍ତୁ। ଏହାପରେ ସେଥିରେ ଦହି ଏବଂ ସୁଜି ମିଶାନ୍ତୁ। ଏବେ ଏହାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏବେ ଏହି ପେଷ୍ଟରେ ହଳଦୀ, ସମସ୍ତ ପାରିବା, ଅଟା ଏବଂ ଲୁଣ ପକାଇ ମିକ୍ସ କରନ୍ତୁ।

ଏବେ ତାୱା ଗରମ କରନ୍ତୁ ଏବଂ ସେଥିରେ ପ୍ରସ୍ତୁତ କରି ରଖିଥିବା ଘୋଳର ଏକ ଚାମଚ ପକାଇ ପିଠା ଭଳି ଚାରି ଆଡକୁ ମେଲାଇ ଦିଅନ୍ତୁ। ଏହାପରେ ଏହାର ଦୁଇ ପାର୍ଶ୍ୱକୁ ଭଲଭାବେ ସେକି ଦିଅନ୍ତୁ। ଏବେ ଆପଣଙ୍କର ବ୍ରେଡ଼ ଚିଲ୍ଲା ପ୍ରସ୍ତୁତ ହୋଇଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button