ମନୋରଞ୍ଜନ

ହଲଦିରାମ ଓ ରୁଚକର ସ୍ୱାଦକୁ କାଟିଦେବ ଆପଣ ଘରେ ବନାଇଥିବା ବାଦାମ ପକୋଡା, ଥରେ ବନାଇ ତ ଦେଖନ୍ତୁ

ବାଦାମର ସ୍ୱାଦକୁ ତ ଆପଣ ଚାଖିଥିବେ। ବାଦାମ ଭଲ ଟାଇମପାସ୍‌ ପାଇଁ ଲୋକଙ୍କ ପାଖରେ ନିଜର ଏକ ଖାସ୍‌ ସ୍ଥାନ ବନାଇଛି। ବସରେ ବସିବା ହେଉ କିମ୍ବା ସିନେମା ହଲରେ ଟାଇମାପାସ୍‌ ପାଇଁ ସବୁଠାରୁ ବେଷ୍ଟ ହେଉଛି ବାଦାମ୍‌। ଆପଣଙ୍କର ପସନ୍ଦକୁ ନଜରରେ ରଖି ଆଜି ଆମେ ଆପଣଙ୍କ ପାଇଁ ବାଦାମ ପକୋଡା ବନାଇବା ପ୍ରସ୍ତୁତି ନେଇ ଆସିଛୁ। ଯାହା ଆପଣଙ୍କୁ ଏକଦମ୍‌ ବଜାର ଭଳି ଟେଷ୍ଟ ଦେବ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-ଏକ କପ୍‌ ବାଦାମ

-୧/୪ କପ୍‌ ବେସନ

-୧/୪ କପ୍‌ କର୍ଣ୍ଣଫ୍ଲୋର

-ଲୁଣ ସ୍ୱାଦାନୁସାରେ

-୧ ଟେବୁଲ ଚାମଚ ଲାଲ ଲଙ୍କା ପାଉଡର

-ଚିମୁଟାଏ ହଳଦି ପାଉଡର

-ପାଣି ଆବଶ୍ୟକ ଅନୁସାରେ

-ତେଲ ଛାଣିବା ପାଇଁ

-୧/୪ ଟେବୁଲ ଚାମଚ ଜୁଆଣୀ

ପ୍ରସ୍ତୁତି ପ୍ରଣାଳୀ

ବାଦାମ ପକୋଡା ବନାଇବା ପାଇଁ ପ୍ରଥମେ ତେଲ ଗରମ କରନ୍ତୁ। ଏହାପରେ ବାକି ସମସ୍ତ ମିଶ୍ରଣକୁ ମିଶାଇ ଭଲଭାବେ ଗୋଳାଇ ଦେଇ ଘୋଳ ପ୍ରସ୍ତୁତ କରନ୍ତୁ। କଡାରେ ତେଲ ଗରମ ହେବା ପରେ ବାଦାମ ଘୋଳକୁ ଆଣି ତେଲରେ ଛାଡି ଦିଅନ୍ତୁ। ଏହା ଭଲଭାବେ ଛାଣି ହୋଇଗଲା ପରେ ସୁନେଲୀ ରଙ୍ଗ ହୋଇଯିବା ପରେ ବାହାରକୁ କାଢ଼ି ଦିଅନ୍ତୁ। ଏହାପରେ ଆପଣ ବାଦାମ ପକୋଡାର ପୂରା ମଜା ନିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button