ସ୍ୱାସ୍ଥ୍ୟ

ମାଇଗ୍ରେନ୍‌ ସମସ୍ୟା ପାଇଁ ଚିନ୍ତିତ କି? କ୍ଷୀରରେ ମିଶାଇ ସେବନ କରନ୍ତୁ ଏହିସବୁ ଜିନିଷ

ସ୍ୱାସ୍ଥ୍ୟ ସହ ଜଡିତ କୌଣସି ଛୋଟ ସମସ୍ୟା ଆପଣଙ୍କ ଜୀବନ ଉପରେ ବି ପ୍ରଭାବ ପକାଇଥାଏ। ଏଭଳି ଏକ ଛୋଟ ସମସ୍ୟା ହେଉଛି ମାଇଗ୍ରେନ୍‌, ଯାହା ମୁଣ୍ଡବିନ୍ଧାର ଏକ ଖରାପ ସ୍ଥିତି। ଯେଉଁଥିରେ ମଣିଷ ମୁଣ୍ଡବିନ୍ଧାକୁ ସହ୍ୟ କରିପାରିନଥାଏ। ଏହା ୧୦ ରୁ ୪୦ ବର୍ଷ ବୟସର ଲୋକମାନଙ୍କୁ ହୋଇଥାଏ।

 ମାଇଗ୍ରେନ୍‌ କଣ?

milkସାଧାରଣତଃ ମସ୍ତିଷ୍କରେ ଆବନର୍ମାଲ ଆକ୍ଟିଭିଟି କାରଣରୁ ହୋଇଥାଏ। ଏହାର ଅତିରିକ୍ତ ହର୍ମୋନରେ ପରିବର୍ତ୍ତନ , ଖାଦ୍ୟ, ଆଲକହଲ ଏବଂ ଅତ୍ୟଧିକ ଚିନ୍ତା କାରଣରୁ ହୋଇଥାଏ।

– ମାଇଗ୍ରେନ୍‌ ଥିବା ବ୍ୟକ୍ତିମାନେ କ୍ଷୀରରେ ତୁଳସୀର ୭ ରୁ ୮ଟି ପତ୍ର ସିଝାଇ ସେବନ କରନ୍ତୁ। ଯାହାଦ୍ୱାରା ଆପଣ ମାଇଗ୍ରେନ୍‌ ସମସ୍ୟାରୁ ରକ୍ଷାପାଇପାରିବେ। ଏପରି ହେବାର କାରଣ ତୁଳସୀ ପତ୍ରରେ ଆଣ୍ଟି-ଅକ୍ସିଡେଣ୍ଟ ଏବଂ ଆଣ୍ଟି-ଏଂଜାମେଟିକ୍‌ ଗୁଣ ରହିଥାଏ। ଏହିକାରଣରୁ ମାଇଗ୍ରେନ୍‌ ଥିବା ବ୍ୟକ୍ତିମାନେ କ୍ଷୀରରେ ତୁଳସୀ ପତ୍ର ସିଝାଇ ପିଇବା ଦ୍ୱାରା ଲାଭ ପାଇପାରିବେ।

– ମାଇଗ୍ରେନ୍‌ର ଲକ୍ଷଣ ଆରମ୍ଭ ହେବା ମାତ୍ରେ ହିଁ ଆପଣ କ୍ଷୀର ଏବଂ ପେଠାକୁ ଗ୍ରାଇଣ୍ଡି କରି ପିଅନ୍ତୁ। କ୍ଷୀରରେ ଆର୍ଟି-ଡିପ୍ରେସେଂଟ ଗୁଣ ରହିଥିବାରୁ ଏହା ମାଇଗ୍ରେନ୍‌ ଯନ୍ତ୍ରଣାରୁ ଆରା ମିଳିଥାଏ। ସେହିଭଳି ପେଠାରେ ମଧ୍ୟ ମୁଣ୍ଡବିନ୍ଧା ଠିକ୍‌ କରିବାର ଗୁଣ ମିଳିଥାଏ।

– ମାଇଗ୍ରେନ୍‌ ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତ୍ୟେକ ଦିନ ଦେଶୀ ଘିଅର ୨-୨ ବୁନ୍ଦା ନାକରେ ପକାନ୍ତୁ। ଏହାଦ୍ୱାରା ଆପଣଙ୍କୁ ମାଇଗ୍ରେନ୍‌ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ୧ଚାମଚ ଅଦା ରସ ଏବଂ ମହୁ ମିକ୍ସ କରି ସେବନ କରନ୍ତୁ। -ଏହାବ୍ୟତୀତ ମାଇଗ୍ରେନ୍‌ ଯନ୍ତ୍ରଣା ଦୂର କରିବା ପାଇଁ ଆପଣ ଅଦାର ଛୋଟ ଖଣ୍ଡ ମଧ୍ୟ ମୁହଁରେ ରଖି ପାରିବେ। ଯେକୌଣସି ପ୍ରକାରରେ ଅଦାର ସେବନ କରି ମଧ୍ୟ ଆପଣ ମାଇଗ୍ରେନ୍‌ ସମସ୍ୟା ଦୂର କରିପାରିବେ।

chai-tea-ଯଦି ଆପଣ ମୁଣ୍ଡରେ ଅଧିକ ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ଲବଙ୍ଗ ପାଉଡର ଏବଂ ଲୁଣ କ୍ଷୀରରେ ମିଶାଇ ସେବନ କରନ୍ତୁ। ଏପରି କରିବା ଦ୍ୱାରା ତୁରନ୍ତ ମୁଣ୍ଡବିନ୍ଧାରୁ ଆରାମ ମିଳିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button