ଜ୍ୟୋତିଷ

ଘରେ ରଖନ୍ତୁ ମୟୂର ପୁଚ୍ଛ, ଦୂର ହେବ ସବୁ ସମସ୍ୟା

ମୟୂରର ନାଁ ଆସିବା ମାତ୍ରେ ହିଁ ସମସ୍ତଙ୍କ ମନରେ ଏକ ସୁନ୍ଦର ଦୃଶ୍ୟ ଚାଲିଆସିଥାଏ। ମୟୂରର ସୁନ୍ଦରତାକୁ ନେଇ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଚର୍ଚ୍ଚା କରାଯାଇଥାଏ। କୁହାଯାଇଥାଏ ଯଦି ଆପଣ ନିଜ ଘରେ ମୟୂର ପୁଚ୍ଛ ରଖୁଛନ୍ତି ତେବେ ଆପଣଙ୍କ ଘରୁ ଅମଙ୍ଗଳ ଦୂର ହୋଇଯାଇଥାଏ। ଆସନ୍ତୁ ଜାଣିବା ମୟୂର ପୁଚ୍ଛ ସହ ଜଡିତ କିଛି ଖାସ୍‌ କଥା।

mayur-ମୟୂର ପକ୍ଷୀକୁ ଘରେ ରଖିବା ଦ୍ୱାରା ଅନେକ ପ୍ରକାର ଅମଙ୍ଗଳ ଟଳି ଯାଇଥାଏ। ଏହିକାରଣରୁ ଅଧିକାଂଶ ଲୋକ ନିଜ ଘରେ ମୟୂର ପୁଚ୍ଛ ରଖିଥାନ୍ତି।

-ମୟୂର ପୁଚ୍ଛ ଘରୁ ନକାରାତ୍ମକ ଶକ୍ତି ଦୂର କରିଦେଇଥାଏ। ଏହାବ୍ୟତୀତ ଘରେ ଖୁସି ଲାଗି ରହିଥାଏ। ଆପଣ ଚାହିଁଲେ ମଧ୍ୟ ଘରେ ମୟୂର ପୁଚ୍ଛ ରଖି ପୂଜା କରିପାରିବେ।

mayur--ଯଦି କୌଣସି ବ୍ୟକ୍ତିଙ୍କ ବୈବାହିକ ଜୀବନରେ ଚିନ୍ତା ଲାଗି ରହିଥାଏ ତେବେ ଶୟନ କକ୍ଷରେ ମୟୂର ପୁଚ୍ଛ ରଖନ୍ତୁ। ଏହାଦ୍ୱାରା ପତି-ପତ୍ନୀଙ୍କ ମଧ୍ୟରେ ଭଲପାଇବା ବଢିଥାଏ।

-ଏଥିସହ ଯଦି ଆପଣଙ୍କ ଘରେ ମୟୂର ପୁଚ୍ଛ ରହିଥାଏ ତେବେ କୌଣସି ଖରାପ ଶକ୍ତି ପ୍ରବେଶ କରିପାରିବ ନାହିଁ। ଏହାଦ୍ୱାରା ଘରେ ସକାରାତ୍ମକ ଶକ୍ତି ଭରି ରହିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button