ସ୍ୱାସ୍ଥ୍ୟ

କାହିଁକି ହୁଏ ୟୁରିନ୍ ଇନଫେକସନ ? ଜାଣନ୍ତୁ ଏହାର ଲକ୍ଷଣ ଓ ନିରାକରଣ

ସୂଚନା ଅନୁସାରେ ୟୂରେଟର ଓ ବ୍ଳାଡରକୁ ନେଇ ଆମ ଆମ ଶରୀରର ୟୁରିନାରୀ ଟ୍ରାକ ତିଆରି ହୋଇଥାଏ । ମୁତ୍ରନଳୀ ଦେଇ ଆମର ପରିସ୍ରା ନିଷ୍କାସିତ ହୋଇଥାଏ  ସାଧାରଣତଃ ଭାବେ ୟୁରିନାରୀ ବ୍ଳାଡର ବା ମୂତ୍ରାଶୟରେ ସଂକ୍ରମଣ ହୋଇଥାଏ । ଯଦି କିଡନୀ, ୟୂରେଟର ବା ୟୂରେଥର କୌଣସି ଥିରେ ଇନଫେକସନ ହୋଇଥାଏ । ଆମେ ତାକୁ ୟୁରିନ ଇନଫେକସନ ହେଉଛି ବୋଲି କହିଥାଉ । ୟୁରିନ ଇନଫେକସନର ସାଧାରଣ ଲକ୍ଷଣ ହେଉଛି ।

 

ଯେପରି ବାରମ୍ବାର ପରିସ୍ରା ଲାଗିବା, ପରିସ୍ରା ସମୟରେ ଜଳା ପୋଡା ହେବା, ପରିସ୍ରାରେ ରକ୍ତ ପଡିବା ଓ ତାହା ସହିତ ଜ୍ଵର ମଧ୍ୟ ହେବା । ୟୁରିନ ଇନଫେକସନ ଜୀବାଣୁ ବା ବ୍ୟକ୍ଟେରିଆ ଦ୍ଵାରା ହୋଇଥାଏ । ବାହ୍ୟ ବ୍ୟକେଟେରିଆ ଆମ ଶରୀରକୁ ଆସି ସଂକ୍ରମଣ କଲେ ଏହା ହୋଇଥାଏ । ମୁତ୍ରନଳୀ ଦେଇ ଜୀବାଣୁମାନେ ମୂତ୍ରାଶୟକୁ ସଂକ୍ରମଣ କରିଥାନ୍ତି । ବେଳେବେଳେ ଭୂତାଣୁ ଓ କବକ ଦ୍ଵାରା ମଧ୍ୟ ୟୁରିନ ସଂକ୍ରମିତ କ୍ଵଚିତ ହୋଇଥାଏ।

ପୁରୁଷ ମାନଙ୍କ ଠାରୁ ସ୍ତ୍ରୀ ଲୋକଙ୍କୁ ଅଧିକ ପରିମାଣରେ ୟୁରିନ ଇନଫେକସନ ହୋଇଥାଏ । ୧୫ ରୁ ୪୫ ବର୍ଷର ମହିଳାମାନେ ୧ ରୁ ୨ ଥର ଏହି ୟୁରିନ ଇନଫେକସନର ଶିକାର ହୋଇଥାନ୍ତି । ବର୍ଷକୁ ଥରେ ଯଦି ୟୁରିନ ଇନଫେକସନ ହୋଇଥାଏ । ତେବେ ତାହା ଏତେ ଗୁରୁତର ହୋଇନଥାଏ । ଯଦି ବର୍ଷକୁ ବାରମ୍ବାର ୟୁରିନ ଇନଫେକସନ ହୋଇଥାଏ, ତେବେ କ୍ରୋନିକ ୟୁରିନ ଇନଫେକସନ କୁହାଯାଇଥାଏ ।

 

ହେଉଥିଲେ ମଧ୍ୟ ୟୁରିନ ଇନଫେକସନ ହୋଇପାରେ। ଡାଇବେଟିସ ବା କୌଣସି ପ୍ରକାର ରୋଗପ୍ରତିରୋଧକ କମ୍ ଥିବା ଅବସ୍ତାରେ ମଧ୍ୟ ୟୁରିନ ଇନଫେକସନ ହୋଇଥାଏ । ୟୁରିନର ଲକ୍ଷଣକୁ ଦେଖି ଔଷଧ ଖାଇଲେ ଇନଫେକସନ ଭଲ ହୋଇଥାଏ । ବାରମ୍ବାର ୟୁରିନ ଇନଫେକସନ ହେଉଥିଲେ ପରୀକ୍ଷା କରାଇବା ଜରୁରୀ ଅଟେ । ବୟସ୍କ ଲୋକମାନେ ପ୍ରାୟତଃ ୟୁରିନ ସଂକ୍ରମଣର ଶିକାର ହିଥାନ୍ତି ।

କାରଣ ବୟସ ବଢିବା ସଙ୍ଗେ ୟୁରିନ ଫ୍ଲୋ ହେବା ମଧ୍ୟ କମିଯାଇଥାଏ ଓ ୟୁରିନ ଯାଇ ବ୍ଳାଡରରେ ରହିଯାଇଥାଏ । ଏହି କାରଣକୁ ଠିକ ନକରିବା ପର୍ଯ୍ୟନ୍ତ ବାରମ୍ବାର ଲୋକମାନଙ୍କୁ ୟୁରିନ ଇନଫେକସନ ହେଉଥିବ । ଆଣ୍ଟିବାୟୋଟିକ ଦ୍ଵାରା ୟୁରିନ ଇନଫେକସନର ଚିକିତ୍ସା କରାଯାଇଥାଏ । ଶରୀରର କୌଣସି ହୋଇଥିବା ରୋଗର କାରଣ ଯୋଗୁ ଯଦି ୟୁରିନ ଇଫେକ୍ସନ ହୋଇଥାଏ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button