ଜ୍ୟୋତିଷ

କେବେ ବି କାହାକୁ ଦିଅନ୍ତୁ ନାହିଁ ଚିରାଫଟା ଧାର୍ମିକ ପୁସ୍ତକ, ରୋଗାକ୍ରାନ୍ତ ହୋଇଯିବେ ପରିବାର ସଦସ୍ୟ!

ଦାନ, ଧର୍ମ ଜୀବନର ସବୁଠାରୁ ପୁଣ୍ୟ କାମ ହୋଇଥାଏ। ପ୍ରତ୍ୟେକ ବ୍ୟକ୍ତି ନିଜ ସକ୍ଷମତା ଅନୁସାରେ ଦାନ କରିବା ଉଚିତ। କିନ୍ତୁ କେବେ କେବେ ବ୍ୟକ୍ତି ଅଜଣାରେ ଏମିତି କିଛି ଦାନ କରି ଦେଇଥାଏ, ଯାହା ସୌଭାଗ୍ୟ ବଦଳରେ ଦୁଃର୍ଭାଗ୍ୟକୁ ଡାକିଆଣିଥାଏ। ଶାସ୍ତ୍ରରେ ଏମିତି ଅନେକ ଜିନିଷ ବିଷୟରେ ଉଲ୍ଲେଖ ରହିଛି, ଯାହାକୁ ଆପଣ ଦାନ କରିବା ଅନୁଚିତ। ଆସନ୍ତୁ ଜାଣିବା ସେ ବିଷୟରେ।

f1

୧. ଝାଡ଼ୁ ଦାନ କରିବା ଦ୍ୱାରା ମା’ ଲକ୍ଷ୍ମୀ ରାଗି ଯାଆନ୍ତି। ସବୁବେଳେ ଘରେ ଅଭାବ, ଅନଟନ ଲାଗିରହିଥାଏ। ବ୍ୟବସାୟରେ କ୍ଷତି ହୋଇଥାଏ ଓ ସବୁ ଗଚ୍ଛିତ ଧନ ଧୀରେ ଧୀରେ ସରିଯାଇଥାଏ।

୨. କୌଣସି ବି ଲୋକକୁ ନିଜର ପୁରୁଣା କପଡ଼ା ଦାନ କରିବା ଅଶୁଭ ହୋଇଥାଏ। କୁହାଯାଏ, ଏମିତି କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ରହି ନ ଥାଏ।

୩. ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ତେଲ ଦାନ କରିବା ଶୁଭ ହୋଇଥାଏ। କିନ୍ତୁ ଖରାପ ତେଲ କିମ୍ବା ଉପଯୋଗ ହୋଇଥିବା ତେଲକୁ କେବେ ବି ଦାନ କରନ୍ତୁ ନାହିଁ। ଏଥିରେ ଶନିଦେବ ରାଗି ଯାଆନ୍ତି। ଘରେ ଅଶାନ୍ତି ବଢ଼ିଥାଏ ଏବଂ ଅନେକ ବିପତ୍ତି ମାଡ଼ିଆସିଥାଏ।

o2

୪. ନିଜ ପାଠବହି, ଧାର୍ମିକ ଗ୍ରନ୍ଥ ଦାନ କରିବା ଭଲ କାମ ହୋଇଥାଏ। କିନ୍ତୁ ଏହା ଚିରିଯାଇଥିଲେ କଦାପି ଆଉ କାହାକୁ ଦିଅନ୍ତୁ ନାହିଁ। କାରଣ, ଚିରା ଧାର୍ମିକ ପୁସ୍ତକ ଦାନ କରିବା ଦ୍ୱାରା କାମରେ ବାଧା ଉପୁଜିଥାଏ। ଦାନ ଦେଉଥିବା ବ୍ୟକ୍ତି ସବୁବେଳେ ଭୁଲ୍‌ ନିଷ୍ପତ୍ତି ନେଇଥାଏ।

୫. କେବେ ବି ବାସି ଖାଦ୍ୟ ଦାନ ଦିଅନ୍ତୁ ନାହିଁ। ଏମିତି କଲେ, ଘରର ସଦସ୍ୟ ରୋଗାକ୍ରାନ୍ତ ହୋଇଯାଆନ୍ତି। ବିବାଦ, କୋର୍ଟ କଚେରୀରେ ପଇସା ଖର୍ଚ୍ଚ ହୋଇଯାଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button