ଦେଶ- ବିଦେଶ

ବର୍ଷକ ୧୨ ମାସ ଲଗାନ୍ତୁ ମଇଶ୍ଚରାଇଜର, ଏହାକୁ ବ୍ୟବହାର କରିବା ପୂର୍ବରୁ ଜାଣି ରଖନ୍ତୁ ଏହି ୬ଟି ଟିପ୍ସ

ମଇଶ୍ଚରାଇଜର ଏମିତି ଏକ ପ୍ରଡକ୍ଟ, ଯାହା ବର୍ଷକ ୧୨ ମାସ ବ୍ୟବହାର କରାଯାଇପାରିବ। ଏହାକୁ ନିୟମିତ ରୂପେ ବ୍ୟବହାର କଲେ, ଆପଣଙ୍କ ତ୍ୱଚା ମୁଲାୟମ ଓ କୋମଳ ହୋଇଥାଏ। କିନ୍ତୁ କେବଳ ଏହାକୁ ଲଗାଇଦେଲେ ହେବନି, ଉଚିତ ଢଙ୍ଗରେ ବ୍ୟବହାର କରିବା ମଧ୍ୟ ବହୁତ ଜରୁରୀ ହୋଇଥାଏ। ଆସନ୍ତୁ ଜାଣିବା ମଇଶ୍ଚରାଇଜର ଲଗାଇବାର ଠିକ୍‌ ଉପାୟ ଏବଂ ଲଗାଇବା ସମୟରେ କେଉଁ କେଉଁ କଥା ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ।

m23

୧. ନିଜ ତ୍ୱଚା ଅନୁସାରେ ମଇଶ୍ଚରାଇଜର ଚୟନ କରନ୍ତୁ।

୨. ତୈଳାକ୍ତ ତ୍ୱଚା ପାଇଁ ଅଏଲ୍‌ ଫ୍ରି କିମ୍ବା ନର୍ମାଲ ମଇଶ୍ଚରାଇଜର ଲଗାଇ ପାରିବେ। ଡ୍ରାଏ ତ୍ୱଚା ପାଇଁ ଅଏଲ୍‌ ବେସ୍‌ଡ ମଇଶ୍ଚରାଇଜର ଲଗାନ୍ତୁ।

୩. ମଇଶ୍ଚରାଇଜରରେ ଏସ୍‌ପିଏଫ୍‌ ପ୍ରପର୍ଟି ଥିଲେ, ଏହା ଲାଭଦାୟକ ହୋଇଥାଏ। ଏହା ଆପଣଙ୍କୁ ସନ୍‌ ପ୍ରୋଟେକ୍ସନ ମଧ୍ୟ ଦେବ।

m55

୪. ସବୁବେଳେ ଗାଧୋଇ ସାରିବା ପରେ କିମ୍ବା ମୁହଁ, ହାତ ଧୋଇବା ପରେ ମଇଶ୍ଚରାଇଜର ଲଗାନ୍ତୁ। ଏହା ଭିତରକୁ ଯାଇ ତ୍ୱଚାକୁ କୋମଳ କରିବ।

୫. ତ୍ୱଚାକୁ ମଇଳା ଦୂର ନ କରି ମଇଶ୍ଚରାଇଜର ଲଗାନ୍ତୁ ନାହିଁ। ମଇଳା ଉପରେ ମଇଶ୍ଚରାଇଜର ଲଗାଇଲେ ବ୍ରଣ ସମସ୍ୟା ଦେଖାଦେଇଥାଏ।

୬. ମଇଶ୍ଚରାଇଜରକୁ କେବଳ ମୁହଁରେ ନୁହେଁ, ଏହାକୁ ବେକ, ହାତ, ଗୋଡ଼ରେ ମଧ୍ୟ ଲଗାଇ ପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button