ଦେଶ- ବିଦେଶ

ଅଫିସରେ ଏସବୁ ଜିନିଷକୁ କରନ୍ତୁ ଅଣଦେଖା, ନଚେତ୍‌ କ୍ୟାରିୟର ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

ଅଫିସିଆଲ ଲାଇଫ୍‌ରେ ଆମେ ଅନେକ ଥର କିଛି ଏଭଳି ପରିସ୍ଥିତିର ସାମ୍ନା କରିଥାଉ ଯାହାଦ୍ୱାରା ଆମ କାମ ପ୍ରଭାବିତ ହୋଇଥାଏ। କାମ ବ୍ୟତୀତ ଅନ୍ୟ କାରଣରୁ ମଧ୍ୟ ମନ ଖରାପ ରହେ ଓ ମାନସିକ ଚାପ ଦେଖାଦିଏ। ଅଫିସରେ କିଛି କର୍ମଚାରୀ ଏମିତି ବି ଥାଆନ୍ତି ଯେଉଁମାନେ ଆମକୁ ସହିପାରନ୍ତି ନାହିଁ ତେଣୁ ଉପରିସ୍ଥ ଅଫିସରଙ୍କ ସାମ୍ନାରେ ଆମ ବିରୁଦ୍ଧରେ ଗପନ୍ତି ଓ ଆମକୁ ନୀଚା ଦେଖାଇବାକୁ ସବୁବେଳେ ଚେଷ୍ଟା କରୁଥାନ୍ତି। ଏଭଳିସ୍ଥିତିରେ ଅନ୍ୟମାନଙ୍କ ସାମ୍ନାରେ ଆମ ଛବି ନକାରାତ୍ମକ ହୋଇଯାଏ। ମାତ୍ର କିଛି ଛୋଟ ଜିନିଷ ପ୍ରତି ଧ୍ୟାନ ଦେଲେ ଅନ୍ୟମାନଙ୍କ ସାମ୍ନାରେ ଆମେ ନିଜକୁ ସକାରାତ୍ମକ ବୋଲି ଦର୍ଶାଇପାରିବା। ଆସନ୍ତୁ ଜାଣିବା ଅଫିସରେ କିଭଳି ବ୍ୟବହାର କରିବା ଉଚିତ…

office gossip

ଗସିପ୍‌ଠାରୁ ଦୂରେଇ ରୁହନ୍ତୁ:

ପୁଅ ହୁଅନ୍ତୁ ବା ଝିଅ, ସମସ୍ତେ ଏକାଠି ବସିଲେ କଥାବାର୍ତ୍ତା ହୋଇଥାନ୍ତି। କିନ୍ତୁ ଅଫିସରେ ଏଭଳି କଥାବାର୍ତ୍ତା ହେବା ଆଦୌ ଉଚିତ ନୁହେଁ। କାରଣ ଅଫିସରେ ଯେହେତୁ କେହି ଆପଣଙ୍କ ନିଜର ନୁହେଁ, ତେଣୁ ମଜାରେ ବି କହିଥିବା କଥାକୁ ବି ସେ ବଡ଼ କରି ଆପଣଙ୍କୁ ସମସ୍ତ ବିରୋଧୀ କରିପାରିବେ। ଏଣୁ ଅଯଥା ଗସିପ୍‌ କରି ନିଜ ଚାକିରି ଓ କ୍ୟାରିୟରକୁ ଖରାପ କରନ୍ତୁ ନାହିଁ।

 

ଅନ୍ୟ କାହା କାମରେ ମୁଣ୍ଡ ପୂରାନ୍ତୁ ନାହିଁ:

ବେଳେବେଳେ ଅଫିସର କର୍ମଚାରୀମାନେ ଅନ୍ୟମାନଙ୍କ କାମରେ ନିଜ ମତ ଦେଇଥାନ୍ତି। ଯଦି ଅନ୍ୟ ଜଣକ ଆପଣଙ୍କ କଥାକୁ ପଜିଟିଭ୍‌ରେ ନେଲା ତ ଭଲ କଥା ଆଉ ଯଦି ଆପଣଙ୍କ ଅନୁସାରେ କେହି କାମ କରି ଅସୁବିଧାରେ ପଡ଼ିଲା ତେବେ ସବୁ ଦୋଷ ଆପଣଙ୍କ ମୁଣ୍ଡରେ ଲଦି ଦେବେ। ଫଳରେ ଆପଣ ବ୍ଲେମ୍‌ ହୋଇପାରନ୍ତି। ଏଣୁ ଆଉ କାହା କାମରେ ମୁଣ୍ଡ ପୂରାନ୍ତୁ ନାହିଁ।

 

 

ସ୍ମାର୍ଟ ଓ୍ଵାର୍କ କରନ୍ତୁ:

ଆଜିକାଲି ଅଫିସରେ କର୍ମଚାରୀମାନେ ଅଧିକ କାମ କରିବା ଅପେକ୍ଷା ସ୍ମାର୍ଟ ଓ୍ଵାର୍କ କରିବାକୁ ପସନ୍ଦ କରୁଛନ୍ତି। ଗୁଡ଼ାଏ ଏଣୁ ତେଣୁ କାମ କରିବା ଅପେକ୍ଷା ବୁଦ୍ଧିମତାର ସହ କାମ କରିବା ଦ୍ୱାରା ଆପଣ ସମସ୍ତଙ୍କ ସାମ୍ନାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ। ଏଣୁ ଅଧିକ ଘଣ୍ଟା ନୁହେଁ ବରଂ ଲାଭ ହେଉଥିବା କାମ ଉପରେ ଗୁରୁତ୍ୱ ଦିଅନ୍ତୁ।

Office_Gossip

ବେଳେ ବେଳେ ଅଣଦେଖା ବି କରନ୍ତୁ:

ଅଫିସରେ ସବୁବେଳେ ସମସ୍ତଙ୍କ କଥାକୁ ଅଧିକ ଗୁରୁତ୍ୱର ସହ ନେବା ଠିକ୍‌ ହୋଇନଥାଏ। ବେଳେ ବେଳେ କିଛି କଥାକୁ ଅଣଦେଖା କରିବା ବି ଭଲ ଫଳ ଦେଇଥାଏ। ଯଦି ଅଫିସରେ କେହି ଆପଣଙ୍କୁ ଆଉ କାହା ବିଷୟରେ କିଛି କହୁଛି ତେବେ ସେଥିପ୍ରତି ଧ୍ୟାନ ଦେବା ପରିବର୍ତ୍ତେ ନିଜ କାମ ଉପରେ ଅଧିକ ଗୁରୁତ୍ୱ ଦିଅନ୍ତୁ। ଏହା ଦ୍ୱାରା ଆପଣ ବିବାଦରୁ ଦୂରରେ ରହିପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button