ଦେଶ- ବିଦେଶ

ରାତିରେ ଦେହ ବିକିଲେ ବେଶୀ ପଇସା ଶେଷରେ ସାମ୍ନାକୁ ଆସିଲା ବଡ ସତ

ସମାଜରେ ଉଭୟ ପୁରୁଷ ଓ ନାରୀଙ୍କର ବଞ୍ଚିବା ନେଇ ସମାନ ଅଧିକାର ରହିଛି। ସେହିପରି କିନ୍ନରମାନଙ୍କର ମଧ୍ୟ ସମାଜରେ ବଞ୍ଚିବା ପାଇଁ ବିଭିନ୍ନ ଅଧିକାର ପାଇଛନ୍ତି।
ତା’ର ଅର୍ଥ ନୁହେଁ ଯେ, ଆମେ ଖରାପ ଦିଗକୁ ଆପଣାଇବା। କିଛି କିନ୍ନର ଅଛନ୍ତି ଯେଉଁଁମାନେ ଲୋକମାନଙ୍କୁ ହଇରାଣ କରି, ମାରଣାସ୍ତ୍ର ଦେଖାଇ ଲୁଟ୍ କରୁଛନ୍ତି।
ସମାଜରେ କିନ୍ନରଙ୍କର ସମସ୍ୟା ଓ ସମାଧାନ ଉପରେ ନିଜର ମତାମତ ରଖିଛନ୍ତି କିନ୍ନର ମେଘନା। ସେ କହିଛନ୍ତି ରାତିରେ ଦେହ ବ୍ୟବସାୟ କଲେ ଅଧିକ ପଇସା ଇନକମ୍ ହେଉଛନ୍ତି। ରାତିରାତି କିନ୍ନରମାନେ ମାଲାମାଲ ହୋଇଯାଉଛନ୍ତି। ତେଣୁ ସେମାନେ କଠିନ ପରିଶ୍ରମ କରିବାକୁ କାହିଁକି ଯିବେ। କାମ ମିଳୁନାହିଁ ବୋଲି ଏଭଳି ଧନ୍ଦା କରୁଥିବା କିଛି କିନ୍ନର ଅଭିଯୋଗ କରିଥାନ୍ତି।
କିନ୍ନର ମାନଙ୍କୁ ରଖିବା ହେଉଛି କିନ୍ନର ମାନଙ୍କର ନିଜର ସ୍ଵତନ୍ତ୍ର ଇଚ୍ଛା ପ୍ରକାଶ କରିବା ହେଉଛି ସେମାନଙ୍କ ନିଜର ସ୍ଵାଧୀନତା। ସେମାନେ ଯଦି ଇଚ୍ଛା ପ୍ରକାଶ କରୁନାହାନ୍ତି କାମ କରିବା ପାଇଁ, ତାବୋଲି ନୁହେଁ କି ବାକି ଯେଉଁ ୧୦,୧୫ ଜଣ କିନ୍ନର କାମ କରୁଛନ୍ତି ସେମାନଙ୍କୁ ବି ଆମେ ହତାଦାର କରିବା। ଏମିତି କହିଛନ୍ତି ଗଣମାଧ୍ୟମ ରେ କିନ୍ନର ମେଘନା।
ଏପରି ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛନ୍ତି ମେଘନା। ସେ କହିଛନ୍ତି, ଯେଉଁମାନେ କାମ ପାଉନାହାନ୍ତି ବୋଲି ଅଭିଯୋଗ କରୁଛନ୍ତି, ସେମାନେ ମୋ ପାଖକୁ ଆସନ୍ତୁ, ମୁଁ ସେମାନଙ୍କୁ କାମ ଦେବି। ମୁଁ ସେମାନଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବି। କୌଣସି ଜାଗାରେ ସେକ୍ସ ୱାର୍କ ନହେଉ। ସମସ୍ତେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ ବୋଲି ସେ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button