ଦେଶ- ବିଦେଶ

ଖାଇବା ପରେ ଗାଧୋଉଛନ୍ତି କି ? ଭୋଗିପାରନ୍ତି ଏପରି ସମସ୍ୟା

ଆଜିକାଲିର ଲୋକେ ନିଜର ଅବ୍ୟବସ୍ଥିତ ଦିନଚର୍ଯ୍ୟାରେ ଏଭଳି ଅଭ୍ୟସ୍ତ ହୋଇଯାଇଛନ୍ତି ଯେ, କେତେବେଳେ କେଉଁ କାମ କରିବେ ଭୁଲିଯାଉଛନ୍ତି। ଅଧିକ କାମ ଏବଂ କମ୍‌ ସମୟ କାରଣରୁ ଅସନ୍ତୁଳିତ ଦିନଚର୍ଯ୍ୟା ରୋଗର କାରଣ ପାଲଟିଛି। ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ସୁବିଧା ଅନୁସାରେ କାମ କରୁଛନ୍ତି, ଯାହା ତାଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଏପରି ଏକ ଭୁଲ ହେଉଛି ଖାଇବା ପରେ ଗାଧୋଇବା। ଖାଇବା ପରେ ଗାଧୋଇବା ଶରୀର ପାଇଁ ହାନିକାରକ। ସେଥିପାଇଁ ପୂର୍ବକାଳରୁ ଗାଧୋଇବା ପରେ ଖାଇବା ଉଚିତ ବୋଲି କୁହାଯାଏ। ଆୟୁର୍ବେଦ ଅନୁସାରେ ଖାଇବା ପରେ ତୁରନ୍ତ ଗାଧୋଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ପେଟର ଚାରିପଟରେ ରକ୍ତ ପ୍ରବାହ ବଢିଯାଇଥାଏ। ଏହାସହିତ ବ୍ୟକ୍ତିର ପାଚନ କ୍ରିୟା ମଧ୍ୟ ଧୀର ହୋଇଯାଏ।

eat

ଖାଇବା ପରେ ଗାଧୋଇବାକୁ ମନା କରାଯାଇଛି। ଏହା ପଛର କାରଣ ହେଉଛି ଯେ, ପେଟ ପାଖରେ ଯେଉଁ ରକ୍ତ ପାଚନ କରିବାରେ ସାହାଯ୍ୟ କରିଥାଏ, ସେଗୁଡିକ ଗାଧୋଇବା ଦ୍ୱାରା ଶରୀରର ଅନ୍ୟ ଭାଗକୁ ଚାଲିଯାଇଥାଏ। ଯେଉଁଥିପାଇଁ ଖାଦ୍ୟ ସଠିକ ଭାବେ ପାଚନ ହୋଇପାରେ ନାହିଁ।

bath

ଶରୀର ଉପରେ ପାଣି ପଡିବା ଯୋଗୁଁ ରକ୍ତର ପ୍ରବାହ ଅଧିକ ମାତ୍ରାରେ ଶରୀରର ଅନ୍ୟ ଭାଗକୁ ଚାଲିଯାଏ। ଫଳରେ ଆମ ମସ୍ତିଷ୍ପକୁ ଯେତିକି ରକ୍ତ ଦରକାର ତାହା ମିଳିନଥାଏ। ଏଥିପାଇଁ ଆମେ ଅନେକ ଥର ମୁଣ୍ଡ ବୁଲାଇବା ସହିତ ଅଚେତ ହୋଇପଡିଥାଏ। ସେଥିପାଇଁ ନିଜକୁ ସୁସ୍ଥ ରଖିବାକୁ ହେଲେ ଖାଇବା ପୂର୍ବରୁ ଗାଧାନ୍ତୁ କିମ୍ବା ଖାଇବାର ୧ ଘଣ୍ଟା ପରେ ଗାଧୋଇବା ଉଚିତ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button