ସ୍ୱାସ୍ଥ୍ୟ

ପ୍ରତିଦିନ ଖାଆନ୍ତୁ ମକା , ଏହା ଶରୀର ପାଇଁ ଅତି ଲାଭଦାୟକ

ମକା ଏପରି ଏକ ଖାଦ୍ୟ ଯାହାକୁ ଖାଇବା ପାଇଁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । କହିବାକୁ ଗଲେ ପ୍ରାୟ ୧୦୦ଗ୍ରାମ୍ ମକାରେ ୮୬କ୍ୟାଲୋରି, ୧% ଫ୍ୟାଟ୍, ୧୫ମିଲିଗ୍ରାମ ସୋଡିୟମ୍, ୦% କୋଲେଷ୍ଟ୍ରଲ, ୬%କାର୍ବୋହାଇଡ୍ରେଟ୍, ୩.୨ ଶର୍କରା, ୬%ପ୍ରୋଟିନ୍ , ୭% ପୋଟାସିୟମ୍, ଆଦି ରହିଥାଏ । ତେବେ ଆଜିକାଲି ମକାର ଡିମାଣ୍ଡ ମାର୍କେଟରେ ଖୁବ୍ ଅଧିକ ରହିଛି । ମକାକୁ ବିଶେଷ ଭାବେ ପୋଡିକି କିମ୍ବା ସିଝାଇକି ଖିଆଯାଇଥାଏ । ବିଭିନ୍ନ ଖାଦ୍ୟରେ ମକାକୁ ମଧ୍ୟ ବ୍ୟବହାର କରାଯାଇଥାଏ । ଏହାର ସ୍ବାଦ ଯେମିତି ପାଟିକୁ ଭଲ ଏହା ଶରୀର ପାଇଁ ମଧ୍ୟ ବେଶ୍ ଲାଭଦାୟକ ।

corn1ଆସନ୍ତୁ ଜାଣିବା ମକା ଖାଇବାର ଫାଇଦା ସମ୍ପର୍କରେ :

-ମକାରେ ଭରପୂର ମାତ୍ରରେ ଡାଏଟ୍ରି ଫାଇବର ରହିଥାଏ । ଯାହା ପାଚନକ୍ରିୟାକୁ ସକ୍ରୀୟ ରଖିବା ସହ ପେଟଜନିତ ସମସ୍ୟାକୁ ଦୂର କରିଥାଏ ।

corn2-ମକାରେ ଭିଟାମିନ୍ ବି ୧୨, ଆଇରନ୍ ଏବଂ ଫଲିକ୍ ଏସିଡ୍ ରହିଥାଏ । ଯାହା ଲାଲ୍ ରକ୍ତ କୋଷିକାକୁ ଉତ୍ପନ୍ନ କରିବାରେ ସାହାଯ୍ୟ କରିଥାଏ।

corn6– ଓଜନ କମାଇବା କିମ୍ବା ବଢ଼ାଇବା ପାଇଁ ମକା ବେଶ ସହାୟ ହୋଇଥାଏ। ଯଦି ଆପଣ ଓଜନ କମାଇବା ପାଇଁ ଚାହୁଁଛନ୍ତି ତେବେ ସକାଳ ସମୟରେ ମକା ଖାଆନ୍ତୁ ଏବଂ ଅନ୍ୟପଟେ ଯଦି ଆପଣ ଓଜନ ବଢ଼ାଇବା ପାଇଁ ଚାହୁଁଛନ୍ତି ତେବେ ଦିନକୁ ତିନି ଥର ମକା ଖାଇବା ଆରମ୍ଭ କରନ୍ତୁ ।

corn3-ମକା ଖାଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦୂର ହୋଇଥାଏ । ଏହାସହିତ ଆନେମିଆ ରୋଗ ପାଇଁ ଏହା ଅତିଲାଭଦାୟକ ।

corn4-ମକାରେ କମ୍ପ୍ଲେକ୍ସ କାର୍ବସ୍ ରହିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରକୁ ଅଧିକ ଏନର୍ଜି ମିଳିଥାଏ । ଯାହାଫଳରେ ଆପଣ ଦିନସାରା କାମ କରିବା ସତ୍ବେ ଫ୍ରେସ୍ ଅନୁଭବ କରିପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button