ସ୍ୱାସ୍ଥ୍ୟ

ବ୍ୟାପୁଛି ମଙ୍କି ଫିଭର୍‌…..

କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାରେ ମଙ୍କି ଫିଭର ବୃଦ୍ଧି ପାଇବାରେ ଲାଗିଛି। ନ୍ୟୁଜ୍ ଏଜେନ୍ସିର ସୂଚନା ମୂତାବକ କର୍ଣ୍ଣାଟକରେ ମଙ୍କି ଫିଭର ଯୋଗୁଁ ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ୍‌ ୪୯ଟି ମାମଲା ସାମ୍ନାକୁ ଆସିଛି। ଏହି ଜୀବାଣୁ ବ୍ୟାପିବା ପରେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଏହାର ମୁକାବିଲା ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହା ସାଧାରଣତଃ ପଶୁମାନଙ୍କଠାରୁ ମଣିଷମାନଙ୍କୁ ବ୍ୟାପିପାରେ । ମାଙ୍କଡ ମାନଙ୍କ ଶରୀରରେ ମିଳୁଥିବା ଟିଙ୍କ କାମୁଡିବା ଦ୍ବାରା ମଣିଷଙ୍କ ଠାରେ ମଧ୍ୟ ଏହି ରୋଗ ଦେଖାଦେଇପାରେ। କେବଳ କର୍ଣ୍ଣାଟକ ନୁହେଁ , ମହାରାଷ୍ଟ୍ର ଏବଂ ଗୋଆ ମଧ୍ୟ ଏହି ରୋଗ ଦେଖିବାକୁ ମିଳିଛି। ତେବେ ଏହି ମଙ୍କି ଫିଭର ମଣିଷ ମାନଙ୍କ ପାଇଁ ବହୁ ବିପଦଜ୍ଜନକ ହୋଇପାରେ। ଏହା କର୍ଣ୍ଣାଟକରେ ଦୁଇ ଜଣଙ୍କ ଜୀବନ ନେଇସାରିଲାଣି। ଜାନୁଆରୀ ୮ ତାରିଖରେ ଶିବମୋଙ୍ଗା ଜିଲ୍ଲା ହୋସାନଗର ତାଉକରେ ରହୁଥିବା ୧୮ ବର୍ଷୀୟ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ମୃତକ ଉଡୁପି ମଣିପାଲ ଜିଲ୍ଲାର ହୋଇଥିବା ସୂଚନା ମିଳିଛି। ହଠାତ୍ ଜ୍ବର ହେବା, ପ୍ରବଳ ମୁଣ୍ଡବିନ୍ଧା , ବାନ୍ତି , ଥକାପଣ ଇତ୍ୟାଦି ଏହି ଜ୍ବରର କେତେକ ପ୍ରମୂଖ ଲକ୍ଷଣ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ସାଂଘାତିକ ଭାବେ ଏହି ଜ୍ବର ହେଲେ ନାକରୁ ରକ୍ତ ପଡିଥାଏ। ଏହା ଅନେକ ପ୍ରକାରର ସ୍ନାୟୁଗତ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ। ତେଣୁ ଏଭଳି ପରିସ୍ଥିତିରେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ଏହି ଜ୍ବର ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ। ହେଲେ ଏଥିରୁ ମୁକ୍ତି ପାଇବା ଲାଗି ଅଧିକ ପାଣି ପିଇବାକୁ ଏବଂ ସ୍ୱତନ୍ତ୍ର ସ୍ୱଚ୍ଛତା ବଜାୟ ରଖିବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି। ଏହାକୁ ଏଡାଇବା ପାଇଁ ଏକ ଟିକା ମଧ୍ୟ ରହିଛି। ଯାହା ରୋଗର ଆଶଙ୍କା କମାଇପାରେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button