ରାଜ୍ୟ

ମୁହଁରେ ଅଧିକ କଳାଜାଇ ହୋଇ ଅସୁନ୍ଦର ଦିଶୁଛି କି? ୨ରୁ ୩ଥର ଲଗାନ୍ତୁ ଲୁଣ ଓ ରସୁଣ ପେଷ୍ଟ

ସୁନ୍ଦର ଦିଶିବାକୁ କିଏ ବା ନ ଚାହେଁ। ଯଦି ସେଇ ସୁନ୍ଦର ଚେହେରା ଉପରେ ଗୋଟିଏ ଛୋଟିଆ କଳାଜାଇଟିଏ ଥାଏ, ତା’ହେଲେ ମୁଖମଣ୍ଡଳର ସୌନ୍ଦଯ୍ୟର୍ ଆହୁରି ଦୁଇଗୁଣିତ ହୋଇଯାଏ। କିନ୍ତୁ ଏକାଧିକ କଳାଜାଇ ଥିଲେ, ଏହା ମୁହଁକୁ ଅସୁନ୍ଦର କରିଦେଇଥାଏ। ତେଣୁ ଆଜିକାଲି ପ୍ରାୟ ସମସ୍ତେ ସଫା ଓ ଦାଗହୀନ ଚେହେରା ପାଇବାକୁ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। ଯଦି ଆପଣ ବି ମୁହଁରୁ କଳାଜାଇ ହଟାଇବାକୁ ଚାହୁଁଛନ୍ତି, ତା’ହେଲେ ଆମେ ଆଜି ଆପଣଙ୍କୁ କିଛି ଘରୋଇ ଟିପ୍ସ କହିବାକୁ ଯାଉଛୁ।

b2

୧. ସେଓ ସିର୍‌କା

ରାତିରେ ଶୋଇବା ପୂର୍ବରୁ ମୁହଁକୁ ଭଲ ଭାବେ ଧୋଇ ନିଅନ୍ତୁ। ଏହାପରେ ମୁହଁରେ ସେଓ ସିର୍‌କା ହଲୁକା ଭାବେ ମସାଜ୍‌ କରି ରାତିସାରା ରହିବାକୁ ଦିଅନ୍ତୁ। ସକାଳୁ ଉଠି ମୁହଁ ଧୋଇ ଦିଅନ୍ତୁ। ଏହି ଉପାୟ କିଛିଦିନ ଆପଣଙ୍କୁ କରିବାକୁ ହେବ।

୨. ରସୁଣ ପେଷ୍ଟ

୧/୨ କୋଲା ରସୁଣ ନେଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ କଳାଜାଇ ହୋଇଥିବା ସ୍ଥାନରେ ଲଗାନ୍ତୁ। ଏହାପରେ ସେଠି ଏକ ବ୍ୟାଣ୍ଡେଡ୍‌ ପକାଇ ଦିଅନ୍ତୁ। ରାତି ସାରା ରଖି ସକାଳୁ ବ୍ୟାଣ୍ଡେଡ୍‌ ବାହାର କରିଦିଅନ୍ତୁ। ଏମିତି ଲଗାତାର କିଛିଦିନ କରନ୍ତୁ।

b3

୩. ଲୁଣ ଏବଂ ପିଆଜ ପେଷ୍ଟ

ପିଆଜ ଏବଂ ୧ ଛୋଟ ଚାମଚ ଲୁଣ ନେଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାପରେ ଏହାକୁ କଳାଜାଇ ହୋଇଥିବା ସ୍ଥାନରେ ଲଗାନ୍ତୁ। ଦିନରେ ଅତିକମ୍‌ରେ ଦୁଇରୁ ୩ଥର ଏମିତି କରନ୍ତୁ।

୪. କଦଳୀ ଚୋପା

କଦଳୀ ଚୋପାକୁ ନେଇ କଳାଜାଇ ଉପରେ ଲଗାଇ ରଖନ୍ତୁ। ଏହା ଉପରେ ବ୍ୟାଣ୍ଡେଡ୍‌ ପକାଇ ଦିଅନ୍ତୁ। ରାତି ସାରା ଏମିତି ରଖିଥାଆନ୍ତୁ। ଏହାଦ୍ୱାରା କଳାଜାଇ ଶୁଖି ବାହାରି ଯାଇଥାଏ।

l1

୫. ଧନିଆ ପତ୍ର ପେଷ୍ଟ

ଧନିଆ ପତ୍ର ପେଷ୍ଟ ପ୍ରସ୍ତୁତ କରି ରାତିରେ ଶୋଇବା ପୂର୍ବରୁ କଳାଜାଇ ଉପରେ ଲଗାନ୍ତୁ। ସକାଳୁ ମୁହଁ ଧୋଇ ଦିଅନ୍ତୁ।

୬. ସପୁରୀ

ସପୁରୀ ଜୁସ୍‌କୁ ପ୍ରତିଦିନ ୨ରୁ ୩ଥର ଚେହେରାରେ ଲଗାନ୍ତୁ। ରାତିରେ ବି ଆପଣ ଲଗେଇ ଶୋଇପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button