ସ୍ୱାସ୍ଥ୍ୟ

ହୃଦରୋଗରୁ ମୁକ୍ତି ପାଇଁ କରନ୍ତୁ ଆଲିଙ୍ଗନ

ଆଲିଙ୍ଗନ କରିବା କେବଳ ସମ୍ପର୍କକୁ ମଜବୁତ୍‌ କରିନଥାଏ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅନେକ ଲାଭକାରୀ ହୋଇଥାଏ। ଅନେକ ଲୋକମାନେ ଏ ସମ୍ପର୍କରେ ଜାଣି ନଥିଲେ ମଧ୍ୟ ଏହା ବିଲକୁଲ୍‌ ସତ। ନିଜର ବନ୍ଧୁଙ୍କୁ ଆଲିଙ୍ଗନ କରିବା କେବଳ ଖୁସି ପ୍ରଦାନ କରିନଥାଏ ବରଂ ହୃଦୟ ରୋଗ ଭଳି ଅନେକ ରୋଗକୁ କମ କରିବାରେ ସାହାଯ୍ୟ କରିଥାଏ। ଗବେଷଣା ଅନୁଯାୟୀ ୨୦ ସେକେଣ୍ଡର ଅଧିକ ସମୟ ପର୍ଯ୍ୟନ୍ତ ଆଲିଙ୍ଗନ କରିବା ଦ୍ୱାରା ଆମ ଶରୀର ସହ ଆମ ମସ୍ତିଷ୍କ ଉପରେ ମଧ୍ୟ ଚିକିତ୍ସୀୟ ପ୍ରଭାବ ପଡିଥାଏ। ବାସ୍ତବରେ ଅଧ୍ୟୟନ ଅନୁଯାୟୀ ଆଲିଙ୍ଗନ କରିବା ମଣିଷକୁ ସୁସ୍ଥ ଏବଂ ଖୁସି ରଖିବାରେ ସାହାଯ୍ୟ କରିଥାଏ। ପ୍ରତ୍ୟେକ ଦିନ ପାଖାପାଖି ୮ଥର ନିଜର କୌଣସି ଆପଣାର ବ୍ୟକ୍ତିଙ୍କୁ ଆଲିଙ୍ଗନ କରିବା ଦ୍ୱାରା ଲାଭ ମିଳିଥାଏ। ତେବେ ଜାଣନ୍ତୁ ଆଲିଙ୍ଗନ କରିବା ଦ୍ୱାରା କେଉଁ କେଉଁ ଲାଭ ମିଳିଥାଏ।

importହୃଦୟ ସୁସ୍ଥ ରଖିଥାଏ

ଅତ୍ୟଧିକ ଚିନ୍ତା କାରଣରୁ ମଣିଷ ଶରୀରରେ ହରମୋନ ଅସନ୍ତୁଳନ ହେବା ସହ ଉଚ୍ଚ ରକ୍ତଚାପର ସମସ୍ୟା ଦେଖାଯାଇଥାଏ। ଏହାବ୍ୟତୀତ ହୃଦୟ ରୋଗର ଭୟ ମଧ୍ୟ ବଢିଥାଏ। ଅନେକ ରିପୋର୍ଟ ଏବଂ ଅଧ୍ୟୟନରୁ ଜାଣିବାକୁ ମିଳିଛି ନିୟମିତ ରୂପେ ଆଲିଙ୍ଗନ କରିବା ଦ୍ୱାରା କର୍ଟିସଲ ସ୍ତର କମ ହୋଇଥାଏ ଏବଂ ପରିଣାମ ସ୍ୱରୂପ ଆପଣଙ୍କ ହୃଦୟ ସମ୍ବନ୍ଧିତ ସମସ୍ୟାର ଭୟ କମ ହୋଇଥାଏ।

hughଡିପ୍ରେସନ ସହ ଲଢିବାରେ ସାହାଯ୍ୟ କରିଥାଏ

ପୂର୍ବ ଉଲ୍ଲେଖ ଅନୁଯାୟୀ କୌଣସି ବ୍ୟକ୍ତିଙ୍କୁ ଆଲିଙ୍ଗନ କରିବା ଦ୍ୱାରା ଆକ୍ସିଟୋସିନ ହରମୋନ ଏବଂ କଡଲ ହରମୋନ ମିଳିଥାଏ। ଏହା ଆପଣଙ୍କୁ ଖୁସି ଏବଂ ଚିନ୍ତାରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ।

hugଭଲ ନିଦ ହୋଇଥାଏ

ମଣିଷ କୌଣସି କଥାକୁ ନେଇ ଚିନ୍ତାରେ ରହିବା ସମୟରେ ନିଦ ପ୍ରଭାବିତ ହୋଇଥାଏ। ଏହିକାରଣରୁ ଶୋଇବାର ୧୦ ମିନିଟ୍‌ ପୂର୍ବରୁ ଆପଣ ନିଜ ପାଖ ଲୋକଙ୍କୁ ନିଶ୍ଚୟ ଆଲିଙ୍ଗନ କରନ୍ତୁ। ବିଜ୍ଞାନ କହିବାନୁଯାୟୀ ଦିନି ସାରା ଚିନ୍ତା ପରେ ଯଦି ଆପଣଙ୍କୁ ଶୋଇବା ସମୟରେ କୌଣସି ଖାସ୍‌ ଲୋକଙ୍କୁ ଆଲିଙ୍ଗନ କରିଥାନ୍ତି ତେବେ ଆପଣଙ୍କୁ ଭଲ ନିଦ ହୋଇଥାଏ।

hug-ଇମ୍ୟୁନିଟୀ ବୁଷ୍ଟ କରିଥାଏ

ଯେତେବେଳେ ଆପଣଙ୍କ ନର୍ଭସ ସିଷ୍ଟମ ଆରାମ ସ୍ଥିତିରେ ରହିଥାଏ, ସେହିସମୟରେ ଆପଣଙ୍କ ହୃଦୟର ଗତି ସାମାନ୍ୟ ହୋଇଥାଏ। ଏଥିସହ ଯେତେବେଳେ ଆପଣଙ୍କ ଶରୀରରେ ସଠିକ ଭାବେ ରକ୍ତ ସଂଚାଳନ ହୋଇଥାଏ ସେହି ସମୟରେ ଆପଣଙ୍କ ଇମ୍ୟୁନିଟୀ ସିଷ୍ଟମ ମଜବୁତ୍‌ ରହିଥାଏ ବୋଲି ଆପଣ ଜାଣି ପାରିବେ। ଇମ୍ୟୁନିଟୀ ବୁଷ୍ଟ କରିବାରେ ପ୍ରଭାବୀ ରୂପେ କାମ କରିଥାଏ ଆଲିଙ୍ଗନ କରିବା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button