ସ୍ୱାସ୍ଥ୍ୟ

ମାତ୍ରାଧିକ କଳା ଲୁଣର ସେବନ ନେଇପାରେ ଜୀବନ, ଦେଖା ଦେଇପାରେ ଏସବୁ ସମସ୍ୟା

କଳା ଲୁଣ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ। କିନ୍ତୁ ଅଧିକ ମାତ୍ରାରେ କଳା ଲୁଣର ସେବନ ଶରୀର ପାଇଁ ହାନିକାରକ ସାଜିପାରେ। କେତେକ ରୋଗରୁ ମୁକ୍ତି ପାଇଁ ଡାକ୍ତରମାନେ କଳା ଲୁଣ ସେବନ କରିବାକୁ ପରାମର୍ଶ ଦେଇଥାନ୍ତି। ମାତ୍ର ଅଳ୍ପ ପରିମାଣରେ ଲୁଣ ଖାଇବା ଉଚିତ। ନଚେତ୍‌ ଜୀବନ ପ୍ରତି ବିପଦ ଆସିପାରେ। ତେବେ ଆସନ୍ତୁ ଜାଣିବା ଅଧିକ ପରିମାଣରେ କଳା ଲୁଣ ସେବନ କଲେ କି କି ସମସ୍ୟା ଦେଖାଦିଏ…

black salt

  • ଅଧିକ ପରିମାଣରେ କଳା ଲୁଣ ସେବନ କଲେ ହାଇ ବ୍ଲଡ୍‌ ପ୍ରେସର ସମସ୍ୟା ଦେଖାଦେଇଥାଏ। ରକ୍ତଚାପ ଥିଲେ ସୀମିତ ପରିମାଣର କଳା ଲୁଣ ଖାଆନ୍ତୁ।
  • କଳା ଲୁଣର ମାତ୍ରାଧିକ ସେବନ ଦ୍ୱାରା ହାର୍ଟ ସମ୍ବନ୍ଧୀୟ ରୋଗ ଦେଖାଦେଇପାରେ।
  • କଳା ଲୁଣ ଅଧିକ ଖାଇବା ଦ୍ୱାରା ପଥରୀ ବା ଷ୍ଟୋନ୍‌ ସମସ୍ୟା ହୋଇପାରେ।
  • ମାତ୍ରାଧିକ କଳା ଲୁଣ ସେବନ କଲେ ପେଟରେ କ୍ୟାନ୍‌ସର ହେବା ଆଶଙ୍କା ରହିଛି।
  • କଳା ଲୁଣର ଖୁବ୍‌ କମ୍‌ ପରିମାଣରେ ଆୟୋଡିନ୍‌ ରହିଥାଏ। ଅଧିକ କଳା ଲୁଣ ସେବନ କଲେ ଶରୀରରେ ଆୟୋଡିନ୍‌ ଅଭାବ ଦେଖାଦେଇପାରେ। ଏଣୁ ସାଧାରଣ ଲୁଣ ସହ କଳା ଲୁଣ ମିଶାଇ ଖାଇବାକୁ ପରାମର୍ଶ ଦିଆଯାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button