ସ୍ୱାସ୍ଥ୍ୟ

ଅତ୍ୟଧିକ ଓଜନକୁ ନିୟନ୍ତ୍ରଣରେ ରଖିବା ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ

ଅତ୍ୟଧିକ ଓଜନକୁ ନେଇ ଅଧିକାଂଶ ଲୋକମାନେ ଚିନ୍ତାରେ ରହିଥାନ୍ତି। ଏହି କାରଣରୁ ମୋଟାପଣ, ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ, ହୃଦୟ ରୋଗ ଭଳି ଅନେକ ଘାତକ ରୋଗର ସମସ୍ୟା ବଢିଯାଇଥାଏ। ଏହି କାରଣରୁ ଓଜନ କମ କରିବା ପାଇଁ ଲୋକମାନେ ନିଜର ସକାଳର ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନକୁ ଧ୍ୟାନରେ ରଖିଥିବା ବେଳେ ରାତିରେ ଖାଇବାକୁ ନେଇ ଅଣଦେଖା କରିଥାନ୍ତି। କିନ୍ତୁ ଓଜନ କମ କରିବା ପାଇଁ ଯେତିକି ସକାଳର ଜଳଖିଆ ଏବଂ ଦିନର ଖାଇବା ଉପରେ ଧ୍ୟାନ ଦେବା କଥା ସେତିକି ରାତିର ଖାଇବା ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ। ଓଜନ କମ କରିବା ପାଇଁ ସାଧାରଣତଃ ଲୋକମାନେ ରାତିରେ ଖାଇନଥାନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍‌। ଯଦି ଆପଣ ନିଜର ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଜାଣି ରଖନ୍ତୁ ରାତିରେ କେତେବେଳେ ଏବଂ କଣ ଖାଇବା ଉଚିତ।

diet planଚିକେନ୍‌, ମାଛ, ବିନ୍ସ ଭଳି ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଉଚିତ। କାରଣ କାର୍ବୋହାଇଡ୍ରେଡ୍‌ ଏବଂ ଫ୍ୟାଟ ତୁଳନାରେ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ।

ବିନ୍ସରେ ପ୍ରୋଟିନ ଏବଂ ଫାଇବର ପ୍ରଚୁର ମାତ୍ରାରେ ରହିଥାଏ। କାରଣ ବିନ୍ସରେ କ୍ୟାଲୋରୀ କମ ମାତ୍ରାରେ ରହିଥାଏ ଏବଂ ଏହା ଶରୀରରେ ଅତ୍ୟଧିକ ମୋଟାପଣକୁ ଏକତ୍ରିତ ହେବାରେ ବାଧା ସୃଷ୍ଟି କରିଥାଏ।

handସାଲ୍‌ମାନ୍‌ ମାଛ, ଅଲସୀ ତେଲ ଏବଂ ଅଖରୋଟରେ ହର୍ମୋନ ରହିଥାଏ, ଯାହା ଭୋକ କମ କରିବା ସହ ପେପ୍ଟାଇଡ YY ରେ ବୃଦ୍ଧି ହୋଇଥାଏ। ଯାହାଦ୍ୱାରା ଅଧିକ ସମୟ ପେଟ ଭର୍ତ୍ତି ହୋଇ ରହିଲା ଭଳି ଅନୁଭବ ହୋଇଥାଏ। ଏହାବ୍ୟତୀତ ଏହା ପଲୀସେଚୁରେଟ ଫ୍ୟାଟ ଡାଏଟ୍‌ ହୋଇଥାଏ, ଯାହା ଓଜନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

ସେହିଭଳି ଗୋଟିଏ ଗ୍ଲାସ ଅଙ୍ଗୁର ଜୁସ୍‌ରେ ବହୁତ କମ ମାତ୍ରାରେ କ୍ୟାଲୋରୀ ରହିଥାଏ। ଏହା ଫ୍ୟାଟ ବର୍ଣ୍ଣ କରିବାରେ ସାହାଯ୍ୟ କରିଥାଏ ଏବଂ ଶରୀରକୁ ପର୍ଯ୍ୟାପ୍ତ ମାତ୍ରାରେ ଶକ୍ତି ପ୍ରଦାନ କରିଥାଏ। ଏହାବ୍ୟତୀତ ଅଙ୍ଗୁର ଜୁସ୍‌ ପିଇବା ଦ୍ୱାରା ଅଧିକ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ, ଯାହାଦ୍ୱାରା ରାତିରେ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ନେଇ ଇଛା ହୋଇନଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button